ADB ରିପୋର୍ଟରେ ଭାରତୀୟ ଅର୍ଥନୀତିରେ ସୁସ୍ତିଆ ଆଶଙ୍କା, ୨୦୨୩ର ଅଭିବୃଦ୍ଧି ଅନୁମାନ ୬.୩%
21/09/2023 at 4:24 PM

ନୂଆଦିଲ୍ଲୀ ୨୧।୯: ଏସିୟ ବିକାଶ ବ୍ୟାଙ୍କ (ଏଡିବି) ଜାରି ଆର୍ଥିକ ବର୍ଷ ନିମନ୍ତେ ଭାରତର ଅଭିବୃଦ୍ଧି ଅନୁମାନ ହାରକୁ ୬.୪ ପ୍ରତିଶତରୁ ହ୍ରାସ କରି ୬.୩ ପ୍ରତିଶତରେ ସୀମିତ କରିଦେଇଛନ୍ତି। କୃଷି ଉତ୍ପାଦନ ଉପରେ ମୌସୁମୀର ପ୍ରତିକୂଳ ପ୍ରଭାବ ଓ ରପ୍ତାନୀରେ ସୁସ୍ତି ଯୋଗୁ ଏଡିବି ବୃଦ୍ଧି ଅନୁମାନ ହ୍ରାସ କରିଛନ୍ତି। ଏଡିବିଙ୍କ ଏସିୟା ବିକାଶ ପରିଦୃଶ୍ୟ ସେପ୍ଟେମ୍ବର ୨୦୨୩ ଶୀର୍ଷକ ରିପୋର୍ଟରେ ଡୋମେଷ୍ଟିକ୍ କଞ୍ଜପସନରେ ମଜଭୁତି ଓ ଭଲ କଞ୍ଜ୍ୟୁମର ପରସିପସନ ଯୋଗୁ ୨୦୨୩-୨୪ର ବଳକା ସମୟ ଓ ପରବର୍ତ୍ତି ଆର୍ଥିକ ବର୍ଷନିମନ୍ତେ ବୃଦ୍ଧି ହାର ମଜଭୁତ ରହିବ ବୋଲି ଆକଳନ କରିଛନ୍ତି।
ସଞ୍ଚୟରେ ପଛଉଛନ୍ତି, ଋଣ ନେଇ ଟଙ୍କା ଉଡାଉଛନ୍ତି ଭାରତୀୟ: RBI ରିପୋର୍ଟ
ଏଡିବି ରିପୋର୍ଟରେ କହିଛନ୍ତି ଯେ ରପ୍ତାନୀରେ ଦେଖାଦେଇଥିବା ସୁସ୍ତିଆ ଅର୍ଥ ବ୍ୟବସ୍ଥା ନିମନ୍ତେ ପ୍ରତିକୂଳ ପ୍ରଭାବ ପକାଇପାରେ। ସେହିପରି ଅନିୟମିତ ବର୍ଷା ଓ ସ୍ୱଳ୍ପ ବୃଷ୍ଟିପାତ କୃଷି ଉତ୍ପାଦନ ହ୍ରାସର ଆଶଙ୍କା କରିଛନ୍ତି। ଏଭଳି ପରିସ୍ଥିତିରେ ଜାରି ଆର୍ଥିକ ବର୍ଷ ନିମନ୍ତେ ଜିଡିପି ବୃଦ୍ଧି ହାରକୁ ଆଂଶିକ ସଂଶୋଧନ କରି ୬.୩ ପ୍ରତିଶତ କରିଦେଇଛନ୍ତି। ଗତ ଏପ୍ରିଲ ମାସରେ ଏଡିବି ତାଙ୍କ ପୂର୍ବ ଅନୁମାନରେ ଭାରତୀୟ ଅର୍ଥ ବ୍ୟବସ୍ଥାର ବୃଦ୍ଧି ହାରକୁ ୬.୪ ପ୍ରତିଶତ ରହିବ ବୋଲି ଆକଳନ କରିଥିଲେ।

ଜାରି ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ଏପ୍ରିଲ-ଜୁନ ତ୍ରୈମାସିକରେ ୭.୮ ପ୍ରତିଶତ ହାରରେ ବୃଦ୍ଧି ପାଇଥିଲା, ଯେଉଁଥିରେ ସେବା କ୍ଷେତ୍ର ଓ ବୃଦ୍ଧିପ୍ରାପ୍ତ ନିବେଶ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ତେବେ ଏଡିବି ଆଗାମୀ ଆର୍ଥିକ ବର୍ଷ ନିମନ୍ତେ ତାଙ୍କ ବୃଦ୍ଧି ହାର ଅନୁମାନକୁ ୬.୭ ପ୍ରତିଶତରେ କାୟମ ରଖିଛନ୍ତି। ରିପୋର୍ଟରେ ଘରୋଇ ନିବେଶ ଓ ଔଦ୍ୟୋଗିକ ଉତ୍ପାଦନରେ ବୃଦ୍ଧି ହେବା ଯୋଗୁ ଜିଡିପି ବୃଦ୍ଧିକୁ ବେଗ ମିଳିବ ବୋଲି ଆଶା ବ୍ୟକ୍ତ କରିଛନ୍ତି।
ଜୁଲାଇରେ ନୂଆ ରେକର୍ଡ, ଗୋଟିଏ ମାସରେ EPFO ସହ ଯୋଡ଼ିହେଲେ ୧୮ ଲକ୍ଷରୁ ଅଧିକ କର୍ମଚାରୀ
ତେବେ ଇଣ୍ଡିଆ ରେଟିଂସ ଆଣ୍ଡ ରିସର୍ଚ୍ଚ ୨୦୨୩-୨୪ ଜାରି ଆର୍ଥିକ ବର୍ଷ ନିମନ୍ତେ ଭାରତର ବୃଦ୍ଧିହାର ଅନୁମାନକୁ ୫.୯ ପ୍ରତିଶତରୁ ବଢାଇ ୬.୨ ପ୍ରତିଶତ କରିଛନ୍ତି। ତେବେ ଇଣ୍ଡିଆ ରେଟିଂସ ଆଗାମୀ ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଜିଡିପି ଅଭିବୃଦ୍ଧି ରାସ୍ତାରେ କିଛି ଆହ୍ୱାନକୁ ନେଇ ମଧ୍ୟ ସତର୍କ କରିଛନ୍ତି। ଏଥିରେ ବୈଶ୍ୱିକ ଅଭିବୃଦ୍ଧି ହାରରେ ହ୍ରାସ ଯୋଗୁ ଭାରତର ରପ୍ତାନୀରେ ସୁସ୍ତି, ଆର୍ଥିକ ପରିସ୍ଥିତି କାରଣରୁ ପୁଞ୍ଜି ବ୍ୟୟ ବୃଦ୍ଧି, ମୌସୁମୀ ବର୍ଷା ହ୍ରାସ ଯୋଗୁ କୃଷି ଉତ୍ପାଦନ ହ୍ରାସ ଓ ମାନୁଫେକ୍ଚରିଂ କ୍ଷେତ୍ରରେ ମାନ୍ଦାବସ୍ଥାକୁ ମଧ୍ୟ ସାମିଲ କରିଛନ୍ତି।