୪୦୯୬ କୋଟିର ଋଣ ପରିଶୋଧ କଲା ଆଦାନୀ ଗ୍ରୁପ୍, ବଢ଼ିପାରେ ନିବେଶକଙ୍କ ଭରସା
8/03/2023 at 10:10 PM

ନୂଆଦିଲ୍ଲୀ, ୦୮/୦୩: ଆଦାନୀ ଗ୍ରୁପ୍ର ନିବେଶକଙ୍କ ପାଇଁ ଭଲ ଖବର। ଆଦାନୀ ଗ୍ରୁପ୍ ୫୦୦ ମିଲିୟନ ଡଲାର (୪୦୯୬ କୋଟି ଟଙ୍କା୍) ବ୍ରିଜ୍ ଲୋନ୍ ପରିଶୋଧ କରିଛି। ମାମଲା ସହ ଜଡ଼ିତ ବ୍ୟକ୍ତିଙ୍କ ଅନୁଯାୟୀ, ଗ୍ରୁପ୍ ନିବେଶକଙ୍କ ଭରସା ପୁଣି ଜିତିବା ପାଇଁ ଲଗାତାର ପ୍ରୟାସ କରୁଛି। ରିପୋର୍ଟ ଅନୁଯାୟୀ କମ୍ପାନୀ ମଙ୍ଗଳବାର ଏହି ଅର୍ଥ ଟ୍ରାନ୍ସଫର କରିସାରିଛି। ଅବଶ୍ୟ, ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିନାହିଁ।
ସୂଚନାଯୋଗ୍ୟ, ହିଣ୍ଡନବର୍ଗ ରିପୋର୍ଟ ଆସିବା ପରଠାରୁ ଆଦାନୀ ଗ୍ରୁପ୍କୁ ବ୍ୟାପକ କ୍ଷତି ହୋଇଛି। ଗ୍ରୁପ୍ର ସବୁ ତାଲିକାଭୁକ୍ତ କମ୍ପାନୀର ଶେୟାରରେ ବଡ଼ ହ୍ରାସ ପରିଲକ୍ଷିତ ହୋଇଥିଲା। କିନ୍ତୁ ଆଦାନୀ ଗ୍ରୁପ୍ ପାଇଁ ଗତ କିଛି ଦିନ ବେଶ୍ ଭଲ ରହିଛି। ଯେଉଁଥିରେ ନିବେଶକଙ୍କ ଭରସା ପୁଣି ଥରେ ଗ୍ରୁପ୍ର ତାଲିକାଭୁକ୍ତ କମ୍ପାନୀ ଆଡ଼କୁ ବଢ଼ିଛି।
ସେୟାର ବଜାରକୁ ଦିଆଯାଇଥିବା ସୂଚନା ଅନୁଯାୟୀ କମ୍ପାନୀ ଚଳିତ ସପ୍ତାହରେ କହିଥିଲା ୭୩୭୪ କୋଟି (୯୦୧.୧୬ ମିଲିୟନ ଡଲାର) ର ଋଣ ପରିଶୋଧ କରିଥିଲା। କମ୍ପାନୀ ଲଗାତାର ଏହାର ପୁରୁଣା ସ୍ଥିତିକୁ ଫେରିବା ପାଇଁ ପ୍ରୟାସ କରୁଛି। ସେପଟେ ଶେୟାର ସେୟାର ବଜାରରେ କମ୍ପାନୀ ଭଲ ପ୍ରଦର୍ଶନ କରିବାରେ ଲାଗିଛି।
ସୂଚନାଯୋଗ୍ୟ, ଗତ ସପ୍ତାହରେ ଆମେରିକା ଫର୍ମ ଜିକ୍ୟୁଜି ପାଟନର୍ସ ଆଦାନୀ ଗ୍ରୁପ୍ର ଚାରି କମ୍ପାନୀରେ ୧୫୪୪୬ କୋଟି ଟଙ୍କା ନିବେଶ କରିଥିଲେ।