ବଡ ଷ୍ଟାର୍ଙ୍କ ହାଇ ଡିମାଣ୍ଡ୍, କେତେ ଫି’ ନେଇଛନ୍ତି ‘ଆଦିପୁରୁଷ’ ଷ୍ଟାରକାଷ୍ଟ ?
7/06/2023 at 11:19 AM

ନୂଆଦିଲ୍ଲୀ ୦୭।୦୬: ଓମ୍ ରାଓତଙ୍କ ମେଗା ବଜେଟ୍ ଫିଲ୍ମ ‘ଆଦିପୁରୁଷ’ । ଜୁନ ୧୬ ରେ ପ୍ରେକ୍ଷାଳୟରେ ହେବ ରିଲିଜ୍ । ଟ୍ରେଲର ଆସିବା ଦିନଠାରୁ ଫିଲ୍ମକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ପ୍ରଭାସଙ୍କ ଏହି ମଲ୍ଟିଷ୍ଟାରର୍ ଫିଲ୍ମର ଟିଜର ଦେଖି ଲୋକମାନେ ଏହି ଫିଲ୍ମକୁ ନେଇ ଉଠାଇଥିଲେ ଅନେକ ପ୍ରଶ୍ନ । ଫିଲ୍ମର ଷ୍ଟାରମାନଙ୍କ ଲୁକ୍ ଦର୍ଶକଙ୍କୁ ଆସି ନଥିଲା ପସନ୍ଦ । ସୀତା ଭୂମିକାରେ ଅଭିନୟ କରିଥିବା କ୍ରିତି ସାନନଙ୍କ ଚରିତ୍ରକୁ ନେଇ ମଧ୍ୟ ଜୋର ଧରିଥିଲା ଚର୍ଚ୍ଚା । ତେବେ କିଛି ପରିବର୍ତ୍ତନ ସହ ଫିଲ୍ମର ଟ୍ରେଲର ପୁନଃ ଲୋକଙ୍କ ସାମ୍ନାରେ ଆସିଥିଲା । ଆଉ ଲୋକେ ଏହାକୁ ବହୁତ ପସନ୍ଦ କରିଛନ୍ତି ।

ବର୍ତ୍ତମାନ ଲାଗୁଛି ୬୦୦ କୋଟିର ଫିଲ୍ମ ଏବେ ବହୁତ ରୋଜଗାର କରିବ । ତେବେ ଏତେ ବଡ ବଜେଟ୍ରେ ପ୍ରସ୍ତୁତ ଏହି ଫିଲ୍ମର ଷ୍ଟାର୍କାଷ୍ଟ୍ ପାଇଁ ଫିସ୍ ମଧ୍ୟ ବହୁତ ବଡ । ଏହି ଫିଲ୍ମ ପାଇଁ ପ୍ରଭାସ ସବୁଠାରୁ ଅଧିକ ଟଙ୍କା ନେଇଛନ୍ତି। ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ।

ଏହି ଫିଲ୍ମରେ ପ୍ରଭାସଙ୍କୁ ରାମ ଭୂମିକାରେ ଦେଖିବାକୁ ମିଳିବ। ବାହୁବଲୀ ପରେ ପୁଣି ଥରେ ପ୍ରଭାସଙ୍କୁ ଧନୁ ଏବଂ ତୀର ସହିତ ଏକ ଆକ୍ସନ୍ ଅବତାରରେ ଦେଖିବାକୁ ମିଳିବ। ଏକ ଖବର ଅନୁଯାୟୀ ପ୍ରଭାସ ଫିଲ୍ମ ‘ଆଦିପୁରୁଷ’ ମାଧ୍ୟମରେ ତାଙ୍କ ଫିସ୍କୁ ସିଧାସଳଖ ୧୦୦ କୋଟିକୁ ବୃଦ୍ଧି କରିଛନ୍ତି। ଏହି ପୌରାଣିକ ଚଳଚ୍ଚିତ୍ର ପାଇଁ ପ୍ରଭାସ ୧୫୦ କୋଟି ଟଙ୍କା ନେଇଛନ୍ତି।

ତାଙ୍କ ବ୍ୟତୀତ ଫିଲ୍ମର ବାକି ଷ୍ଟାର୍କାଷ୍ଟ୍ ମଧ୍ୟ ବଡ ପରିମାଣର ଫିସ୍ ନେଇଛନ୍ତି । ‘ଆଦିପୁରୁଷ’ରେ ରାବଣ ଭୂମିକାରେ ସୈଫ୍ ଅଲି ଖାନ ନଜର ଆସିବେ । ଏହି ପୌରାଣିକ ଚରିତ୍ର ପାଇଁ ସେ ନେଇଛନ୍ତି ୧୨ କୋଟି ଟଙ୍କା ।

ସେହିପରି ସୀତା ଭୂମିକାରେ ନଜର ଆସିବେ କ୍ରିତି ସାନନ । ସେ ଏହି ଫିଲ୍ମ ପାଇଁ ନେଇଛନ୍ତି ୩ କୋଟି ଟଙ୍କା । ସେହିପରି ଲକ୍ଷ୍ମଣ ଭୂମିକାରେ ଥିବା ସନ୍ନି ସିଂହଙ୍କ ଫି ୧.୫ କୋଟି ବୋଲି କୁହାଯାଉଛି ।

ଫିଲ୍ମଟି ରିଲିଜ୍ ପୂର୍ବରୁ ରୋଜଗାର କରିସାରିଲାଣି ୪୩୨ କୋଟି । ତେଣୁ ପ୍ରଥମ ଦିନରେ ଭଲ ବ୍ୟବସାୟ କରିବା ନେଇ ଆକଳନ କରିଛନ୍ତି ବିଶେଷଜ୍ଞ ।
You Can Read: