LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସାମ୍ନାକୁ ଆସିଲା ନୂଆ ଭାଇରସ, ବ୍ୟାପୁଛି ସଂକ୍ରମଣ, ଜାଣନ୍ତୁ ଲକ୍ଷଣ…

23/02/2023 at 1:04 PM

ନୂଆଦିଲ୍ଲୀ ୨୩।୦୨: ଗତ ୩ ବର୍ଷରେ କରୋନା ଭୟ ଲୋକଙ୍କ ମନରେ ରହିଥିବା ବେଳେ ଏବେ ଆଉ ଏକ ଭୂତାଣୁ ଦେଶରେ ନଜର ଆସିଛି । ଏହି ଭୂତାଣୁ ଗତ କିଛି ଦିନ ହେବ ପଶ୍ଚିମ ବଙ୍ଗଳାରେ ଆତଙ୍କ ସୃଷ୍ଟି କରିଛି । ଏହି ଭାଇରସର ନାଁ ହେଉଛି ‘ଏଡେନୋଭାଇରସ୍’ ।  ପଶ୍ଚିମ ବଙ୍ଗଳାରେ ଏହି ଭାଇରସର ଅନେକ ମାମଲା ସାମ୍ନାକୁ ଆସିଛି । ଯାହା ପରେ ଆର୍ଲଟ ମୋଡକୁ ଆସିଛି ପ୍ରଶାସନ ।

ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ଅନୁଯାୟୀ ‘ଏଡେନୋଭାଇରସ୍’ ଶ୍ୱାସକ୍ରିୟା, ସାମାନ୍ୟ ଥଣ୍ଡା କିମ୍ବା ଫ୍ଲୁ ଭଳି ରୋଗ ସୃଷ୍ଟି କରିଥାଏ । ‘ଏଡେନୋଭାଇରସ୍’ର କାରଣରେ ଇନଫ୍ଲୁଏନଞ୍ଜା, ପାରାଏନଫ୍ଲଏନଜା, ରାଇନୋଭାଇରସ୍ ଏବଂ ନିମୋକୋକି ଅନ୍ତର୍ଭୁକ୍ତ ।

ଲକ୍ଷଣ

‘ଏଡେନୋଭାଇରସ୍’ର ସବୁଠାରୁ ସାଧାରଣ ଲକ୍ଷଣ ୩ଦିନରୁ ଅଧିକ ଜ୍ୱର, କାଶ, ଗଳା ଯନ୍ତ୍ରଣା, ନାକରୁ ବୋହିବା, ଝାଡ଼ା, ବାନ୍ତିର ଲକ୍ଷଣ ଦେଖିବାକୁ ମିଳିଥାଏ । ଏହି ଭାଇରସରେ ଛୋଟ ପିଲା, ପୁରୁଣା ଶ୍ବାସ ରୋଗୀ ଏବଂ ଅନ୍ୟାନ୍ୟ ଗୁରୁତର ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଏହି ଭାଇରସର ଅଧିକ ବିପଦ ରହିଛି ।

ଚିକିତ୍ସା

ଯଦିଓ ‘ଏଡେନୋଭାଇରସ୍’ ଫ୍ଲୁ ପାଇଁ କୌଣସି ଉପଶମ ନାହିଁ । ସାମାନ୍ୟ ଲକ୍ଷଣଗୁଡିକରେ ଘରେ ORS, ସୁସ୍ଥ ଖାଦ୍ୟ ଏବଂ ଉଚିତ୍ ଚିକିତ୍ସା କରାଯାଇପାରିବ । ଯଦି ଜ୍ୱର ୩ରୁ ୫ ଦିନରୁ ଅଧିକ ସମୟ ଧରି  ରୁହେ, କିମ୍ବା ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରନ୍ତି,ଭୋକ ନଲାଗିବା ଏବଂ ଦିନକୁ ପାଞ୍ଚଥରରୁ କମ୍ ପରିସ୍ରା ହୁଏ, ତେବେ ଡାକ୍ତରଖାନା ଯାଇ ଯାଞ୍ଚ କରନ୍ତୁ  ।

ପ୍ରତିରୋଧ

ଏହି ଭାଇରସର ପ୍ରତିରୋଧ ପାଇଁ ମାସ୍କ ପିନ୍ଧିବା, ହାତର ସ୍ୱଚ୍ଛତା ବଜାୟ ରଖିବା ଏବଂ କୋଭିଡ -19 ପରି ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ  ।

   Related Posts