Uber ସହିତ ପାର୍ଟନରସିପ୍ କରିବ ଆଦାନୀ, ‘X’ରେ ଦେଲେ ସୂଚନା

Published By : Prameya-News7 Bureau | February 26, 2024 IST

ମୁମ୍ବାଇ ୨୬।୨: ଆଦାନୀ ସମୂହ ବର୍ତ୍ତମାନ ସମୟରେ ତାଙ୍କ ଇଲେକ୍ଟ୍ରିକ ପାସେଞ୍ଜର କାର ଉପସ୍ଥାପନା କରିବା ପାଇଁ ରାଇଡ-ସେୟାରିଂ ପ୍ଲାଟଫର୍ମ ଉବେର ସହିତ ଏକ ପାର୍ଟନରସିପ୍‌ରେ କାମ କରୁଛି। ଏହି ପାର୍ଟନରସିପରେ ଉବେର ସେବାକୁ ଆଦାନୀ ୱାନ୍‌ ଭାବେ ଆଣିବାକୁ ଯୋଜନା କରାଯାଉଛି, ଯାହାକୁ ୨୦୨୨ରେ ଲଞ୍ଚ କରାଯାଇଥିଲା। ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ ଫେବୃଆରୀ ୨୪ ତାରିଖ ଦିନ ଭାରତ ଗସ୍ତରେ ଆସିଥିବା ଉବେର ସିଇଓ ଦାରା ଖୋସରୋଶାହୀଙ୍କୁ ଭେଟିଥିଲେ।

ସେମାନଙ୍କ ଏହି ସାକ୍ଷାତ ଆଲୋଚନା ସମ୍ଭାବିତ ସହଯୋଗର ସଂକେତ ଦେଉଛି। ଏକ୍ସ ସହ ସାକ୍ଷାତକାରରେ ଦୁଇ ବ୍ୟବସାୟୀକ ସମୂହ ମୁଖ୍ୟ ଭାରତର ବିକାଶର କାହାଣୀ ଓ ଉପମହାଦ୍ୱୀପ ନିମନ୍ତେ ସେମାନଙ୍କ  ଦୃଷ୍ଟିକୋଣ ସମ୍ପର୍କିତ ସେମାନଙ୍କ ଆଲୋଚନାକୁ ଉଚ୍ଚ ପ୍ରଶଂସା କରାଯାଇଛି। ଏ ନେଇ ଆଦାନୀ ‘ଏକ୍ସ’ରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ‘ଉବେର ସିଇଓଙ୍କ ସହିତ ଚମତ୍କାର ଆଲୋଚନା। ଭାରତରେ ଉବେରର ବିସ୍ତାର ନିମନ୍ତେ ସେମାନଙ୍କ ଦୃଷ୍ଟିକୋଣ ବାସ୍ତବିକ ପ୍ରେରଣା ଦାୟକ, ଖାସ କରି ଭାରତୀୟ ଡ୍ରାଇଭରଙ୍କ ଉତ୍ଥାନ ନିମନ୍ତେ ତାଙ୍କର ସଂକଳ୍ପ ଲାଗି ଦାରା ଓ ତାଙ୍କ ଟିମ୍ ସହିତ ଭବିଷ୍ୟତର ସହଯୋଗ ନିମନ୍ତେ ଉତ୍ସାହିତ ଅଛି’।

wp:html /wp:html

ସେହିପରି ଉବେର ସିଇଓ ମଧ୍ୟ ପୋର୍ଟ ଟୁ ପାୱାର ଗ୍ରୁପ ମୁଖ୍ୟଙ୍କୁ ଭେଟି ବେଶ୍ ଉତ୍ସାହିତ ଥିବା କହିଛନ୍ତି। ସେ ଭାରତର ଇଭି ପରିବର୍ତ୍ତନରେ ମୋବିଲିଟି ସର୍ଭିସ ପ୍ରୋଭାଇଡରଙ୍କ ସଂକଳ୍ପ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି। ଉବେର ୨୦୪୦ ପୂର୍ବରୁ ନିଜ ବାହନର ପୁରା ଫ୍ଲିଟ୍ ଇଲେକ୍ଟ୍ରିକକୁ ପରିବର୍ତ୍ତନ ନିମନ୍ତେ ତାଙ୍କ ଯୋଜନା ଘୋଷଣା କରିଛନ୍ତି। ଜିରୋ ଇମିସନ ମୋବିଲିଟି ପ୍ରତି ଆଗ୍ରହ ନିମନ୍ତେ ଉବେର ଦିଲ୍ଲୀରେ ତାଙ୍କର ପରିବେଶ ଅନୁକୂଳ ଇଭି ସର୍ଭିସ ଉବେର ଗ୍ରିନ ଲଞ୍ଚ କରିଛନ୍ତି।

ଆଦାନୀ ସମୂହ ମଧ୍ୟ ଆଗାମୀ ୧୦ ବର୍ଷରେ ଏନର୍ଜୀ ଟ୍ରାନ୍ସଫର୍ମେସନ ସହିତ ବିଭିନ୍ନ ବ୍ୟବସାୟୀକ କ୍ଷେତ୍ରରେ ୧୦୦ ବିଲିୟନ ଡଲାର ନିବେଶ ନିମନ୍ତେ ପ୍ରତିଶ୍ରୁତି  ଦେଇଛି। କମ୍ପାନୀ ସୂର୍ଯ୍ୟଙ୍କ କିରଣରୁ ବିଦ୍ୟୁତ ଉତ୍ପାଦନ ନିମନ୍ତେ ୧୦ ଜିଗାୱାଟ ସୌର ଶକ୍ତି କ୍ଷମତା ଓ ଏକ ବଡ଼ ଧରଣର ସୋଲାର ଫାର୍ମ ଗଠନ ପାଇଁ ଯୋଜନା କରିଛି। ଏହା ଛଡା ଏହି ଗ୍ରୁପ ବ୍ୟାଟେରି ସ୍ୱାପିଂ ଓ ଇଭି ଚାର୍ଜିଂ ଷ୍ଟେସନରେ ନିବେଶ କରିବ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.