ପ୍ରଭୁ ରାମଙ୍କ ଚରିତ୍ରରେ ନଜର ଆସିଲେ ପ୍ରଭାସ ! ଜାଣନ୍ତୁ କେବେ ରିଲିଜ୍‌ ହେବ ଫିଲ୍ମର ଟିଜର

Published By : Prameya-News7 Bureau | September 30, 2022 IST

ମୁମ୍ଵାଇ ୩୦।୦୯: ବାଣିଜ୍ୟ ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି ସମାଲୋଚକ ଏବଂ ଦର୍ଶକ ପର୍ଯ୍ୟନ୍ତ , ନିର୍ଦ୍ଦେଶକ ଓମ୍ ରାଉତ୍‌ଙ୍କ ଆଗାମୀ ଚଳଚ୍ଚିତ୍ର 'ଆଡିପୁରୁଷ' ପାଇଁ ବହୁତ ଉତ୍ସାହିତ ଅଛନ୍ତି । ପ୍ରଭାସ, ସୈଫ ଅଲ୍ଲୀ ଖାନ, କ୍ରିତି ସାନନ ଏବଂ ସନ୍ନି ସିଂ ଅଭିନୀତ ଆଦିପୁରୁଷକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଥିଲା । ଏଭଳି ପରିସ୍ଥିତିରେ ଦର୍ଶକଙ୍କ ପାଇଁ ଏବେ ଏକ ଖୁସି ଖବର ଅଛି । ଗୋଟିଏ ପଟେ ଫିଲ୍ମର ଟିଜର ପୋଷ୍ଟର ରିଲିଜ ହୋଇଥିବାବେଳେ ଅନ୍ୟ ପଟେ ଟିଜର କେବେ ଓ କେଉଁଠାରେ ରିଲିଜ ହେବ ସେନେଇ ସୂଚନା ମଧ୍ୟ ସାମ୍ନାକୁ ଆସିଛି।

wp:html /wp:html

ଆଦିପୁରୁଷ ନିର୍ଦ୍ଦେଶକ ଓମ ରାଉତ ଟ୍ୱିଟରକୁ ଯାଇ ଫିଲ୍ମର ଟିଜରର ରିଲିଜ ଘୋଷଣା କରି ଲେଖିଛନ୍ତି, "ଆରମ୍ଭ ... ଆମର ଯାଦୁକରୀ ଯାତ୍ରା ଆରମ୍ଭର ଏକ ଅଂଶ ହୁଅ, ଉତ୍ତରପ୍ରଦେଶର ଅଯୋଧ୍ୟାରେ ସାରୁ ନଦୀ କୂଳରେ । ଫିଲ୍ମର ପ୍ରଥମ ପୋଷ୍ଟର ଏବଂ ଟିଜର ଅକ୍ଟୋବର ୨ରେ ସନ୍ଧ୍ୟା ୭.୧୧ ରେ ମୁକ୍ତିଲାଭ କରିବ। ଏହି ଫିଲ୍ମ ୧୨ଜାନୁୟାରୀ ୨୦୨୩ରେ ରିଲିଜ୍‌ ହେବ। ଓମ ରାଉତ ତାଙ୍କ ଟ୍ୱିଟରେ ଫିଲ୍ମର ପାଞ୍ଚଟି ପୋଷ୍ଟର ମଧ୍ୟ ସେୟାର କରିଛନ୍ତି। ଆଦିପୁରୁଷ ଏକ ପାନ ଇଣ୍ଡିଆ ଚଳଚ୍ଚିତ୍ର ଏବଂ ହିନ୍ଦୀ ବ୍ୟତୀତ ଏହା ଦକ୍ଷିଣର କେତେକ ଭାଷାରେ ମଧ୍ୟ ରିଲିଜ ହେବ ।

ସୋସିଆଲ ମିଡିଆ ୟୁଜର୍ସମାନେ ଫିଲ୍ମର ପୋଷ୍ଟକୁ ବହୁତ ପସନ୍ଦ କରୁଛନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆଦିପୁରୁଷ ଫିଲ୍ମର ବଜେଟ୍ ପ୍ରାୟ ୫୦୦ କୋଟି ଟଙ୍କା। ଗୋଟିଏ ପଟେ ପ୍ରଭାସଙ୍କୁ ପ୍ରଭାସ ରାମଙ୍କ ଭୂମିକାରେ ଦେଖିବାକୁ ମିଳିଥିବା ବେଳେ ସୈଫ୍‌ ଅଲି ଖାନଙ୍କୁ ରାବଣର ଚରିତ୍ରରେ ଅଭିନୟ କରୁଛନ୍ତି। ଫିଲ୍ମରୁ ସମସ୍ତଙ୍କର ବହୁତ ଆଶା ଅଛି ଏବଂ କୁହାଯାଉଛି ଯେ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ଇତିହାସ ସୃଷ୍ଟି କରିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.