ଦାୟିତ୍ୱ ସମ୍ପାଦନ ବେଳେ ପ୍ରାଣ ହରାଇଲେ ଅତିରିକ୍ତ ତହସିଲଦାର

Published By : Prameya-News7 Bureau | May 07, 2020 IST

ଗଜପତି, ୦୭|୦୫: ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ମାଝୀଙ୍କ ଅକାଳ ବିୟୋଗ ଘଟିଛି । ସେ ଗୁମ୍ମା ବ୍ଲକରେ ମାଜିଷ୍ଟ୍ରେଟ୍ ଦାୟିତ୍ୱ ରେ ଥିଲେ । ଗତକାଲି ଏହି ବ୍ଲକର ଡୁମ୍ବାଡା ଗ୍ରାମପଞ୍ଚାତକୁ ବାହାର ରାଜ୍ୟରୁ ଏକ ଝିଅର ମୃତ ଶରୀର ପହଞ୍ଚିଥିଲା, ସେଠାରେ ସେ ପହଞ୍ଚି ନିଜ କାର୍ଯ୍ୟ କରୁଥିଲେ । ହଠାତ୍ ସେ ଅସୁସ୍ଥ ଅନୁଭବ କରିଥିଲେ ।  

ସେଠାରୁ ତାଙ୍କୁ ଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟା କେନ୍ଦ୍ର ଓ ପରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଶେଷରେ ବ୍ରହ୍ମପୁର ସ୍ଥିତ ଏମ.କେ.ସି.ଜି ମେଡିକାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ତାଙ୍କ ପ୍ରାଣ ବାୟୁ ଉଡି ଯାଇଥିଲା । ତାଙ୍କର ଅକାଳ ବିୟୋଗକୁ ନେଇ ଜିଲ୍ଲାପାଳ ଅନୁପମ ସାହା ଶୋକ ବ୍ୟକ୍ତ କରିବା ସହ ଲକଡାଉନ ସମୟରେ ଗୋଟିଏ କରୋନା ଯୋଦ୍ଧାକୁ ଜିଲ୍ଲା ପ୍ରଶାସନ ହରାଇଛି ବୋଲି ଦୁଃଖ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.