ହ୍ୱାଟ୍ସଆପ୍‌ରେ ସେରମ ଇନଷ୍ଟିଚ୍ୟୁଟ୍ ସିଇଓ ଅଦର ପୁନାୱାଲାଙ୍କ ଫଟୋ ବ୍ୟବହାର କରି ୧.୦୧ କୋଟି ଲୁଟ୍, ୭ ଗିରଫ

Published By : Prameya-News7 Bureau | November 25, 2022 IST

ନୂଆଦିଲ୍ଲୀ: ଔଷଧ ନିର୍ମାତା କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ୍ର ସିଇଓ ଅଦର ପୁନାୱାଲାଙ୍କ ଫଟୋ ବ୍ୟବହାର କାରି ୧.୦୧ କୋଟି ଟଙ୍କା ଲୁଟ୍ କଲେ ଦୁର୍ବୃତ। ହ୍ୱାଟ୍ସଆପ୍‌ ପ୍ରୋଫାଇଲ୍‌ ଫଟୋରେ ପୁନାୱାଲାଙ୍କ ଫଟୋ ରଖି କମ୍ପାନୀ ଅନ୍ୟ ଏକ ସିଇଓଙ୍କ ଠାରୁ ଏହି ଟଙ୍କା ଲୁଟ୍ କରାଯାଇଛି। ଏନେଇ ୭ ଜଣଙ୍କୁ ଗରିଫ କରାଯାଇଥିବା ବେଳେ ଅନ୍ୟ ଜଣେ ଅପରାଧିଙ୍କୁ ଖୋଜୁଛି ପୁଲିସ୍। ଶୁକ୍ରବାର ଘଟଣା ସମ୍ପର୍କରେ ସୂଚନା ଦେଇଛି ପୁଲିସ।

ପୁଲିସର ସୂଚନା ଅନୁସାରେ, ଏନେଇ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ପୁଣେର ବୁନ୍ଦଗାର୍ଡନ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏଥିରେ କୁହାଯାଇଥିଲା ଯେ ଦୁର୍ବୃତ ହ୍ୱାଟ୍ସଆପ୍‌ ଡିପିରେ ପୁନାୱାଲାଙ୍କ ଫଟୋ ବ୍ୟବହାର କରି କମ୍ପାନୀର ଅନ୍ୟ ଜଣେ ନିର୍ଦ୍ଦେଶକ ସତୀଶ ଦେଶପାଣ୍ଡେଙ୍କୁ ମେସେଜ୍ କରି ଟଙ୍କା ମାଗିଥିଲେ। ସତୀଶ ଏହାକୁ ସତରେ ପୁନାୱାଲାଙ୍କ ମେସେଜ୍ ଭାବି ଅଭିଯୁକ୍ତମାନେ କହିଥିବା ୮ଟି ବ୍ୟାଙ୍କ ଆକାଉଣ୍ଟକୁ କମ୍ପାନୀର ଫଣ୍ଡରୁ ୧.୦୧ କୋଟି ଟଙ୍କା ପଟାଇଥିଲେ।

ଘଟଣା ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦେଇ ଡେପୁଟି ପୁଲିସ କମିସନର ପୁଲିସ ସ୍ମାର୍ଥନା ପାଟିଲ କହିଛନ୍ତି “ ଏହି ୮ ବ୍ୟାଙ୍କ ଆକାଉଣ୍ଟ ୮ ଜଣଙ୍କର। ସେଥିମଧ୍ୟରୁ ୭ ଜଣଙ୍କୁ ବିଭିନ୍ନ ରାଜ୍ୟରୁ ଗିରଫ କରାଯାଇଛି। ଅଷ୍ଟମ ଜଣଙ୍କୁ ଗିରଫ କରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି। ଏଥିରେ ଆମେ ୪୦ ବ୍ୟାଙ୍କ ଆକାଉଣ୍ଟ ସିଜ୍ କରିଛୁ। ଏହି ୮ ଆକାଉଣ୍ଟରୁ ଏହି ସମସ୍ତ ୪୦ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି।”

ଡିସିପି ଆହୁରି କହିଛନ୍ତି ଯେ ଏହି ସମସ୍ତ ଆକାଉଣ୍ଟରୁ ୧୩ ଲକ୍ଷ ଟଙ୍କା ଜବତ କରିଛୁ। ଅପରାଧିମାନଙ୍କ ଶିକ୍ଷାଗତ ଯୋଗ୍ୟତା ବି.ଟେକ୍ ଓ ବିଏସ୍‌ସି ଗ୍ରାଜୁଏଟ୍‌। ଏମାନେ ସମସ୍ତେ ବିହାର, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଏବଂ ଆନ୍ଧ୍ରପ୍ରଦେଶର। ସେମାନଙ୍କ ମଧ୍ୟରୁ ଜଣେ ଅପରାଧି କମର୍ସିଆଲ୍ ବ୍ୟାଙ୍କ୍‌ରେ କାର୍ଯ୍ୟରତ ବୋଲି ଡିସିପି କହିଛନ୍ତି।   


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.