ରିଲିଜ୍‌ ପୂର୍ବରୁ ‘ଆଦିପୁରୁଷ’ର ଧମାଲ , ୪୩୦ କୋଟି କଲା କଲେକସନ୍

Published By : Prameya-News7 Bureau | June 04, 2023 IST

ମୁମ୍ଵାଇ ୦୪।୦୬: ସାଉଥ ଅଭିନେତା ପ୍ରଭାସ । ବଲିଉଡ ଅଭିନେତ୍ରୀ କ୍ରିତି ସାନନ। ଦୁହିଁଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ରିଲିଜ ପୂର୍ବରୁ ଧମାଲ କରିଛି। ଫିଲ୍ମ ରୋଜଗାର ଏବେ ଠାରୁ ଆରମ୍ଭ କରିଛି। ଏହି ଫିଲ୍ମ ଜୁନ୍‌ ୧୬ରେ ରିଲିଜ ହେବ। ଫିଲ୍ମର ଟିଜର ରିଲିଜ ଦିନଠାରୁ ପ୍ରଭାସଙ୍କ ଫିଲ୍ମ ଅନେକ ସମାଲୋଚନାର ସମ୍ମୁଖୀନ ହୋଇଛି। ଏବେ ଖବର ଆସିଛି କି ଏହି ଚଳଚ୍ଚିତ୍ରର ନିର୍ମାତା ଫିଲ୍ମ ରିଲିଜ ହେବା ପୂର୍ବରୁ ‘ଆଦିପୁରୁଷ’ପ୍ରଡକସନ ଆମାଉଣ୍ଟ ରିକଭରି କରି ନେଇଛି।

wp:embed {"url":"https://www.prameyanews7.com/nithin-gopi-passed-away/","type":"wp-embed","providerNameSlug":"prameya-news-7"}
https://www.prameyanews7.com/nithin-gopi-passed-away/
/wp:embed

ସୂଚନା ଅନୁଯାୟୀ, ୫୦୦କୋଟି ବଜେଟରେ ନିର୍ମିତ ଆଦିପୁରୁଷ ରିଲିଜ ପୂର୍ବରୁ ୪୩୨ କୋଟି ଟଙ୍କା କଲେକ୍ସନ କରିଛି। ଓମ ରାଉତଙ୍କ ନିର୍ଦ୍ଦେଶିତ ଆଦିପୁରୁଷ ନନ ଥିଏଟ୍ରିକାଲ ରେଭିନ୍ୟୁରୁ ୨୪୭ କୋଟି ଟଙ୍କା କଲେକସନ୍‌ କରିଛନ୍ତି। ଏହା ବ୍ୟତୀତ,ସାଟେଲାଇଟ ରାଇଟ୍ସ, ମ୍ୟୁଜିକ ରାଇଟ୍ସ ଏବଂ ଡିଜିଟାଲ ରାଇଟ୍ସ ଏବଂ ଅନ୍ୟାନ୍ୟ ରାଇଟ୍ସରୁ ଅବଶିଷ୍ଟ କଲେକ୍ସନ କରିଛି। ଖବର ଅଛି ଯେ ଏହି ଫିଲ୍ମ ସାଉଥରେ ରିଲିଜ ହେବା ପରେ ପ୍ରାୟ ୧୮୫ କୋଟି ରୋଜଗାର କରିବ ।

wp:embed {"url":"https://www.prameyanews7.com/salman-khan-movie-kisi-ka-bhai-kisi-ki-jaan-is-set-to-release-in-bangladesh/","type":"wp-embed","providerNameSlug":"prameya-news-7"}
https://www.prameyanews7.com/salman-khan-movie-kisi-ka-bhai-kisi-ki-jaan-is-set-to-release-in-bangladesh/
/wp:embed

ଏହି ଚଳଚ୍ଚିତ୍ର ପାଇଁ ବକ୍ସ ଅଫିସ୍ ଏସ୍‌ଟିମେଟ୍‌ ୧୦୦ କୋଟି ସ୍ଥିର କରାଯାଇଛି। କୁହାଯାଉଛି କି ରିଲିଜ୍ ହେବାର ୩ଦିନ ମଧ୍ୟରେ କେବଳ ଆଦିପୁରୁଷ ଚଳଚ୍ଚିତ୍ରର ହିନ୍ଦୀ ଭର୍ସନ ୧୦୦ କୋଟି କ୍ଲବରେ ଯୋଗ ଦେଇପାରେ। ବର୍ତ୍ତମାନ ଏହି ଭବିଷ୍ୟବାଣୀ ସତ ହେବ କି ନାହିଁ ଦେଖିବା ମଜାଦାର ହେବ!

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.