ଗୌତମ ଆଦାନୀଙ୍କ ସମ୍ପତ୍ତି ହୋଇଗଲା ଅଧା, ଦିପାବଳୀରେ ଦେଖିବାକୁ ମିଳିଲା ସବୁଠୁ ବଡ଼ କ୍ଷତି

Published By : Prameya-News7 Bureau | November 12, 2023 IST

ମୁମ୍ବାଇ ୧୨।୧୧: ଭାରତର ଦ୍ୱିତୀୟ ଧନାଢ୍ୟ ବ୍ୟକ୍ତି ଗୌତମ ଆଦାନୀ ଚଳିତବର୍ଷ ସବୁଠୁ ଅଧିକ କ୍ଷତି ସହିଛନ୍ତି। ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ଅନୁସାରେ ଆଦାନୀଙ୍କ ସମ୍ପତ୍ତି ଇୟର ଟୁ ଡେଟ୍ ଆଧାରରେ ୬୦ ବିଲିୟନ ଡଲାର ହ୍ରାସ ହୋଇଛି। ୨୦୨୩ ବର୍ଷ ଆରମ୍ଭ ପୂର୍ବରୁ ବିଶ୍ୱର ଶ୍ରେଷ୍ଠ ୧୦ ଧନିକଙ୍କ ସୂଚୀରେ ରହୁଥିବା ଆଦାନୀ ୧୨ ନଭେମ୍ବର ୨୦୨୩ରେ ୨୧ତମ ସ୍ଥାନରେ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସାରା ଦେଶରେ ରବିବାର ଦିପାବଳୀ ଉତ୍ସବ ପାଳିତ ହେଉଛି, ଏହି ଦିନରେ ଆଦାନୀ ବିଶ୍ୱରେ ସବୁଠୁ ଅଧିକ କ୍ଷତିରେ ପଡିଥିବା ଧନୀକଙ୍କ ସୂଚୀର ଶୀର୍ଷ ସ୍ଥାନରେ ଅଛନ୍ତି।

ବ୍ଲୁମବର୍ଗ ଇଣ୍ଡେକ୍ସ ଅନୁସାରେ ଗୌତମ ଆଦାନୀଙ୍କ ସମ୍ପତ୍ତି ଏବେ ୬୦.୬ ବିଲିୟନ ଡଲାର ଓ ସେ ବିଶ୍ୱର ଧନୀକଙ୍କ ସୂଚୀରେ ୨୧ ତମ ସ୍ଥାନରେ ଛିଡା ହୋଇଛନ୍ତି। ଏଥିରେ ଯଦି ଆଦାନୀଙ୍କ କ୍ଷତିର ଆକଳନ କରାଯାଏ ତେବେ ୨୦୨୩ ଗୋଟିଏ ବର୍ଷରେ ତାଙ୍କ ସମ୍ପତ୍ତି ଅଧା ହୋଇଯାଇଛି। ଉଲ୍ଲେଖଯୋଗ୍ୟ ଯେ ଆମେରିକୀୟ ସର୍ଟ ସେଲର ଫାର୍ମ ହିଣ୍ଡନବର୍ଗ ଗତ ଜାନୁୟାରୀ ମାସରେ ଏକ ରିପୋର୍ଟ ଜାରି କରିଥିଲେ। ଏହି ରିପୋର୍ଟରେ ଆଦାନୀ ସମୂହ ଉପରେ ଅନେକ ଗୁରୁତର ଅଭିଯୋଗ ଥିଲା।

{"id":868907,"sizeSlug":"full","linkDestination":"none"}

ଏହି ରିପୋର୍ଟରେ ସେୟାର ଭାଲ୍ୟୁଏସନ ହେରଫେର କରିବା ଓ ସେଲ କମ୍ପାନୀମାନଙ୍କ ମାଧ୍ୟମରେ ନିଜ ଫାର୍ମରେ ନିବେଶ ବଢାଇବା ଆଦି ଅଭିଯୋଗ ହୋଇଥିଲା। ତେବେ ଆଦାନୀ ଗ୍ରୁପ ଏଭଳି ଅଭିଯୋଗକୁ ଖଣ୍ଡନ କରିଥିଲେ। ଏହା ସତ୍ତ୍ୱେ ସମୂହର ସେୟାର ଦର ଲଗାତାର ହ୍ରାସ ହୋଇଚାଲିଛି। ସେୟାର ମୂଲ୍ୟ ହ୍ରାସ ଯୋଗୁ ସମୂହକୁ ୧୩୦ ବିଲିୟନ ଡଲାରରୁ ଅଧିକ କ୍ଷତିର ସମ୍ମୁଖୀନ ହେବାକୁ ପଡିଛି। ଆଦାନୀ ସମୂହ ଏବେ ରିକଭରି ଟ୍ରାକ୍‌କୁ ଆସିଯାଇଛି। ତେବେ ପୁଣି ସ୍ଥିତିକୁ ଫେରିବା ପାଇଁ ସଂଘର୍ଷ କରିବାକୁ ପଡୁଛି।

ଆଦାନୀ ସମୂହ ବିରୋଧରେ ହୋଇଥିବା ଅଭିଯୋଗର ସେବି ତଦନ୍ତ କରୁଛନ୍ତି। ଏଥିରେ ସମୟ ସମୟରେ ଅନ୍ୟ ରିପୋର୍ଟ ପ୍ରକାଶ ପାଉଥିବାରୁ ସମୂହର ସେୟାର ଦର ପ୍ରଭାବିତ ହେଉଛି। ଏଣୁ ବର୍ଷ ୨୦୨୩ ଆଦାନୀ ଓ ତାଙ୍କ ସମୂହଙ୍କ ନିମନ୍ତେ ବିପରୀତ ସାବ୍ୟସ୍ତ ହୋଇଛି ବୋଲି କୁହାଯାଇପାରେ।

ସମାପ୍ତ ହେବ ‘ବିଗ୍ ବଜାର ବ୍ରାଣ୍ଡ’, କମ୍ପାନୀ ଲାଗି ସବୁ ରାସ୍ତା ବନ୍ଦ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.