ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଡିଲେଡ୍ ଟେଷ୍ଟ୍ : ଲାରା ଓ ସଚିନଙ୍କ ୨ଟି ବଡ ରେକର୍ଡ ଭାଙ୍ଗିବେ କୋହଲି !

17/12/2020 at 8:14 AM

ଆଡିଲେଡ, ୧୭/୧୨ : ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଗୁରୁବାର ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଖେଳିବା ପାଇଁ ପଡିଆକୁ ଓହ୍ଲାଇବ । ଉଭୟ ଦଳ ମଧ୍ୟରେ ପ୍ରଥମ ଟେଷ୍ଟ୍ ଗୁରୁବାରଠାରୁ ଆଡିଲେଡରେ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍ ପିଙ୍କ୍ ବଲରେ ଖେଳାଯିବ । ଅଧିନାୟକ କୋହଲିଙ୍କ ପାଇଁ ଏହି ମୁକାବିଲା ଖାସ୍ ରହିବ । କାରଣ ଏହା ତାଙ୍କର ଅଷ୍ଟ୍ରେଲିଆ ଗସ୍ତରେ ଚଳିତ ବର୍ଷର ଶେଷ ମ୍ୟାଚ୍ ହେବ । ଏହାପରେ ସେ ପିତୃତ୍ୱ ଅବକାଶ ନେଇ ଭାରତ ଫେରି ଆସିବେ । ତେବେ ଏହି ମ୍ୟାଚରେ କୋହଲିଙ୍କ ପାଖରେ ଦୁଇଟି କିର୍ତ୍ତୀମାନ ସ୍ଥାପନା ପାଇଁ ସୁଯୋଗ ରହିଛି । ସେ ଆଡିଲେଡରେ ବ୍ରାଏନ୍ ଲାରା ଓ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିପାରନ୍ତି ।

ଆଡିଲେଡରେ କୌଣସି ବିଦେଶି ଖେଳାଳିଙ୍କ ବ୍ୟାଟରୁ ସର୍ବାଧିକ ରନ୍‌ର ରେକର୍ଡ ଏବେସୁଦ୍ଧା ଓ୍ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ବ୍ରାଏନ ଲାରାଙ୍କ ନାମରେ ରହିଛି । ସେ ଏହି ମଇଦାନରେ ମୋଟ ୬୧୦ ରନ୍ କରିଛନ୍ତି । କୋହଲି ଏହି ରନଠୁ ମାତ୍ର ୧୭୯ ରନ୍ ପଛରେ ଅଛନ୍ତି । ଲାରା ଏଠାରେ ମୋଟ ୪ଟି ମ୍ୟାଚ୍ ଖେଳିଛନ୍ତି । ସେ ୭୬.୨୫ ଆଭରେଜରେ ୨ଟି ଶତକ ଲଗାଇଛନ୍ତି । କୋହଲି ଏବେସୁଦ୍ଧା ଏହି ଷ୍ଟାଡିୟମରେ ୪୩୧ ରନ୍ କରିଛନ୍ତି । ଏହାସହ ୩ଟି ଶତକ ମଧ୍ୟ ଲଗାଇଛନ୍ତି ।

ଏହା ବ୍ୟତୀତ କୋହଲି ସଚିନଙ୍କ ରେକର୍ଡ ଭାଙ୍ଗିବା ପାଇଁ ଆଉ ଗୋଟିଏ ଶତକ ପଛରେ ଅଛନ୍ତି । ତେନ୍ଦୁଲକର ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ୬ଟି ଶତକ ଲଗାଇଛନ୍ତି । କୋହଲି ମଧ୍ୟ ସମାନ ଶତକ ଅର୍ଜନ କରିଛନ୍ତି । ଯଦି କୋହଲି ଗୁରୁବାର ଆରମ୍ଭ ହେବାକୁ ଥିବା ମ୍ୟାଚରେ ୧୦୦ ରନ୍ କରନ୍ତି ତେବେ ସେ ସଚିନଙ୍କ ରେକର୍ଡ ଭାଙ୍ଗିଦେବେ ।

   Related Posts