Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ନ୍ୟାୟ ଦାବିରେ ରାତିସାରା ଧାରଣାରେ ବସିଛନ୍ତି ରୁଚିକାଙ୍କ ମା’, ଧାରଣାସ୍ଥଳରେ ଅତିରିକ୍ତ ଡିସିପି ପ୍ରକାଶ ପାଲ୍‌

4/07/2022 at 11:46 AM

ଭୁବନେଶ୍ବର ୪।୭: ବିଜେବି ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ନ୍ୟାୟ ଦାବିରେ ରାତିସାରା ଧାରଣାରେ ବସିଛନ୍ତି ରୁଚିକାଙ୍କ ମା’ । ଧାରଣାସ୍ଥଳରେ ଅତିରିକ୍ତ ଡିସିପି ପ୍ରକାଶ ପାଲ୍‌ ପହଞ୍ଚିଛନ୍ତି । ଧାରଣାରେ ବସିଥିବା ଛାତ୍ର ସଙ୍ଗଠନ ଏବଂ ରୁଚିକାଙ୍କ ମା’ଙ୍କ ସହ ଆଲୋଚନା କରିଛନ୍ତି ଅତିରିକ୍ତ ଡିସିପି । ଝିଅ ଆତ୍ମହତ୍ୟା ପାଇଁ ଯେଉଁମାନେ ଦାୟୀ ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ରୁଚିକାଙ୍କ ମା’ ।

ସୂଚନାଯୋଗ୍ୟ ଯେ, ସୋମବାର ମୃତ ଛାତ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବାକୁ ଥିବାବେଳେ ଶ୍ଵାସରୁଦ୍ଧ ହୋଇ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଛାତ୍ରୀଙ୍କ ଭିସେରା SFSLକୁ ପରୀକ୍ଷା ପାଇଁ ପଠାଯିବ । ଶରୀରରେ ବିଷକ୍ରିୟା ଅଛି କି ନାହିଁ ଭିସେରା ରିପୋର୍ଟ ଆସିବା ପରେ ଜଣାପଡିବ । ତେବେ ବିଜେବି କଲେଜ ମୁଖ୍ୟ ଗେଟ୍ ସାମ୍ନାରେ ରୁଚିକାଙ୍କ ମା’ ଧାରଣା ଦେଇଛନ୍ତି । ସୁଇସାଇଡାଲ୍ ନୋଟ୍‌ରେ ଲେଖା ଥିବା ୩ ସିନିୟର ଛାତ୍ରୀଙ୍କୁ ଗିରଫ କରିବା ସହ କଲେଜରୁ ବହିସ୍କାର କରିବାକୁ ମୃତ ଛାତ୍ରୀଙ୍କ ମା’ ଦାବି କରିଛନ୍ତି ।

ସେହିପରି ସମ୍ପୂର୍ଣ୍ଣ ଘଟଣାର ସିବିଆଇ ତଦନ୍ତ ହେଉ ବୋଲି ରୁଚିକାଙ୍କ ମା’ ଦାବି କରିଛନ୍ତି । କଲେଜ କର୍ତ୍ତୃପକ୍ଷଙ୍କ ନୀରବତାକୁ କଡ଼ା ନିନ୍ଦା କରିଛନ୍ତି । ଯେ ପର୍ଯ୍ୟନ୍ତ ତାଙ୍କ ଦାବି ପୂରଣ ନହୋଇଛି ସେପର୍ଯ୍ୟନ୍ତ ଧାରଣାରେ ବସି ରହିବେ ବୋଲି ରୁଚିକାଙ୍କ ମା’ କହିଛନ୍ତି । ତାଙ୍କ ସହ ଆଉ କିଛି ସାମାଜିକ ସଂଗଠନ ମଧ୍ୟ ସମାନ ଦାବି ନେଇ ଧାରଣାରେ ବସିଛନ୍ତି ।

ରୁଚିକା ମହାନ୍ତିଙ୍କ ବାପା ଓ ମା’ ଝିଅର ଆତ୍ମହତ୍ୟାରେ କିଛି ଛାତ୍ରୀଙ୍କ ସହ ହଷ୍ଟେଲର ୱାର୍ଡେନ ଓ ସୁପରିଟେଣ୍ଡେଣ୍ଟଙ୍କ ହାତ ରହିଥିବା ଅଭିଯୋଗ କରିଛନ୍ତି । ଆତ୍ମହତ୍ୟା ଘଟଣାରେ ମହିଳା କମିଶନର ତଦନ୍ତ ଆରମ୍ଭ କରିଛନ୍ତି । ପ୍ରାରମ୍ଭିକ ଭାବେ ଘଟଣା ସଂକ୍ରାନ୍ତୀୟ ଖବର ବୁଝିବା ସହ ଅନୁସନ୍ଧାନ କରିଛନ୍ତି । ଏହାସହ ପାଇଥିବା ତଥ୍ଯ ସରକାରଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ।

   Related Posts