oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ସମ୍ପତ୍ତିରେ ପୁଣି ଥରେ ମୁକେଶ ଅମ୍ବାନୀଙ୍କୁ ଟକ୍କର ଦେଲେ ଗୌତମ ଆଦାନୀ, ଖାସ ଏଥିଲାଗି ବଢୁଛି ସମ୍ପତ୍ତି

20/01/2022 at 6:10 PM

ମୁମ୍ବାଇ୨୦।୧: ଭାରତର ଦୁଇ ଧନପତି କୁବେର ମୁକେଶ ଅମ୍ବାନୀ ଓ ଗୌତମ ଆଦାନୀଙ୍କ ମଧ୍ୟରେ ପୁଣି ଥରେ ସମ୍ପତ୍ତି ଟକ୍କର ହୋଇପାରେ। ଆଦାନୀଙ୍କ ସମ୍ପତ୍ତି ଲଗାତାର ବଢିବାକୁ ଲାଗିଥିବା ବେଳେ ତାଙ୍କ ରାଙ୍କ  ମଧ୍ୟ ସୁଧୁରିଛି। ଏଥିରୁ ଅମ୍ବାନୀ ଓ ଆଦାନୀଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ଟକ୍କର ହେବାର ଆଶଙ୍କା କରାଗଲାଣି। ବ୍ଲୁମବର୍ଗ ବିଲିୟୋନେୟର ଇଣ୍ଡେକ୍ସରେ ଆଦାନୀ ଗ୍ରୁପର ମୁଖିଆ ଗୌତମ ଆଦାନୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୮୯.୧ ବିଲିୟନ ଡଲାରରେ ପହଞ୍ଚିଥିବା ବେଳେ ସୂଚୀର ଦ୍ୱାଦଶତମ ସ୍ଥାନକୁ ପହଞ୍ଚିଛନ୍ତି।

ଏଥିରେ ମୁକେଶ ଅମ୍ବାନୀ ଗୌତମ ଆଦାନୀଙ୍କଠାରୁ ମାତ୍ର ଗୋଟିଏ ପାଦ ଆଗରେ ଅଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷଙ୍କ ମୋଟ ସମ୍ପତ୍ତିର ପରିମାଣ ଏବେ ୯୫.୯ ବିଲିୟନ ଡଲାର ଥିବା ବେଳେ ବିଲିୟୋନେୟର ଇଣ୍ଡେକ୍ସର ୧୧ ତମ ସ୍ଥାନରେ କାୟମ ଅଛନ୍ତି। ଇତିମଧ୍ୟରେ ଆଦାନୀଙ୍କ ସମ୍ପତ୍ତି ମୂଲ୍ୟରେ ୧୨.୬ ବିଲିୟନ ଡଲାର ଅଭିବୃଦ୍ଧି ହୋଇଛି। ତେବେ ଏହି ସମୟରେ ଅମ୍ବାନୀଙ୍କ ସମ୍ପତ୍ତି ମୂଲ୍ୟରେ ମାତ୍ର ୫.୯୫ ବିଲିୟନ ଡଲାର ବଢିଛି। ତେବେ ଅମ୍ବାନୀ ଓ ଆଦାନୀଙ୍କ ସମ୍ପତ୍ତି ପାଖାପାଖି ହେବା କିଛି ନୂଆ କଥା ନୁହେଁ। ଗତବର୍ଷ ମଧ୍ୟ ଆଦାନୀ ସମ୍ପତ୍ତି ପରିମାଣରେ ଅମ୍ବାନୀଙ୍କ ପାଖାପାଖି ହୋଇଥିଲେ। ହେଲେ ଅମ୍ବାନୀଙ୍କ ପାଖକୁ ଲାଗି ପାରିନଥିଲେ।

ଆଦାନୀଙ୍କ ସମ୍ପତ୍ତି ବୃଦ୍ଧି ପଛରେ ତାଙ୍କ ଆଦାନୀ ଗ୍ରିନର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଶେୟାର ବଜାରରେ ସୂଚୀଭୁକ୍ତ ଆଦାନୀ ଗ୍ରିନ ମାତ୍ର ୫ ଦିନରେ ୧୮ ପ୍ରତିଶତ ଅଭିବୃଦ୍ଧି ହାସଲ କରିଥିଲା। ଗତ ୧ ମାସରୁ ଅଧିକ କାଳ ହେଲା ଏହାର ସେୟାର ମୂଲ୍ୟରେ ୪୫ ପ୍ରତିଶତରୁ ଅଧିକ ବୃଦ୍ଧି ଦେଖାଯାଇଛି। ଆଦାନୀ ଗ୍ରିନ ସାରା ଦେଶରେ ସୌର, ପବନ ଓ ହାଇବ୍ରିଡ ବିଦ୍ୟୁତ ପ୍ରକଳ୍ପର ଏକ ସମାହାର। ତେବେ କେବଳ ଗ୍ରିନ ନୁହେଁ ସେୟାର ବଜାରରେ ଆଦାନୀଙ୍କ ଆଉ ୫ଟି କମ୍ପାନୀ ମଧ୍ୟ ଏନଲିଷ୍ଟେଡ ଅଛନ୍ତି। ସମୂହର କାରବାର ଆଦାନୀଙ୍କୁ ଦିନକୁ ଦୁଇଗୁଣା ରାତିକୁ ୪ ଗୁଣା ଲାଭ ଦେଉଛନ୍ତି।

   Related Posts