ରାମଙ୍କ ଭୂମିକା ପାଇଁ ଡରୁଥିଲେ ପ୍ରଭାସ୍‌, ସୁଟିଂର ତୃତୀୟ ଦିନରେ ନିର୍ମାତାଙ୍କୁ କହିଥିଲେ ଏମିତି

Published By : Prameya-News7 Bureau | October 03, 2022 IST

ମୁମ୍ଵାଇ ୦୩।୧୦: ରାମାୟଣର କାହାଣୀକୁ ସମ୍ପୂର୍ଣ୍ଣ ନୂଆ ଢଙ୍ଗରେ ଦର୍ଶାଇଥିବା ଆଦିପୁରୁଷ ଚଳଚ୍ଚିତ୍ରର ଟିଜର ଭିଡିଓ ନିକଟରେ ରିଲିଜ ହୋଇଛି। ଫିଲ୍ମର ଟିଜର ଭିଡିଓକୁ ଜବରଦସ୍ତ ପ୍ରତିକ୍ରିୟା ମିଳୁଥିବା ବେଳେ ଏହାକୁ ସୋସିଆଲ ମିଡିଆରେ ଖୁବ୍‌ ମଧ୍ୟ ଟ୍ରୋଲ କରାଯାଉଛି । ଫିଲ୍ମର VFX କୁ ଦର୍ଶକ ବିଶେଷ ପସନ୍ଦ କରି ନାହାନ୍ତି। ଏହା ଏକ VFX ଚଳଚ୍ଚିତ୍ର ଅପେକ୍ଷା କାର୍ଟୁନ୍ ଫିଲ୍ମ ପରି ଦେଖାଯାଉଛି। ହେଲେ ବର୍ତ୍ତମାନ ଫିଲ୍ମ ବିଷୟରେ ପ୍ରଭାସ କିଛି କହିଛନ୍ତି।

ଏନେଇ ସେ ଖୋଲି କରି କହିଛନ୍ତି, 'ରାମ ଚରିତ୍ର ପାଇଁ ମୁଁ ବହୁତ ଡରି ଯାଇଥିଲି। ତିନି ଦିନର ସୁଟିଂ ପରେ ମୁଁ ନିର୍ଦ୍ଦେଶକ ଓମ୍ ରାଉତଙ୍କୁ ଫୋନ୍‌ କରି କହିଲେ କି ଯଦି ମୁଁ କୌଣସି ପ୍ରକାରର ଭୁଲ କରେ ...। ଆମେ ଏହି ଚଳଚ୍ଚିତ୍ରକୁ ବହୁତ ଡେଟିକେସନ୍‌ ସହ କରିଛୁ। ପ୍ରଭୁ ରାମ ଆମ ଉପରେ ଆଶୀର୍ବାଦ ଦିଅନ୍ତୁ ।

ପ୍ରଭାସ ଆଦିପୁରୁଷରେ ରାମ ଭୂମିକାରେ ଅଭିନୟ କରିଥିବା ବେଳେ ସୈଫ ରାବଣ ଭୂମିକାରେ ନଜର ଆସିବେ। କ୍ରିତି ସାନନ୍ ସୀତା ଭୂମିକାରେ ଅଭିନୟ କରିଥିବାବେଳେ ସନ୍ନି ସିଂ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମ ଜାନୁଆରୀ ୧୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ରାମଲିଲା ସମୟରେ ନିର୍ମାତାମାନେ ଫିଲ୍ମର ଟିଜର ଭିଡିଓ ରିଲିଜ୍ କରିଛନ୍ତି, ଯାହାକୁ ଖୁବ୍‌ ସେୟାର କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.