ବାଲିଅନ୍ତା ଥାନା ଘେରିଲେ ଦଳିତ ଆଦିବାସୀ

Published By : Prameya-News7 Bureau | September 28, 2021 IST

ବାଲିପାଟଣା ୨୮।୯: ଦଳିତ ଏବଂ ଆଦିବାସୀମାନଙ୍କ ଦ୍ବାରା ମଙ୍ଗଳବାର ବାଲିଅନ୍ତା ଥାନା ଘେରାଉ କରାଯାଇଛି । କିଛି ଦିନ ପୂର୍ବେ ବାଲିଅନ୍ତା ଥାନା ସରକଣା ଗ୍ରାମ ଉପରମୁଣ୍ଡ ସାହିରେ ପୋଖରୀକୁ ଆବର୍ଜନା ଜଳ ଛାଡିବାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏହି ଘଟଣାରେ ପୋଲିସ ୪ ଜଣ ଦଳିତ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହାକୁ ବିରୋଧ କରି ଦଳିତମାନେ ବାଲିଅନ୍ତା ଥାନାରେ ପ୍ରତିବାଦ କରିବା ସହ ବିକ୍ଷୋଭ କରିଥିଲେ । ବିଭିନ୍ନ ସମୟରେ ପୋଲିସ ଦଳିତମାନଙ୍କ ପ୍ରତି ଅବିଚାର କରୁଥିବା ଏମାନେ ଅଭିଯୋଗ ଆଣିଛନ୍ତି ।

ସେପଟେ ଥାନାରେ ପ୍ରତିବାଦ କରୁଥିବା ଦଳିତମାନେ ଅଯଥା ପୋଲିସ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା କିଛି ସ୍ଥାନୀୟ ନେତା ଅଭିଯୋଗ ଆଣିଛନ୍ତି । ଏହାକୁ ନେଇ ସ୍ଥାନୀୟ ନେତାମାନେ ଭୁବନେଶ୍ବର ଡିସିପିଙ୍କୁ ଏକ ଲିଖିତ ଦାବିପତ୍ର ଦେଇଛନ୍ତି । ବାହାର ଅଂଚଳର କିଛି ଦଳିତ ନେତା ପ୍ରତ୍ୟକ୍ଷ ସ୍ଵାର୍ଥ ପାଇଁ ଛୋଟ ଛୋଟ ଘଟଣାକୁ ନେଇ ଏଭଳି ପ୍ରସଙ୍ଗ କରୁଥିବା ଅଭିଯୋଗ ହୋଇଛି । ସମସ୍ତ ଘଟଣାର ତଦନ୍ତ କରାଯିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସିପି ରଜତ ରାୟ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.