TATA ପରେ ଅଡାନୀ ଦେଶର ସବୁଠୁ ବଡ଼ ଉଦ୍ୟୋଗ ସମୂହ, ପଛରେ ପଡିଲା ରିଲାଏନ୍ସ

Published By : Prameya-News7 Bureau | August 24, 2022 IST

ମୁମ୍ବାଇ ୨୪।୮: ଅଡାନୀ ଗ୍ରୁପ ଚେୟାରମ୍ୟାନ୍ ଗୌତମ ଅଡାନୀ ରିଲାଏନ୍ସ ଗ୍ରୁପର ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିବାରେ ଲାଗିଛନ୍ତି। ପ୍ରଥମେ ମୁକେଶଙ୍କଠାରୁ ଦେଶ ତଥା ଏସିଆର ସବୁଠୁ ବଡ଼ ଧନିକର ମୁକୁଟ ଛଡାଇବା ପରେ ଏବେ ଅଡାନୀ ଗ୍ରୁପ ମୁକେଶ ଅମ୍ବାନୀଙ୍କ ଗ୍ରୁପ ଠାରୁ ଦେଶର ଦ୍ୱିତୀୟ ସବୁଠୁ ବଡ଼ ବ୍ୟବସାୟୀକ ଗ୍ରୁପର ମାନ୍ୟତା ମଧ୍ୟ  ହାତେଇ ନେଇଛନ୍ତି। ଫଳରେ ଟାଟାଙ୍କ ପରେ ଏବେ ଅଡାନୀ ଦେଶର ଦ୍ୱିତୀୟ ଉଦ୍ୟୋଗ ସମୂହରେ ପରିଣତ ହୋଇଛି।

{"id":675446,"sizeSlug":"full","linkDestination":"none"}

ବଜାର ପୁଞ୍ଜିକରଣ (କ୍ୟାପିଟାଲାଇଜେସନ)ରେ ମଧ୍ୟ ଅଡାନୀ ସମୂହ ଦେଶର ଦ୍ୱିତୀୟ ବଡ ବ୍ୟବସାୟୀକ ଗ୍ରୁପରେ ପରିଣତ ହୋଇଛି। ଏକ୍ଷେତ୍ରରେ ମଧ୍ୟ ଅଡାନୀ ମୁକେଶ ଅମ୍ବାନୀ ସମୂହଙ୍କୁ ପଛରେ ପକାଇଛନ୍ତି। ଅଡାନୀ ସମୂହ କମ୍ପାନୀଙ୍କ ମୋଟ ସଂଯୁକ୍ତ ବଜାର ପୁଞ୍ଜିକରଣ ୧୯.୪୦ ଟ୍ରିଲିୟନ ଟଙ୍କାକୁ ପହଞ୍ଚିଛି। ଏଥିରେ ଅମ୍ବାନୀ ସମୂହଙ୍କ ମିଳିତ ବଜାର ପୁଞ୍ଜିକରଣ ୧୭.୮୯ ଟ୍ରିଲିୟନରେ  ରହିଯାଇଛି। ତେବେ ୨୧.୭୩ ଟ୍ରିଲିୟନ ବଜାର ପୁଞ୍ଜିକରଣ ସହ ଟାଟା ଗ୍ରୁପ ଦେଶର ସର୍ବ ବୃହତ୍ତ ଉଦ୍ୟୋଗ ଗ୍ରୁପ ହୋଇ ରହିଛନ୍ତି।

{"id":675447,"width":839,"height":439,"sizeSlug":"full","linkDestination":"none"}

ସେହିପରି ଧନପତିଙ୍କ ସୂଚୀରେ ଅଡାନୀ ଓ ଅମ୍ବାନୀଙ୍କ ମଧ୍ୟରେ ଏବେ ୭ଟି ସ୍ଥାନର  ଅନ୍ତର ସୃଷ୍ଟି ହୋଇଛି। ବିଲିୟୋନେୟରଙ୍କ ସୂଚୀରେ ମୁକେଶ ଅମ୍ବାନୀ ୯୩.୮ ବିଲିୟନ ଡଲାର ସହିତ ଏକାଦଶତମ ସ୍ଥାନରେ ଥିବା ବେଳେ ଗୌତମ ଅଡାନୀ ୧୩୫ ବିଲିୟନ ଡଲାରର ମୋଟ ସମ୍ପତ୍ତି ସହ ସୂଚୀର ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.