ରଥଯାତ୍ରା ୨୦୨୩ : ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ପରିବହନ କମିଶନରଙ୍କ ପ୍ରେସ୍ମିଟ୍
18/06/2023 at 11:35 AM

ପୁରୀ ୧୮।୦୬ : ଆଉ ଦିନକ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ମହାପ୍ରଭୁଙ୍କ ଏହି ଘୋଷଯାତ୍ରା ପୂର୍ବରୁ ଟ୍ରାଫିକ୍ ଦାୟିତ୍ୱରେ ଥିବା ଏଡିଜି ଅମିତାଭ ଠାକୁର ପ୍ରେସ୍ମିଟ୍ କରିଛନ୍ତି । ରଥଯାତ୍ରା ସମୟରେ ଟ୍ରାଫିକ୍ ବ୍ୟବସ୍ଥା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ପ୍ରେସ୍ମିଟ୍ରେ ଏଡିଜି କହିଛନ୍ତି ଯେ , ପୁରୀ ସହର ଭିତରେ ଦୁଇଟି ଓ ବାହାରେ ଗୋଟିଏ ଏହିପରି ଟ୍ରାଫିକ ବ୍ୟବସ୍ଥା ୩ ଭାଗରେ ବିଭକ୍ତ କରାଯାଇଛି। ସ୍ଵତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍ ୧୯ ତାରିଖ ମଧ୍ୟରାତ୍ରରୁ ଲାଗୁ ହେବ। ସହରକୁ ୧୪ଟି ଜୋନ ଓ ୨୯ ଟି ସେକ୍ଟରରେ ବିଭକ୍ତ କରାଯାଇଛି।

ସେହିପରି ଦୁଇ ଚକିଆ ଗାଡ଼ି ପାର୍କିଂ ପାଇଁ ୨୪ଟି ପାର୍କିଂ ସ୍ଥଳ ଚିହ୍ନଟ ହୋଇଛି। ୨୪ ଘଣ୍ଟିଆ ଟ୍ରାଫିକ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ। ଭୁବନେଶ୍ୱର ଓ କୋଣାର୍କ ପଟୁ ଆସୁଥିବା ଗାଡି ତାଳବଣିଆ ଓ ଗ୍ରୀଡ୍ ଷ୍ଟେସନ ଛକ ଓ ବ୍ରହ୍ମଗିରି ପଟୁ ଆସିଥିବା ଚାରି ଚକିଆ ଗାଡ଼ି ଫ୍ଲୋରିସ ଇଣ୍ଡିଆରେ ପାର୍କିଂ କରିବ।