‘ଜୟ ଶ୍ରୀ ରାମ’ ନାରା ସହ ଲଞ୍ଚ ହେଲା ଆଦିପୁରୁଷ ଟ୍ରେଲର, ଦମଦାର ଲୁକ୍‌ରେ ନଜର ଆସିଲେ ପ୍ରଭାସ

Published By : Prameya-News7 Bureau | May 09, 2023 IST

ନୂଆଦିଲ୍ଲୀ, ୦୯/୦୫: ନିର୍ଦ୍ଦେଶକ ଓମ୍‌ ରାଉତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ‘‘ଆଦିପୁରଷ’’ ଚଳିତ ବର୍ଷର ବହୁ ପ୍ରତିକ୍ଷୀତ ଫିଲ୍ମ ହୋଇଛି। ଏହାରି ମଧ୍ୟରେ ମଙ୍ଗଳବାର ଲଞ୍ଚ ହୋଇଛି ଆଦିପୁରଷର ଟ୍ରେଲର। ଫିଲ୍ମରେ ଅଭିନେତା ପ୍ରଭାସ ଭଗବାନ ରାମଙ୍କ ଭୂମିକାରେ ନଜର ଆସିବାକୁ ଯାଉଥିବାବେଳେ ମାତା ସୀତାଙ୍କ ଭୂମିକା ନିଭାଇଛନ୍ତି ଅଭିନେତ୍ରୀ କ୍ରୀତି ସାନନ। ଅନେକ ବିବାଦର ସାମ୍ନା କରିଥିବା ଏହି ଫିଲ୍ମର ରିଲିଜ୍‌କୁ ଅପେକ୍ଷା କରିଛନ୍ତି ଲୋକେ। ତେବେ ଟିଜର ତୁଳନାରେ ଫିଲ୍ମର ଟ୍ରେଲରକୁ ଖୁବ୍ ପସନ୍ଦ କରାଯାଉଛି। ସୂଚନାଥାଉ, ଏହାପୂର୍ବରୁ ଜାରି ଆଦିପୁରୁଷର ପୋଷ୍ଟର ଏବଂ ଟିଜର ସମାଲୋଚନାର ଶିକାର ହୋଇଥିଲା।

ଟ୍ରେଲରରେ ଭଗବାନ ରାମଙ୍କ ଭୂମିକାରେ ପ୍ରଭାସଙ୍କ ଲୁକ୍‌କୁ ଖୁବ୍ ପ୍ରସନ୍ଦ କରୁଛନ୍ତି ଫ୍ୟାନ୍‌। ଟ୍ରେଲରରେ ପ୍ରଭାସଙ୍କ ଲୁକ୍‌ ଏବଂ ଦମଦାର ଡାଇଲଗ୍‌ ମଧ୍ୟ ରହିଛି। ଏହା ସହ ଫିଲ୍ମର ସବୁ ଚରିତ୍ରଙ୍କ ଲୁକ୍‌ ମଧ୍ୟ ଖୁବ୍ ଦମଦାର ରହିଛି। ସେ ହନୁମାନ ହୁଅନ୍ତୁ କିମ୍ବା ରାବଣ ବେଶରେ ନଜର ଆସିବାକୁ ଯାଉଥିବା ସୈଫ୍‌ ଅଲୀ ଖାନ୍‌ଙ୍କ ଲୁକ୍‌ ମଧ୍ୟ ଖୁବ୍ ଦମଦାର ରହିଛି। ଫିଲ୍ମର ମ୍ୟୁଜିକ୍‌ ସହ ଟ୍ରେଲରରେ ଡାଇଲଗ୍‌ ମଧ୍ୟ ଆକର୍ଷଣୀୟ ରହିଛି। ଫିଲ୍ମରେ ଭିଏଫଏକ୍ସରେ ଖୁବ୍ ବ୍ୟବହାର କରାଯାଇଛି। ଟ୍ରେଲରରେ ଜୟ ଶ୍ରୀ ରାମ ଧ୍ବନି ଶୁଣିବାକୁ ମିଳିଛି। ବଡ଼ କଥା ହେଉଛି ଟିଜର ତୁଳନା​‌ରେ ଟ୍ରେଲରରେ ଭିଏଫଏକ୍ସରେ ବେଶ୍ ସୁଧାର କରାଯାଇଛି। ଫିଲ୍ମ ୧୬ ଜୁନ୍‌ ୨୦୨୩ରେ ରିଲିଜ୍ ହେବ। ଫିଲ୍ମକୁ ୫ଟି ଭାଷାରେ ରିଲିଜ୍ କରାଯିବ।

ସୂଚନାଥାଉକି, ଅକ୍ଟୋବର ୨୦୨୨ରେ ଯେତେବେଳେ ପ୍ରଭାସ, କ୍ରୀତି ସାନନ ଏବଂ ସୈଫ୍‌ ଅଲୀ ଖାନ୍‌ଙ୍କ ଅଭିନୀତ ଫିଲ୍ମ ଆଦିପୁରଷର ଟିଜର ସାମ୍ନାକୁ ଆସିଥିଲା, ସେତେବେଳେ ନିର୍ମାତାଙ୍କୁ ଅନେକ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା। ରାମ, ସୀତା ଏବଂ ଟିଜରରେ ରାବଣ ଏବଂ ହନୁମାନଙ୍କ ଲୁକ୍‌କୁ ନେଇ ଖୁବ୍ ବିବାଦ ହୋଇଥିଲା। ଭିଏଫ୍‌ଏକ୍ସ ଏବଂ ସିଜିଆଇ ପାଇଁ ଫ୍ୟାନ୍ସମାନେ ଖୁବ୍‌ ଟ୍ରୋଲ କରିଥିଲେ। ଯାହାପରେ ନିର୍ମାତାଙ୍କ ତରଫରୁ ଫିଲ୍ମର ଅନେକ ସିନ୍‌ ଏବଂ ଭିଏଫଏକ୍ସରେ ପରିବର୍ତ୍ତନ କରିବା ନେଇ କୁହାଯାଇଥିଲା। ଫିଲ୍ମର ବଜେଟ୍‌ ୫୦୦ କୋଟିରୁ ଅଧିକ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.