ଏବେ ଆଧାର କାର୍ଡ ଦେଖାଇଲେ ମିଳିବ ମଦ

Published By : Prameya-News7 Bureau | May 05, 2020 IST

ସମ୍ଭଲ ୦୫/୦୫ : କରୋନା ମହାମାରୀ ରୋକିବା ପାଇଁ ଦେଶରେ ତୃତୀୟ ପର୍ଯ୍ୟାୟ ଲକ ଡାଉନ ଲାଗୁ କରାଯାଇଛି । ତୃତୀୟ ପର୍ଯ୍ୟାୟ ଲକ ଡାଉନର କିଛି ନିୟମ କୋହଳ କରାଯାଇଛି । ତୃତୀୟ ପର୍ଯ୍ୟାୟ ଲକ ଡାଉନ ସୋମବାର ଠାରୁ ଆରମ୍ଭ ହୋଇଛି । ତୃତୀୟ ପର୍ଯ୍ୟାୟ ଲକ ଡାଉନ ମେ ୧୭ ତାରିଖ ପର୍ଯ୍ୟନ୍ତ ରହିବ । ସୋମବାର ଠାରୁ ମଦ ଦୋକାନ ଖୋଲା ହେବ ବୋଲି ସରକାର ଘୋଷଣା କରିବା ପରେ ସୋମବାର ସକାଳୁ ମଦ ଦୋକାନ ବାହାରେ ଲୋକଙ୍କ ଲମ୍ବା ଲାଇନ ଲାଗିଥିଲା । ମଦ ପାଇଁ ଲୋକଙ୍କ ଭିଡ ଅସମ୍ଭାଳ ଥିଲା। ଭିଡ ନିୟନ୍ତ୍ରଣ କରିବାକୁ ପୋଲିସ ଲାଠି ଚାଳନା ମଧ୍ୟ କରିବାକୁ ପଡିଥିଲା । ସାମାଜିକ ଦୂରତା ନିୟମକୁ ଲୋକେ ପବନରେ ଫୁର କରିଦେଲେ । ଉତ୍ତର ପ୍ରଦେଶ ସମ୍ଭଲ ଜିଲ୍ଲାରେ ମଦ ଦୋକାନ ବାହାରେ ଲୋକଙ୍କ ଭିଡ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଆଧାର କାର୍ଡ ଅନିବାର୍ଯ୍ୟ କରିଥିଲା । ଆଧାର କାର୍ଡ ଦେଖାଇଲେ ହିଁ ଲାଇନରେ ଛିଡା ହୋଇପାରିବେ ଏବଂ ଏକ ନିଶ୍ଚିତ ମାତ୍ରାରେ ଅଦା କିଣି ପାରିବେ । ଏହାପରେ ସ୍ଥିତି ଟିକିଏ ନିୟନ୍ତ୍ରଣାଧୀନ ହୋଇଥିଲା ।

ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ ତୟଧିକ ଭିଡ ଯୋଗୁଁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଭିଡ ନିୟନ୍ତ୍ରଣ କରିବାକୁ ଲାଠି ଚାଳନା କରିବାକୁ ପଡିଥିଲା । ଲୋକଙ୍କୁ ଗୋଟିଏ ମିଟର ଲେଖାଏଁ ଦୂରତାରେ ମଧ୍ୟ ଛିଡା କରାଯାଇଥିଲା । ସେଥିପାଇଁ ଆଧାର କାର୍ଡ ବ୍ୟବସ୍ଥା କରାଯାଇଥିଲା । ଆଧାର କାର୍ଡ ବ୍ୟବସ୍ଥା କରିବା ପରେ ଲୋକେ ମଧ୍ୟ ଟିକେ ଗମ୍ଭୀର ହେବେ ଏବଂ ଅଯଥା ଭିଡ କରିବେନି ବୋଲି କହିଛନ୍ତି ପୋଲିସ ଅଧିକାରୀ । ସମ୍ଭଲ ଅଞ୍ଚଳ ଅରେଞ୍ଜ ଜୋନ ଅନ୍ତର୍ଗତ । ତଥାପି ଏଠାରେ ମଦ ପାଇଁ ଲୋକଙ୍କ ସଂଯମ ନାହିଁ । ସରକାରଙ୍କ ଘୋଷଣା ପରେ ମଦ ପାଇଁ ଲୋକେ ଆତୁର ହୋଇପଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.