ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ସମୟ ପୂର୍ବରୁ ୮ ହଜାର ୩୦୦ କୋଟି ଫେରାଇଲା ଆଦାନୀ ଗ୍ରୁପ୍, କମ୍ପାନୀ ଜାରିକଲା ଏହି ବିବୃତ୍ତି

6/02/2023 at 3:58 PM

ନୂଆଦିଲ୍ଳୀ, ୦୬/୦୨: ହିଣ୍ଡନବର୍ଗର ରିପୋର୍ଟ ପରେ ଆଦାନୀ ଗ୍ରୁପ୍‌ର ସେୟାରରେ ହୋଇଛି ବ୍ୟାପକ ହ୍ରାସ। ଯାହା ନିବେଶକଙ୍କ ପାଇଁ ମଧ୍ୟ କାରଣ ପାଲଟିଛି। ଏହାରି ମଧ୍ୟରେ ମଧ୍ୟରେ ଆଦାନୀ ଗ୍ରୁପ୍ ଏହାର ଅନ୍ୟ ସେୟାର ପରିବର୍ତ୍ତେ ନେଇଥିବା ୧.୧୧ ବିଲିୟନ ଡଲାରର ଋଣ ଉପରେ ପ୍ରି-ପେମେଣ୍ଟ ପ୍ରକ୍ରିୟା ଆରମ୍ଭ କରିଛି। ଏହି ସେୟାରର ମ୍ୟାଚ୍ୟୁରିଟି ସେପ୍ଟେମ୍ବର ୨୦୨୪ ରେ ଶେଷ ହେବାର ଥିଲା। ଗ୍ରୁପ୍‌ ଏକ ବିବୃତ୍ତି ଜାରି କରି କହିଛି ଯେ ପ୍ରି-ପେମେଣ୍ଟ ପାଇଁ ଆଦାନୀ ପୋର୍ଟ ଏବଂ ଏସଇଜେଡ, ଆଦାନୀ ଟ୍ରାନ୍ସମିଶନ ଏବଂ ଆଦାନୀ ଗ୍ରୀନ ଏନର୍ଜୀରେ ଶେୟାର ବନ୍ଧକ ରଖାଯାଇଥିଲା। ଯାହାର ପ୍ରି ପେମେଣ୍ଟ ସମୟ ପୂର୍ବରୁ କରାଯାଉଛି।

ଆଦାନୀ ପୋର୍ଟରେ ୧୬୮.୨୭ ମିଲିୟନ ଶେୟାର, ଯେଉଁଥିରେ ପ୍ମୋରଟରଙ୍କ ୧୨ ପ୍ରତିଶତ ଅଂଶ ରହିଛି ସେଗୁଡ଼ିକ ଜାରି କରାଯିବ। ଆଦାନୀ ଗ୍ରୀନ ଏନର୍ଜୀରେ ୨୭.୫୬ ମିଲିୟନ ସେୟାର, କିମ୍ବା ପ୍ରମୋଟର୍ସଙ୍କ ୩ ପ୍ରତିଶତ ଅଂଶ ଜାରି କରାଯିବ। ଆଦାନୀ ଟ୍ରାନ୍ସମିଶନରେ ୧୧.୭୭ ମିଲିୟନ ସେୟାର କିମ୍ବା ପ୍ରମୋଟର୍ସଙ୍କ ୧.୪ ପ୍ରତିଶତ ଅଂଶ​‌ ଜାରି କରାଯିବ। କମ୍ପାନୀ କହିଛି ଯେ ପ୍ରି-ପେମେଣ୍ଟ ଲୋନ୍‌ର ଏଥିପାଇଁ ଦିଆଯାଉଛି ଫଳରେ ନିବେଶକଙ୍କ ବିଶ୍ବାସ ହୋଇପାରିବ ଯେ ଗ୍ରୁପ୍‌ର ବାଲାନ୍ସ ସିଟ୍‌ ଏବଂ ଲୋନ୍‌ ପେମେଣ୍ଟ କରିବା କ୍ଷମତା ଉଭୟରେ ମଜବୁତ ରହିଛି।

ଏହି ଘୋଷଣାରେ ଆଦାନୀ ପୋର୍ଟ୍ସର ଶେୟାରରେ କିଛି ଆଶ୍ବସ୍ତ ମିଳିଛି, ଯାହା ୬ ପ୍ରତିଶତ ବଢ଼ି ୫୨୮.୪୦ ଟଙ୍କା ହୋଇଛି ଏବଂ ଅନ୍ୟ ନିଫ୍ଟୀ ୫୦ ଉପରେ ରହିଛି। ଅବଶ୍ୟ, ଆଦାନୀ ଟୋଟଲ ଗ୍ୟାସ୍‌, ଆଦାନୀ ଗ୍ରୀନ ଏନର୍ଜୀ, ଆଦାନୀ ପାଓ୍ବାର ଏବଂ ଆଦାନୀ ଓ୍ବିଲମର ୫ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି। ଆଦାନୀ ଟ୍ରାନ୍ସମିଶନର ଶେୟାରରେ ୧୦ ପ୍ରତିଶତକୁ ଖସିଛି। ଆଦାନୀ ଏଣ୍ଟରପ୍ରାଇଜେସ୍‌ର ଶେୟାର ପ୍ରାୟ ୨ ପ୍ରତିଶତ ଖସି ୧୫୬୪.୯୦ ଟଙ୍କାରେ କାରବାର କରୁଛି।

   Related Posts