ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ପୁଣି ଉପରମୁହାଁ ହେଲା ଆଦାନୀ ଗ୍ରୁପ ସେୟାର, ବିଲେନିୟର ସୂଚୀର ୧୭ତମ ସ୍ଥାନକୁ ଉଠିଲେ ଗୌତମ ଆଦାନୀ

7/02/2023 at 4:47 PM

ମୁମ୍ବାଇ ୭।୨: ହିଣ୍ଡନବର୍ଗ ରିପୋର୍ଟ ଯୋଗୁ ତଳମୁହାଁ ହୋଇଥିବା ଆଦାନୀ ଗ୍ରୁପ କମ୍ପାନୀଙ୍କ ସେୟାର ମୂଲ୍ୟ ପୁଣି ବଢିବା ଆରମ୍ଭ କରିଛି। ଫଳରେ ଆଦାନୀ ହରାଇଥିବା ସ୍ଥିତି ପୁଣି ଫେରିପାଇବେ ବୋଲି ଆଶା କରାଯାଉଛି। ପ୍ରାୟ ୧୩ ଦିନ ପରେ ଆଦାନୀଙ୍କ ନେଟୱର୍ଥରେ ୩ ବିଲିୟନ ଡଲାର ଅଭିବୃଦ୍ଧି ଦେଖାଯାଇଛି। ଏହି ଅଭିବୃଦ୍ଧି ସହ ଫୋର୍ବସ୍ ରିୟଲ ଟାଇମ୍ ବିଲେନିୟର ଲିଷ୍ଟରେ ଆଦାନୀ ଏକା ଥରେ ୪ଟି ସ୍ଥାନ ଉପରକୁ ଉଠି ସପ୍ତଦଶ ସ୍ଥାନରେ ପହଞ୍ଚିଛନ୍ତି।

ମଙ୍ଗଳବାର ସେୟାର ବଜାରରେ ଆଦାନୀ ଗ୍ରୁପ ସେୟାରରେ ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି। ଆଦାନୀ ଗ୍ରୁପର ଅଧିକାଂଶ ଷ୍ଟକ୍‌ ମଙ୍ଗଳବାର ସବୁଜ ସଂକେତରେ ଥିବା ଦେଖାଯାଇଛନ୍ତି। ଆଦାନୀ ଏଣ୍ଟରପ୍ରାଇଜେସ୍ ୨୦ ପ୍ରତିଶତର ଅପର ସର୍କିଟ୍ ସହିତ ୧୮୮୭.୨୦ ଟଙ୍କାରେ ପହଞ୍ଚି ଯାଇଛି। ସେହିପରି ଆଦାନୀ ପୋର୍ଟସ୍ ୯.୮୯ ପ୍ରତିଶତ, ଅମ୍ବୁଜା ସିମେଣ୍ଟ ୬.୨୧ ପ୍ରତିଶତ,ଆଦାନୀ ଡ୍ରାନ୍ସମିସନ ୫ ପ୍ରତିଶତ ଅପର ସର୍କିଟ୍ ସହିତ କାରବାର କରୁଛି।

ଆଦାନୀ ୱିଲମରରେ ମଧ୍ୟ ଅପର ସର୍କିଟ୍ ଲାଗିଛି। ଷ୍ଟକ୍‌ରେ ହୋଇଥିବା ବୃଦ୍ଧି ଯୋଗୁ ଆଦାନୀଙ୍କ ନେଟୱର୍ଥରେ ବୃଦ୍ଧି ଦେଖାଯାଇଛି। ତେବେ ଫୋର୍ବସ୍ ରିୟଲ ଟାଇମ୍ ବିଲେନିୟର ଲିଷ୍ଟର ପ୍ରଥମ ସ୍ଥାନରେ ବର୍ରନାର୍ଡ ଅର୍ନଲ୍ଟ ଥିବା ବେଳେ ତାଙ୍କର ମୋଟ ନେଟୱର୍ଥ ୨୧୭.୫ ବିଲିୟନ ଡଲାର ରହିଛି। ସେହିପରି ତାଙ୍କ ପଛକୁ ୧୮୭.୩ ବିଲିୟନ ନେଟୱର୍ଥ ସହ ଏଲନ ମସ୍କ ଥିବା ବେଳେ ତୃତୀୟ ସ୍ଥାନରେ ୧୨୫.୩ ବିଲିୟନ ନେଟୱର୍ଥ ସହ ଜେଫ ବେଜୋସ ଅଛନ୍ତି।

ସେହିପରି ୧୧୩ ବିଲିୟନ ନେଟୱର୍ଥ ସହ ଲ୍ୟାରି ଏଲିସନ ଚତୁର୍ଥ ସ୍ଥାନରେ ଥିବା ବେଳେ ୱାରେନ ବଫେଟ୍ ପଞ୍ଚମ, ବିଲ ଗେଟସ୍‌ ଷଷ୍ଠ, କାର୍ଲୋସ୍ ସ୍ଲିମ ହେଲୁ ଏଣ୍ଡ ଫ୍ୟାମିଲି ସପ୍ତମ, ଲ୍ୟାରି ପେଜ୍ ଅଷ୍ଟମ, ସର୍ଗେଇ ବ୍ରିନ ନବମ ଓ ଫ୍ରେଙ୍କୋଇସ୍ ବେଟେନକୋର୍ଟ ଏଣ୍ଡ ଫ୍ୟାମିଲି ସୂଚୀର ୧୦ମ ସ୍ଥାନରେ ଅଛନ୍ତି।   

   Related Posts