ଚା'ର ସ୍ୱାଦ ବଢାଇବା ପାଇଁ ମିଶାନ୍ତୁ ଏହି ମସଲା: ଚା' ହେବ ଆହୁରି ସ୍ୱାଦିଷ୍ଟ

Published By : Prameya-News7 Bureau | September 25, 2021 IST

କଣ ଆପଣ ଯାଣିଛନ୍ତି କ୍ଷୀର, ଚିନି, ଚା' ପତି , ପାଣି ଅଦା ବ୍ୟତିତ ଏହିସବୁ ଉପାଦାନ ଚା' ସହିତ ମିଶା ଯାଇପାରିବ। ତେବେ ଚାଲନ୍ତୁ ଜାଣିବା  ଚା' ସହିତ କେଉଁ ସବୁ ଉପାଦାନ ମିଶାଇବା।

କେଶର - କେଶର ଯୁକ୍ତ ଚା' ବହୁତ ପ୍ରସିଦ୍ଧ ଓଏହାର ଲାଭ ମଧ୍ୟ ବିବେଚନା କରାଯାଏ। କେଶର କୁ ଚା'ରେ ବ୍ୟବହାର କଲେ ଏହାର ସ୍ୱାଦ ଏବଂ ଫ୍ଲେବର ସବୁଦିନ ଅପେକ୍ଷା ଅଲଗା ଆସିବ।ଆପଣ ଥରେ ଚା'ରେ କେଶର ପକାଇ ପିଅନ୍ତୁ ଏହି ଚା' ଆପଣଙ୍କର ସବୁବେଳେ ପିଇବାର ଅଭ୍ୟାସ ହୋଇଯିବ।

ଷ୍ଟାର ଏନିସ - ଏକ କପ୍ ଚା'ରେ କେତେ ମାତ୍ରା :୧ ଫୁଲ୍ । ଷ୍ଟାର ଏନିସ ଚା'ରେ ମିଶିବା ପରେ ଏପରି ସ୍ୱାଦ ଆସେ ଯାହାକି ମଦ ସହିତ ସମାନ। ଯଦି ଆପଣଙ୍କ ଗଳାରେ ଯନ୍ତ୍ରଣା ଅନୁଭବ ହେଉଥାଏ ତେବେ ଷ୍ଟାର ଏନିସ ଏକ ଭଲ ବିକଳ୍ପ ଭାବେ କାମ କରିଥାଏ। ଏହାକୁ ଆପଣଙ୍କ ଚା'ରେ ଆପଣ ସବୁବେଳେ ମିଶାଇ ପାରିବେ।

ଡାଲଚିନି - ଏକ କପ ଚା'ରେ କେତେ ମାତ୍ରା : ୧/ ୮ ଚାମଚ ଡାଲଚିନି ଗୁଣ୍ଡ କିମ୍ୱା ଛୋଟ ଖଣ୍ଡ । ଡାଲଚିନି ଚା'ରେ ଏକ ଭିନ୍ନ ଫ୍ଲେବର ଥାଏ ଯାହାକୁ ଆପଣ ବହୁତ ପସନ୍ଦ କରନ୍ତି। ଏହା ଥଣ୍ଡା ସମୟରେ ବହୁତ ସ୍ୱାଦିଷ୍ଟ ଲାଗିଥାଏ। ହଁ ଡାଲଚିନି ଚା ପ୍ରସ୍ତୁତ କଲାବେଳେ ମନେରଖନ୍ତୁ ଏହାକୁ ଚା'ରେ ଅଧୀକ ପକାନ୍ତୁ ନାହିଁ ନହେଲେ ଆପଣଙ୍କ ଗଳା ସମସ୍ୟା ସୃଷ୍ଟି ହେବ।

{"id":517459,"sizeSlug":"large","linkDestination":"none"}

ଲବଙ୍ଗ  - ଏକ କପ ଚା'ରେ କେତେ ମାତ୍ରା : ୩-୪ଟି । ଚା'ରେ ଲବଙ୍ଗ ର ବ୍ୟବହାର ବହୁତ କରାଯାଏ। ଏହା ସର୍ଦି, କାଶ, ଥଣ୍ଡା ପାଇଁ ବହୁତ ଲାଭଦାୟକ ହୋଇଥାଏ। ଲବଙ୍ଗରୁ ଚା'ରେ ବହୁତ କଡ଼ା ସ୍ୱାଦ ଆସିଥାଏ ବିଶ୍ୱାସ କରନ୍ତୁ ଏହା ଆପଣଙ୍କୁ ବହୁତ ପସନ୍ଦ ଆସିବ। ହଁ ଅଧୀକ ଲବଙ୍ଗ ପକାନ୍ତୁ ନାହିଁ ନହେଲେ ଚା ଅଧୀକ କଡ଼ା ହୋଇଯିବ।

ପୁଦିନା - ଏକ କପ ଚା'ରେ କେତେ ମାତ୍ରା : ୧-୨ଟି ପତ୍ର । ଯଦି ଆପଣ ବିନା କ୍ଷୀରରେ ଚା' କରୁଛନ୍ତି ପୁଦିନାପତ୍ର ବ୍ୟବହାର କରି ଦେଖନ୍ତୁ। ଏହି ଚା' କେବଳ ସତେଜତା ଦେବନି କିନ୍ତୁ ଏତେ ସୁନ୍ଦର ଫ୍ଲେବର ଦେବଯେ ଆପଣଙ୍କୁ ମଜା ଆସିଯିବ।  ଲେମ୍ୱୁ ପୋଦିନା ଚା'କୁ ବହୁତ ଲୋକ ପସନ୍ଦ କରନ୍ତି। ଆଇସ୍ ଟି ରେ ପୋଦିନା ଏକ ଅତ୍ୟାବଶ୍ୟକ ଉପାଦାନ ଅଟେ।

ଗୁଜୁରାତି - ଏକ କପରେ କେତେ ମାତ୍ରା :୧-୨ଟି । ଗୁଜୁରାତି ର ସ୍ୱାଦ ଅଦା ସହିତ ଭଲ ଲାଗିଥାଏ। ଚା' ରେ ଅଧୀକ ଗୁଜୁରାତି ପକାଇବାରୁ ଦୁରେଇ ରୁହନ୍ତୁ। ଯଦି ଆପଣଙ୍କୁ ମିଠା ଚା' ପସନ୍ଦ ତେବେ ସେଥିରେ ଗୋଟିଏ ଗୁଜୁରାତି ପକାନ୍ତୁ। ଗୁଜୁରାତି ଆପଣଙ୍କ ଚା'ରେ ହର୍ବାଲ ଫ୍ଲେବର ଆଣିଥାଏ। ଏହା ଆପଣଙ୍କ  ଚା'ର ସ୍ୱାଦ ଦ୍ୱିଗୁଣିତ କରିଥାଏ।

ଗୁଡ଼ - ଏକ କପ ଚା'ରେ କେତେ ମାତ୍ରା : ସ୍ୱାଦ ଅନୁସାରେ ମିଶାନ୍ତୁ । ଚିନି ତୁଳନା ରେ ଗୁଡ଼ ମିଶା ଚା' ଆମ ପାଇଁ ସ୍ୱାସ୍ଥ୍ୟକର ହୋଇଥାଏ। ଯଦିଓ ଅଧୀକ ମିଠା ଖାଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ଅଟେ ତେଣୁ ଏଥିପାଇଁ ଧ୍ୟାନ ଦେବା ଆୀବଶ୍ୟକ। ଗୁଡ଼ ମିଶା ଚା' ରେ ତନ୍ଦୁରି ଫ୍ଲେବର ଆସିଥାଏ। ଏହାର ସ୍ୱାଦ ଚିନି ମିଶା ଚା' ଠାରୁ ସମ୍ପୁର୍ଣ୍ଣ ଅଲଗା।

{"id":517460,"sizeSlug":"full","linkDestination":"none"}

ଗୋଲମରିଚ - ଏକ କପ ଚା'ରେ କେତେ ମାତ୍ରା : ୨-୩ଟି । ଯଦି ଆପଣଙ୍କ ଗଳା ଖରାପ ଥାଏ ଗୋଲମରିଚ ଚା' ବହୁତ ଲାଭଦାୟକ ଅଟେ। ଏହି  ଚା' ଆପଣ ଥଣ୍ଡା କିମ୍ୱା ବର୍ଷା ସମୟ ରେ ପିଇବା ଆବଶ୍ୟକ। ଯଦିଓ ଏହା ଗରମ ସମୟରେ ଚିନ୍ତିତ କରିପାରେ ସେଥିପାଇଁ ଏହାକୁ ଋତୁ ଅନୁଯାୟୀ ପିଅନ୍ତୁ।

କଳା ଲୁଣ - ଏକ କପ ଚା'ରେ କେତେ ମାତ୍ରା : ୧-୪ ଛୋଟ ଚାମଚ । ଯଦି ଆପଣ ଗଳା ବସିଯାଇଛି , କଥା କହିପାରୁ ନାହାନ୍ତି ତ କଳାଲୁଣ ଚା' ଆପଣଙ୍କୁ ବହୁତ ଉପକାରୀ ହୋଇପାରିବ। ଥରେ ଏହାକୁ ଆପଣ ଚେଷ୍ଠା କରି ଦେଖନ୍ତୁ ନିଜେ ବୁଝି ଏହା କେତେ ଲାଭଦାୟକ।

ଏହି ସବୁ ଉପାଦାନ ଚା' ରେ ମିଶାଯାଏ। କିନ୍ତୁ ଯଦି କୌଣସି ଉପାଦାନ ସହିତ ଆପଣଙ୍କ ର ସମସ୍ୟା ଅଛି ତେବେ ଏହାକୁ ବ୍ୟବହାର  କରନ୍ତୁ ନାହିଁ। କେବଳ ଚା' ପିଇଲେ ଆପଣ ସୁସ୍ଥ ହେବେନି ଏଥିପାଇଁ ଆପଣ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.