ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ଧନିକଙ୍କ ଟପ୍-୨୦ ସୂଚୀରୁ ବି ବାଦ ପଡିଲେ ଆଦାନୀ

3/02/2023 at 8:02 PM

ନୂଆଦିଲ୍ଲୀ ୩।୨: ଗୌତମ ଆଦାନୀଙ୍କୁ ୨୦୨୩ରେ ବିଶ୍ୱର ଶ୍ରେଷ୍ଠ ଧନାଢ୍ୟ ବ୍ୟକ୍ତି ହେବାର ଆଶା କରାଯାଉଥିଲା। ତେବେ ବର୍ଷର ପ୍ରଥମ ମାସ ବିତିବା ପୂର୍ବରୁ ସେ ଧନିକଙ୍କ ଟପ୍-୧୦ ସୂଚୀ ଦୂରର କଥା ଟପ୍-୨୦ ସୂଚୀରେ ବି ଏବେ ନାହାନ୍ତି।  ତେବେ ଫେସ୍ ବୁକ୍ ସିଇଓ ମାର୍କ ଜୁକରବର୍ଗ ମୁକେଶ ଅମ୍ବାନୀଙ୍କ ପଛକୁ ୧୩ତମ ସ୍ଥାନକୁ ପହଞ୍ଚି ଯାଇଛନ୍ତି। ଗୋଟିଏ ଦିନରେ ଜୁକରବର୍ଗଙ୍କ ସମ୍ପତ୍ତିରେ ୧୨.୫ ବିଲିୟନ ଡଲାର ବୃଦ୍ଧି ହୋଇଛି।

ତେବେ ଏହି ସମୟରେ ଭାରତୀୟ ଉଦ୍ୟୋଗପତି ଗୌତମ ଆଦାନୀ ଗୋଟିଏ ଦିନରେ ୧୦ ବିଲିୟନ ଡଲାରରୁ ବି ଅଧିକ ହରାଇଛନ୍ତି। ଆମେରିକୀୟ ଇନଭେଷ୍ଟମେଣ୍ଟ ରିସର୍ଚ୍ଚ ଫାର୍ମ ଓ ସର୍ଟ ସେଲର ହିଣ୍ଡନବର୍ଗ ରିପୋର୍ଟ ପରେ ଆଦାନୀ ଗ୍ରୁପଙ୍କ ଅନେକ ଷ୍ଟକ୍ ୬୦ ପ୍ରତିଶତରୁ ତଳକୁ ଖସିଯାଇଛି। ଏହି କାରଣରୁ ଗୌତମ ଆଦାନୀ ବ୍ଲୁମବର୍ଗ ବିଲିୟୋନେୟର ଇଣ୍ଡେକ୍ସର ଚତୁର୍ଥ ସ୍ଥାନରୁ ଖସି ୨୧ ତମ ସ୍ଥାନକୁ ପହଞ୍ଚି ଯାଇଛନ୍ତି। ବର୍ଷ ଆରମ୍ଭରେ ଆଦାନୀଙ୍କ ସମ୍ପତ୍ତି ୫୯.୨ ବିଲିୟନ ଡଲାର ହ୍ରାସ ହୋଇ ୬୧.୩ ବିଲିୟନ ଡଲାରକୁ କମି ଯାଇଛି। ତେବେ ଆଦାନୀଙ୍କୁ ୫୨ ବିଲିୟନ ଡଲାରର ଝଟକା ମାତ୍ର ଗୋଟିଏ ସପ୍ତାହରେ ଲାଗିଛି।

ଉଲ୍ଲେଖଯୋଗ୍ୟ ଯେ ୨୦୨୨ ମସିହାରେ ବିଶ୍ୱର ଟପ୍-୧୦ ଧନିକଙ୍କ ସୂଚୀରେ ୨ ଭାରତୀୟ ମୁକେଶ ଅମ୍ବାନୀ ଓ ଗୌତମ ଆଦାନୀଙ୍କ ସମ୍ପତ୍ତି ବୃଦ୍ଧି ହୋଇଥିଲା। ଗତବର୍ଷ ଆଦାନୀ ଆୟରେ ମଧ୍ୟ ନମ୍ବର ୱାନ୍‌ ଥିଲେ। ତେବେ ଏଲନ ମସ୍କ ଓ ଜେଫ ବେଜୋସଙ୍କ ଭଳି ଆମେରିକୀୟ ଧନୀକଙ୍କ ନିମନ୍ତେ ୨୦୨୨ ବର୍ଷ ଏତେ ଉଲ୍ଲେଖନୀୟ ନଥିଲା।  ହେଲେ ୨୦୨୩ ଆରମ୍ଭରୁ ଆମେରିକୀୟ ଧନୀଙ୍କ ସୁଦିନ ଫେରିଆସିଥିବା ବେଳେ ଭାରତୀୟ ବିତ୍ତଶାଳୀ ଦୁର୍ଭାଗ୍ୟର ଶିକାର ହୋଇଛନ୍ତି।

ଅମ୍ବାନୀଙ୍କ ନେଟୱର୍ଥ ସ୍ୱାସ୍ଥ୍ୟ ମଧ୍ୟ ଚଳିତବର୍ଷ ଏପର୍ଯ୍ୟନ୍ତ ଠିକ୍ ନାହିଁ। ଏଲନ ମସ୍କ ଚଳିତବର୍ଷ ଏ ପର୍ଯ୍ୟନ୍ତ ୩୬.୫ ବିଲିୟନ ଡଲାର ଆୟକରି ୧ ନମ୍ବର ସ୍ଥାନରେ ଥିବା ବେଳେ  ତାଙ୍କ ପଛକୁ ବର୍ଣ୍ଣାର୍ଡ ଅର୍ଣ୍ଣଲ୍ଟ ୩୦.୭ ବିଲିୟନ ଡଲାର ଆୟ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେହିପରି ୨୯.୩ ବିଲିୟନ ଡଲାର ଆୟ ସହିତ ଜେଫ ବେଜୋସ୍ ତୃତୀୟ ସ୍ଥାନରେ ଥିବା ବେଳେ ଜୁକର ବର୍ଗ ଗୋଟିଏ ମାସର ୨୪.୧ ବିଲିୟନ ଡଲାର ଆୟ କରିଛନ୍ତି। ତେବେ ଏହି ସମୟରେ ଅମ୍ବାନୀ ୬.୭୮ ବିଲିୟନ ଡଲାର ଆୟ କରିଥିବା ବେଳେ ଗୌତମ ଆଦାନୀ ୬୦ ବିଲିୟନ ଡଲାର ହରାଇ ବସିଛନ୍ତି।

   Related Posts