Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଳା ଡ୍ରେସ୍ ପିନ୍ଧି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଆଦାନୀଙ୍କ ଘରେ ବାଜିବ ଶଙ୍ଖ ମହୂରୀ, ସାନ ପୁଅ ଜିତ୍‌ର ହେଲା ନିର୍ବନ୍ଧ

14/03/2023 at 5:27 PM

ଅହମ୍ମଦାବାଦ ୧୪।୩: ବିଲେନିୟର ଗୌତମ ଆଦାନୀଙ୍କ ଘରେ ବିବାହ ହେବାକୁ ଯାଉଛି। ଆଦନୀଙ୍କ ସାନ ପୁଅ ଜିତ୍ ଆଦାନୀଙ୍କର ଦିଭା ଜେମିନ ଶାହଙ୍କ ସହ ନିର୍ବନ୍ଧ ହୋଇଯାଇଛି। ଗୁଜରାଟ ଅହମ୍ମଦାବାଦରେ ହୋଇଥିବା ଏହି ନିର୍ବନ୍ଧ ଉତ୍ସବରେ କେବଳ ଆଦାନୀଙ୍କ ନିକଟତମ ବନ୍ଧୁବାନ୍ଧବ ଓ ପରିବାର ସଦସ୍ୟ ଯୋଗ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ହୀରା ବ୍ୟବସାୟୀ ଜେମିନ ଶାହଙ୍କ ଝିଅ ହେଉଛନ୍ତି ଦିଭା।

ଜେମିନ୍‌ ଶାହ ସି.ଦିନେଶ ଏଣ୍ଡ କମ୍ପାନୀ ପ୍ରାଇଭେଟ ଲିମିଟେଡର ମାଲିକ। ଉଲ୍ଲେଖଯୋଗ୍ୟ ଯେ ହିଣ୍ଡନବର୍ଗ ରିପୋର୍ଟ ପରଠାରୁ ଗୌତମ ଆଦାନୀ ସଂକଟ ମଧ୍ୟ ଦେଇ ଗତି କରୁଛନ୍ତି। ଏହି ସଂକଟରେ ସେ ତାଙ୍କ ସାନ ପୁଅର ବିବାହ ଲାଗି ନିର୍ବନ୍ଧ କରାଇଛନ୍ତି। ଜିତ୍ ଆଦାନୀ ୟୁନିଭର୍ସିଟି ଅଫ ପେନସିଲଭାନିଆର ସ୍କୁଲ ଅଫ ଇଞ୍ଜିନିୟରିଂ ଏଣ୍ଡ ଆପ୍ଲାଏଡ ସାଇନ୍ସେସ ପାଠ ପଢିଛନ୍ତି। ସେ ୨୦୧୯ ମସିହାରୁ ଆଦାନୀ ସମୂହରେ ନିଜକୁ ସାମିଲ କରିଥିବା ବେଳେ ବର୍ତ୍ତମାନ ସମୂହର ଫାଇନାନ୍ସ ଭାଇସ୍ ପ୍ରେସିଡେଣ୍ଟ ଅଛନ୍ତି।

ଗୌତମ ଆଦାନୀଙ୍କର୨ ପୁଅ। ବଡ଼ ପୁଅ କରଣ ଆଦାନୀଙ୍କ ବିବାହ ହୋଇସାରିଛି। ସିରିଲ ଶ୍ରଫଙ୍କ ଝିଅ ପରିଧି ଶ୍ରଫଙ୍କୁ ସେ ବିବାହ କରିଛନ୍ତି। ପରିଧି ଲ ଫାର୍ମ ସିରିଲ ଅମରଚନ୍ଦ ମଙ୍ଗଲ ଦାସର ମ୍ୟାନେଜିଂ ପାର୍ଟନର ଅଛନ୍ତି। ସେହିପରି କରଣ ଆଦାନୀ ପୋର୍ଟ ଏଣ୍ଡ ଏସଇଜେଡ୍ ଲିମିଟେଡର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଓ ଆଦାନୀ ଏୟାରପୋର୍ଟସ୍ ହୋଲ୍ଡିଂସ ଲିମିଟେଡର ନିର୍ଦ୍ଦେଶକ ଅଛନ୍ତି।

   Related Posts