ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ହିଣ୍ଡନବର୍ଗ ବିରୋଧରେ ଆଇନଗତ ପଦକ୍ଷେପ ଗ୍ରହଣ କଲେ ଆଦାନୀ, ହାୟର କଲେ ଆମେରିକୀୟ ଲ’ ଫାର୍ମ

10/02/2023 at 4:38 PM

ନୂଆଦିଲ୍ଲୀ ୧୦।୨: ଆମେରିକୀୟ ରିସର୍ଚ୍ଚ ଫାର୍ମ ଯୋଗୁ ହୋଇଥିବା ବିପୁଳ କ୍ଷତିଲାଗି ଗୌତମ ଆଦାନୀ ଏବେ ଆଇନଗତ ପଦକ୍ଷେପ ନେବା ଲାଗି ପ୍ରସ୍ତୁତି କରିନେଇଛନ୍ତି। ସର୍ଟ ସେଲର କମ୍ପାନୀ ହିଣ୍ଡନବର୍ଗକୁ କଡା ଜବାବ ଦେବା ଲାଗି ଆଦାନୀ ଗ୍ରୁପ ଆମେରିକାରେ ଏକ ଲ’ ଫାର୍ମ ହାୟର କରିଛନ୍ତି। ଫାଇନାନସିଆଲ ଟାଇମ ରିପୋର୍ଟ ଅନୁସାରେ ହିଣ୍ଡନବର୍ଗକୁ କୋର୍ଟରେ ଚ୍ୟାଲେଞ୍ଜ କରିବା ପାଇଁ ଆଦାନୀ ଗ୍ରୁପ ଆମେରିକୀୟ ଲିଗାଲ ଫାର୍ମ ୱାଚ୍‌ ଟେଲ୍‌କୁ ମନୋନୀତ କରିଛନ୍ତି। ଏହି ଫାର୍ମ ବେଶ୍ ପ୍ରଶିଦ୍ଧ ଓ ବିବାଦୀୟ ମାମଲାରେ ଆଇନଗତ ଲଢେଇ ପାଇଁ ପ୍ରାୟ ଚର୍ଚ୍ଚାରେ ଥାଏ।

ହିଣ୍ଡନବର୍ଗ ରିପୋର୍ଟ ପରେ ଆଦାନୀ ଗ୍ରୁପକୁ ନେଇ ନିବେଶକଙ୍କ ମାନସିକତା ଉପରେ ପଡିଥିବା ବିପରୀତ ପ୍ରଭାବ ଓ ସେମାନଙ୍କୁ ପୁଣି ଆଶ୍ୱସ୍ତ କରିବା ଲାଗି ଆଦାନୀ ଗ୍ରୁପ ପକ୍ଷରୁ ଉଠା ଯାଇଥିବା ଏହା ସବୁଠୁ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ରିପୋର୍ଟକୁ ନେଇ ଆଦାନୀ ଗ୍ରୁପ ପ୍ରଥମରୁ ସର୍ଟ ସେଲର ହିଣ୍ଡନବର୍ଗ ରିସର୍ଚ୍ଚ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ପ୍ରସ୍ତୁତି କରୁଥିବା କହି ଆସିଛନ୍ତି। ଏବେ ଆସୁଥିବା ରିପୋର୍ଟ ଅନୁସାରେ ଗ୍ରୁପ ସର୍ଟ ସେଲର କମ୍ପାନୀକୁ ବୁଦ୍ଧି ଶିଖେଇବା ପାଇଁ ନ୍ୟୁୟର୍କସ୍ଥିତ ୱାଚଟେଲ ଲିପ୍ଟନ, ରୋସେନ ଓ କାଟଜେଙ୍କ ସବୁଠୁ ଭଲ ଓକିଲଙ୍କ ସେବା ନେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ୨୪ ଜାନୁୟାରୀରେ ପ୍ରକାଶିତ ରିପୋର୍ଟ ଆଦାନୀ ଗ୍ରୁପ ଉପରେ ଆକାଉଣ୍ଟିଂ ଫ୍ରଡ, ଷ୍ଟକ୍ ମାନୁପୁଲେସନ ସମେତ ଋଣକୁ ନେଇ ଗୁରୁତର ପ୍ରଶ୍ନ ଛିଡା କରିଥିଲା। ହିଣ୍ଡନବର୍ଗ ତାଙ୍କ ରିପୋର୍ଟରେ ୮୮ଟି ପ୍ରଶ୍ନ କରି ଯେଉଁ ଅଭିଯୋଗ ଆଣିଥିଲେ ଆଦାନୀ ଗ୍ରୁପ ଉପରେ ତାର ଏପରି ପ୍ରଭାବ ପଡିଲା ଯେ ୧୦ ଦିନ ମଧ୍ୟରେ ଆଦାନୀ ଗ୍ରୁପର ଅଧା କ୍ୟାପିଟାଲାଇଜେସନ ସଫା ହୋଇଯାଇଥିଲା। କେବଳ ଏତିକି ନୁହେଁ ସେୟାର ମୂଲ୍ୟ ହ୍ରାସ ଯୋଗୁ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀଙ୍କ ନେଟୱର୍ଥ ଉପରେ ଏପରି ପ୍ରଭାବ ପଡିଲା ଯେ ବିଶ୍ୱର ଧନୀକଙ୍କ ସୂଚୀର ଚତୁର୍ଥ ସ୍ଥାନରୁ ଖସି ଟପ ୨୦ ସୂଚୀରୁ ବାହାରି ଯାଇଥିଲେ।

୧୧୦ ବିଲିୟନ ଡଲାରରୁ ଅଧିକ ନେଟୱର୍ଥର ଆଦାନୀଙ୍କ ସମ୍ପତ୍ତି ହ୍ରାସ ହୋଇ ମାତ୍ର ୫୮.୭ ବିଲିୟନ ଡଲାରରେ ସୀମିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ ଯେ ହିଣ୍ଡନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀ ଗ୍ରୁପ ୮୮ ପ୍ରଶ୍ନର ଜବାବ ୪୧୩ ପୃଷ୍ଠାରେ ଦେଇଥିଲେ। ଏହି ଉତ୍ତରରେ ଗ୍ରୁପ ତାଙ୍କୁ ବଦନାମ କରିବା ଲାଗି ଏପରି ରିପୋର୍ଟ ପ୍ରକାଶ କରାଯାଇଥିବା କହିଥିଲେ। ରିପୋର୍ଟ ମିଥ୍ୟା ଧାରଣାରେ ପ୍ରେରିତ ଓ ଏଥିଲାଗି ଆମେ ଆଇନଗତ ପଦକ୍ଷେପ ନେବୁ ବୋଲି ଗ୍ରୁପ କହିଥିଲେ।

   Related Posts