ପ୍ରଧାନମନ୍ତ୍ରୀଙ୍କୁ ସେଙ୍ଗୋଲ ହସ୍ତାନ୍ତର କଲେ ମହନ୍ତ, ରବିବାର ନୂତନ ସଂସଦ ଭବନରେ ହେବ ସ୍ଥାପିତ

Published By : Prameya-News7 Bureau | May 27, 2023 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ସଂସଦ ଭବନର ଉଦଘାଟନ କରିବାର ଗୋଟିଏ ଦିନ ପୂର୍ବରୁ ଶନିବାର ତାମିଲନାଡ଼ୁର ସନ୍ଥଙ୍କୁ ଭେଟିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସେଙ୍ଗୋଲ ହସ୍ତାନ୍ତର କରାଯାଇଛି। ସନ୍ଥ ବୈଦିକ ମନ୍ତ୍ରୋପଚାର ସହିତ କ୍ଷମତା ହସ୍ତାନ୍ତରଣର ଏହି ସାଂସ୍କୃତିକ ରାଜଦଣ୍ଡଙ୍କୁ ପ୍ରଦାନ କରିଛନ୍ତି। ଏହି ପରମ୍ପରା ନିର୍ବାହ ସମୟରେ ୨୧ ସନ୍ଥ ଉପସ୍ଥିତ ଥିଲେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ଵର୍ଣ୍ଣିମ ଅଙ୍ଗବସ୍ତ୍ର ଦିଆଯାଇଥିଲା। ଏହା ପରେ ମଦୁରାଇ ମନ୍ଦିରର ମୁଖ୍ୟ ମହନ୍ତ ସନ୍ଥ ହରିହରା ଦାସ ସ୍ଵାମୀଗଲଙ୍କଠୁ ବୈଦିକ ରୀତିରେ ସେଙ୍ଗୋଲ ପ୍ରାପ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଅବସରରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଉପସ୍ଥିତ ଥିଲେ।

{"id":793410,"sizeSlug":"full","linkDestination":"none"}

ସୂଚନା ଅନୁଯାୟୀ, ରବିବାର ହେବାକୁ ଥିବା ନୂତନ ସଂସଦ ଭବନର ଉଦଘାଟନ ସମାରୋହ ପୂର୍ବରୁ ଶନିବାର ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ସନ୍ଥମାନେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ସନ୍ଥମାନଙ୍କୁ ଭେଟିବା ସହ ଆଶୀର୍ବାଦ ନେଇଛନ୍ତି। ଏହି ସମୟରେ ମୋଦୀଙ୍କୁ ସେଙ୍ଗୋଲ ହସ୍ତାନ୍ତର କରାଯାଇଛି। ଉଲ୍ଲେଖନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ମେ ୨୮ ତାରିଖରେ ନୂତନ ସଂସଦ ଭବନର ଉଦଘାଟନ କରିବେ। ଭବନର ଉଦଘାଟନ ବୈଦିକ ରୀତି ନୀତି ସହ କରାଯିବ।

୫ ଫୁଟ୍ ଲମ୍ବର ସେଙ୍ଗୋଲ

Why a historic 'sengol' is being installed in new Parliament building & how  it was made

ଏହା ପୂର୍ବରୁ ସେଙ୍ଗୋଲର ଚିତ୍ର ସାମ୍ନାକୁ ଆସିଥିଲା। ୫ ଫୁଟ୍ ଲମ୍ବ ରୁପାରେ ନିର୍ମିତ ଏହି ସେଙ୍ଗୋଲ ଉପରେ ସୁନାର ପରତ ଚଢା ଯାଇଛି। ଏହାର ଉପର ଭାଗରେ ନନ୍ଦୀ ବିରାଜମାନ ରହିଛି। ଏହାର ନିମ୍ନରେ ତାମିଲ ଭାଷାରେ କିଛି ଲେଖା ହୋଇଛି। ନିକଟରେ ପ୍ରୟାଗରାଜରୁ ଆଣିବା ପରେ ଏହାକୁ ଦିଲ୍ଲୀ ମ୍ୟୁଜିୟମରେ ରଖା ଯାଇଥିଲା। ଏହି ସେଙ୍ଗୋଲକୁ ୧୯୪୭ ମସିହାରେ ତିଆରି କରାଯାଇଥିଲା।

ସଂସଦରେ ସ୍ଥାପିତ ହେବ ସେଙ୍ଗୋଲ

MPs, constituents eagerly await new Parliament building - The Sunday  Guardian Live

ନୂତନ ସଂସଦ ଭବନରେ ସେଙ୍ଗୋଲକୁ ସ୍ଥାପିତ କରିବା ପୂର୍ବରୁ ଏହାକୁ ପୁଣି ଥରେ ପବିତ୍ର ଜଳରେ ଶୁଦ୍ଧ କରାଯିବ। ପୁଣି ଥରେ ସଂସଦ ବୈଦିକ ମନ୍ତ୍ରରେ ଗୁଞ୍ଜରିତ ହେବ। ଏହାପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହାତକୁ ପ୍ରଦାନ କରାଯିବ। ପୁଣି ସେଙ୍ଗୋଲକୁ ଲୋକସଭାର ବାଚସ୍ପତିଙ୍କ ଚୌକି ନିକଟରେ ଥିବା ପୋଡିୟମରେ ସ୍ଥାପନ କରାଯିବ।

wp:heading {"level":4}

ଏ ଖବର ପଢନ୍ତୁ- ରବିବାର ଉଦ୍‌ଘାଟିତ ହେବ ସଂସଦର ନୂଆ ଭବନ, ସାମ୍ନାକୁ ଆସିଲା ଭିତର ଏବଂ ବାହାରର ସୁନ୍ଦର ଭିଜୁଆଲ

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.