ବିହାରରେ ୮୭୦୦ କୋଟିର ନିବେଶ କରିବ ଆଦାନୀ ଗ୍ରୁପ୍‌, ମିଳିବ ୧୦ ହଜାର ରୋଜଗାର

Published By : Prameya-News7 Bureau | December 14, 2023 IST

ନୂଆଦିଲ୍ଲୀ: ବିହାରରେ ୮୭୦୦ କୋଟିର ଅତିରିକ୍ତ ନିବେଶ କରିବ ଆଦାନୀ ଗ୍ରୁପ୍ । ଗୁରୁବାର, ଆଦାନୀ ଗ୍ରୁପ୍‌ର ନିର୍ଦ୍ଦେଶକ ପ୍ରଣବ ଆଦାନୀ ପାଟନାରେ ଆୟୋଜିତ ଗ୍ଲୋବାଲ ଇନଭେସଟର୍ସ ସମ୍ମିଳନୀ ୨୦୨୩କୁ ସମ୍ବୋଧନ କରି ଏହି ଘୋଷଣା କରିଛନ୍ତି।

ସେ କହିଛନ୍ତି ଆଦାନୀ ସମୂହ ରାଜ୍ୟରେ ସିମେଣ୍ଟ, ଲଜିଷ୍ଟିକ୍ ଏବଂ କୃଷି-ଉଦ୍ୟୋଗ ସହ ବିଭିନ୍ନ କ୍ଷେତ୍ରରେ ନିଜର ନିବେଶକୁ ୧୦ ଗୁଣା ପର୍ଯ୍ୟନ୍ତ ବଢ଼ାଇବ। ଏହାଦ୍ବାରା ପ୍ରାୟ ୧୦ ହଜାର ଲୋକଙ୍କୁ ପ୍ରତ୍ୟକ୍ଷ ଏବଂ ଅପତ୍ୟକ୍ଷ ଭାବରେ ରୋଜଗାର ମିଳିବ ।  ଏହା ପୂର୍ବରୁ ଆଦାନୀ ଗ୍ରୁପ୍ ବିହାରରେ ପ୍ରାୟ ୮୫୦ କୋଟି ଟଙ୍କାର ନିବେଶ କରିଛି।

ଆହୁରି ପଢ଼ନ୍ତୁ: ମାତ୍ର କିଛି ଘଣ୍ଟାରେ ଆଦାନୀ ହରାଇଲେ ୩୮ ହଜାର କୋଟି ଟଙ୍କା, ଜାଣନ୍ତୁ କିପରି ?

ପ୍ରଣବ ଆହୁରି କହିଛନ୍ତି ବିହାର ଏବେ ଏକ ଆକର୍ଷକ ନିବେଶ ସ୍ଥଳ ଭାବରେ ଉଭା ହୋଇଛି। ସେହଭଳି ଆଗାମୀ ନିବେଶ ବିଷୟରେ ସୂଚନା ଦେଇ ସେ କହିଛନ୍ତି ଯେ, ଷ୍ଟୋରେଜ କ୍ଷେତ୍ରରେ ୧୨୦୦ କୋଟି ନିବେଶ ଯୋଜନା ରହିଛି। ଏହାଦ୍ବାରା ୨ ହଜାର ଲୋକଙ୍କ ପାଇଁ ରୋଜଗାର ଅବସର ସୃଷ୍ଟି ହେବ। ଏଥିପାଇଁ ଯେଉଁ ଜିଲ୍ଲାକୁ ଚୟନ କରାଯାଇଛି, ସେଥରେ ପୂର୍ଣିୟା, ବେଗୁସରାୟ, ଦରଭଙ୍ଗା, ସମସ୍ତିପୁର, କିଶନଗଞ୍ଜ ଏବଂ ଅରରିୟା ରହିଛି।

ଆହୁରି ମଧ୍ୟ କମ୍ପାନି ଗୟା ଏବଂ ନାଳନ୍ଦାରେ ସହରୀ ଗ୍ୟାସ ବିତରଣ ନେଟଓ୍ବର୍କକୁ ବଢ଼ାଇବା ପାଇଁ ୨୦୦ କୋଟି ଖର୍ଚ୍ଚ କରିବ। ଏହା ସହ ସିଏନଜି ଏବଂ ଇଭି ଚାର୍ଜର ଉତ୍ପାଦନ ମଧ୍ୟ ଆରମ୍ଭ କରିବାକୁ ଯୋଜନା ରହିଛି। ଏହାଦ୍ବାରା ବିହାରରେ ଲୋକଙ୍କୁ ପ୍ରାୟ ୧୫୦୦ ଲୋକଙ୍କୁ ଚାକିରି ମିଳିବ ବା ସୁଯୋଗ ସୃଷ୍ଟି ହେବ। ଏହା ସହ ଗ୍ରୁପ୍‌ ବିହାରରେ ଆଦାନୀ ଓ୍ବିଲମରକୁ ମଧ୍ୟ ଆଣିବାକୁ ଚିନ୍ତା କରୁଛି।ଆହୁରରେ ମଧ୍ୟ ୨୫୦୦ କୋଟି ଖର୍ଚ୍ଚରେ ଓ୍ବାରସଲିଗଞ୍ଜ ଏବଂ ମହାବଳରେ ଫ୍ୟାକ୍ଟ୍ରି ସ୍ଥାପନ କରିବାକୁ ଯୋଜନା ରହିଛି।

ଆହୁରି ପଢ଼ନ୍ତୁ: ଆୟରେ ଏଲନ ମସ୍କଙ୍କୁ ପଛରେ ପକାଇଲେ ଗୌତମ ଆଦାନୀ, ଜାଣନ୍ତୁ ୨୪ ଘଣ୍ଟାରେ ରୋଜଗାର କରିଛନ୍ତି କେତେ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.