ଅଦିନିଆ ରଥଯାତ୍ରା ପ୍ରସଙ୍ଗ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖୁବଶୀଘ୍ର ଦିଆଯିବ ଏତଲା
13/12/2022 at 2:26 PM

ପୁରୀ ୧୩/୧୨: ଚଳିତ ମାସ ୧୦ ତାରିଖରେ ପଞ୍ଜାବ ଅମୃତସରରେ ଶ୍ରୀଜଗନ୍ନାଥ ରଥଯାତ୍ରା କମିଟି ଓ ଇସ୍କନ ରାଧାକୃଷ୍ଣ ମନ୍ଦିର ଦ୍ବାରା ଅନୁଷ୍ଠିତ ହୋଇଥିବା ଅଦିନିଆ ରଥଯାତ୍ରା ପ୍ରସଙ୍ଗ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖୁବଶୀଘ୍ର ଥାନାରେ ଏତଲା ଦିଆଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ।
ବାରମ୍ବାର ଇସ୍କନ ଅଦିନିଆ ରଥଯାତ୍ରା କରି ହିନ୍ଦୁ ଧର୍ମ ଓ ପରମ୍ପରାକୁ କୁଠାରାଘାତ କରୁଥିବାରୁ ସମ୍ପୃକ୍ତ ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଉନ୍ନୟନ ପ୍ରଶାସକ । ସେପଟେ ଉତ୍କଳ ବିଦ୍ୱତ୍ ପରିଷଦ ପକ୍ଷରୁ ଅଦିନିଆ ରଥଯାତ୍ରା କରିଥିବା ସମ୍ପୃକ୍ତ ଇସ୍କନ ସଂସ୍ଥା ବିରୋଧରେ ଦୃଢ଼ ପଦକ୍ଷେପ ନେବା ପାଇଁ ଆଜି ଶ୍ରୀମନ୍ଦିର ପ୍ରଶାସନକୁ ଦାବିପତ୍ର ଦେଇଛି ପୁରୀର ଉତ୍କଳ ବିଦ୍ୱତ୍ ପରିଷଦ।
Related Posts
STF ପଞ୍ଜାରେ ନକଲି ନୋଟ ବ୍ୟବସାୟୀ, ଜବତ ହେଲା ୩୧ ଲକ୍ଷରୁ ଅଧିକ ଟଙ୍କା
3 February 2023