ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଝାରସୁଗୁଡା : ଝାରସୁଗୁଡାରେ ୬ଟିକିଆ ହାତୀ ପଲ, ଜଗିଛନ୍ତି ବନ ବିଭାଗର ସ୍ବତନ୍ତ୍ର ସ୍କ୍ବାଡ୍
  • ||
  • ପାଟଣା : ହଷ୍ଟେଲରେ ପଶି ୫ମ ଶ୍ରେଣୀ ଛାତ୍ରୀଙ୍କୁ ଟଣାଓଟରା କଲେ ଯୁବକ, ଫାଟକରେ ତାଲା ପକାଇଲେ ଅଭିଭାବକ
  • ||
  • ଜଳେଶ୍ବର : ମହିଳାଙ୍କୁ କମେଣ୍ଟ ମାରି ଯୁବକ ହଟହଟା : ଚପଲରେ ମାଡ ଖାଇଲେ, କାନ ଧରି ଉଠବସ୍ ହେଲେ
  • ||
  • ସୁବର୍ଣ୍ଣପୁର : ବନ୍ଧାହେଲା ଦୁଇ ଲୁଟେରା, ଡିକି ଭାଙ୍ଗି ଲୁଟି ନେଇଥିଲେ ୨ ଲକ୍ଷ ଟଙ୍କା
  • ||
  • ବଲାଙ୍ଗୀର : କୋଚିଂ ସେଣ୍ଟରରେ ଚାଲିଥିଲା ନକଲି ସାର୍ଟିଫିକେଟ୍ ତିଆରି, ୮ ଅଭିଯୁକ୍ତ ଅଟକ
  • ||
  • ଭୁବନେଶ୍ବର : କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, ଏନ୍‌ଏଚ୍‌ ୫୫ କାମ ତୁରନ୍ତ ସାରିବାକୁ ଅନୁରୋଧ
  • ||
  • ଦେବଗଡ : ବନ୍ଦ ଘରେ ପଡିଛି ରକ୍ତ ଜୁଡୁବୁଡୁ ମୃତଦେହ, ହନୁମାନ ଟଙ୍କା କାରବାରରେ ଗତବର୍ଷ ଧରାପଡିଥିଲେ ମୃତକ
  • ||
  • ବାରଙ୍ଗ : ପେଟରୁ ଅଣ୍ଡା କାଢିବା ବେଳେ ଆଖିବୁଜିଲା ଧଳା ମୟୁର
  • ||
  • ଟିଟିଲାଗଡ : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା’ ଆତ୍ମହତ୍ୟା ?
  • ||
  • ବାଲିଗୁଡା: ନୀଳ ଜହରର ହବ୍ ପାଲଟିଛି ବାଲିଗୁଡା, ଦୁଇ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ
  • ||

UP ପରିବହନ ବିଭାଗକୁ ଝଟକା, PPPରେ ରୋଡୱେଜ୍‌ ବସ୍‌ ଷ୍ଟେସନ ନିର୍ମାଣ ଟେଣ୍ଡରରୁ ଓହରିଲେ ଆଦାନୀ

3/02/2023 at 7:25 PM

ଲକ୍ଷ୍ନୌ ୩।୨: ଉତ୍ତରପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ ରାଜ୍ୟରେ ପିପିପି ମଡେଲରେ ୨୩ଟି ବସ୍ ଷ୍ଟେସନ ନିର୍ମାଣ ଲାଗି ଉଦ୍ୟମ କରୁଛି। ତେବେ ନିଗମଙ୍କ ପ୍ରସ୍ତାବରେ ନିବେଶକ ଆଗ୍ରହୀ ହେଉନଥିଲେ। ଏଥିରେ ଆଦାନୀ ଗ୍ରୁପ ପିପିପି ମଡେଲର ବସ୍‌ ଷ୍ଟେସନ ନିର୍ମାଣ ଲାଗି ଆଗ୍ରହୀ ହୋଇଥିଲେ। ଏଣୁ ଟେଣ୍ଡରରେ ଆଦାନୀ ଗ୍ରୁପ ଭାଗିଦାର ହେବେ ବୋଲି ପରିବହନ ବିଭାଗ ଆଶ୍ୱସ୍ଥ ଥିଲେ। ତେବେ ହିଣ୍ଡନବର୍ଗ ରିପୋର୍ଟ ପରେ ହୋଇଥିବା କ୍ଷତି ଯୋଗୁ ଏବେ ଆଦାନୀ ଗ୍ରୁପ ପରିବହନ ନିଗମଙ୍କ ଏହି ଟେଣ୍ଡରରୁ ଓହରି ଯାଇଛନ୍ତି। ଅର୍ଥାତ ଆଦାନୀ ଗ୍ରୁପ ପିପିପି ମଡେଲ ବସ୍ ଷ୍ଟେସନ ଟେଣ୍ଡରରେ ଅଂଶଗ୍ରହଣ କରିବେନି।

ପ୍ରାୟ ବର୍ଷକ ପୂର୍ବେ ଦେଶର ସବୁଠୁ ବଡ଼ ଉଦ୍ୟୋଗପତି ଗୌତମ ଆଦାନୀ ଲକ୍ଷ୍ନୌର ଚୌଧୁରୀ ଚରଣ ସିଂହ ଏୟାରପୋର୍ଟର ବ୍ୟବସ୍ଥା କାମ ହାତେଇଥିଲେ । ସେତେବେଳେ ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ଘରୋଇକରଣ ପ୍ରସଙ୍ଗକୁ ବିଭିନ୍ନ ରାଜନୈତିକ ଦଳ ଜୋରଦାର ବିରୋଧ ମଧ୍ୟ କରିଥିଲେ। ତେବେ ଆଦାନୀ ଗ୍ରୁପ ଲଗାତାର ଆଗକୁ ବଢି ଚାଲିଥିଲା। ଏୟାରପୋର୍ଟ ପରେ ଏହି ଗ୍ରୁପ ଉତ୍ତରପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମର ବସ୍ ଷ୍ଟେସନ ନିର୍ମାଣ କରିବାକୁ ଲକ୍ଷ ରଖିଥିଲା। ଉତ୍ତରପ୍ରଦେଶରେ ପିପିପି ମଡେଲର ୨୩ ବସ୍ ଷ୍ଟେସନ ନିର୍ମିତ ହେବାର ଥିଲା। ଏହି ନିର୍ମାଣ କାର୍ଯ୍ୟ ଲାଗି ଆଗ୍ରହର ସହ ଆଦାନୀ ଗ୍ରୁପ ଆଗକୁ ଆସିଥିଲେ।

ତେବେ ଆଦାନୀ ଗ୍ରୁପ ପିପିପି ମଡେଲର ବସଷ୍ଟେସନ ନିର୍ମାଣ ପ୍ରକଳ୍ପକୁ ନିଜକୁ ଦୂରେଇ ଦେଇଛି। ରୋଡୱେଜରୁ ବିଶ୍ୱସ୍ଥ ସୂତ୍ରରୁ ମିଳୁଥିବା ସୂଚନାରେ ଦୁଇ ଦିନ ପୂର୍ବରୁ ଏହି ଗ୍ରୁପ ପକ୍ଷରୁ ଟେଣ୍ଡର ପ୍ରକ୍ରିୟାରେ ଭାଗ ନ ନେବା ଲାଗି ସୂଚିତ କରିଦିଆଯାଇଛି। ତେବେ ରୋଡୱେଜ ଅଧିକାରୀଙ୍କ ସୂଚନା ଅନୁସାରେ ପିପିପି ମଡେଲର ବସ୍ ଷ୍ଟେସନ ନିର୍ମାଣ ନିମନ୍ତେ ଦେଶର ବଡ଼ ବଡ଼ ଗ୍ରୁପମାନେ ଆବେଦନ କରିଛନ୍ତି। ଏଣୁ ଏଥର ବସ୍ ଷ୍ଟେସନ ନିଶ୍ଚିତ ନିର୍ମିତ ହେବ ବୋଲି ବିଭାଗୀୟ ଅଧିକାରୀମାନେ ଆଶାବ୍ୟକ୍ତ କରିଛନ୍ତି।

ପରିବହନ ନିଗମର ପିପିପି ମଡେଲ ବସ୍ ଷ୍ଟେସନ ନିର୍ମାଣ ନିମନ୍ତେ ସମଦାରିଆ ଗ୍ରୁପ ୨ଟି, କସାନ ଗ୍ରୁପ ଗୋଟିଏ, ସମୃଦ୍ଧି ଗ୍ରୁପ ୨, ସାଲିମାର ଗ୍ରୁପ ୩ ଓ ଆମେକ୍ସ ଗ୍ରୁପ ୫ଟି ବସ୍ ଷ୍ଟେସନ ନିର୍ମାଣ କରିବାକୁ ଟେଣ୍ଡର ପକାଇଛନ୍ତି। ଏହି ଟେଣ୍ଡର ପ୍ରକ୍ରିୟାରେ ଏପର୍ଯ୍ୟନ୍ତ ମୋଟ ୧୩ଟି ବସ୍ ଷ୍ଟେସନ ଲାଗି  ବିଭିନ୍ନ ଗ୍ରୁପ ଟେଣ୍ଡର ପକାଇଛନ୍ତି। ତେବେ ଏଥିରୁ ଆଦାନୀ ଗ୍ରୁପ ନିଜକୁ ବାହାର କରିନେଇଛି। ୟୁପି ସଡକ ପରିବହନ ନିଗମ ଅଧିକାରୀଙ୍କ ଅନୁସାରେ ଏବେ ଏହି ଟେଣ୍ଡର ପ୍ରକ୍ରିୟାର ସମୟ ଅବଧିକୁ ବଢେଇ ଦିଆଯାଇଛି। ଏବେ ଫେବୃଆରୀ ୧୬ ତାରିଖ ପର୍ଯ୍ୟନ୍ତ ନିବେଶକ ଏହି ଟେଣ୍ଡର ପ୍ରକ୍ରିୟାରେ ଭାଗିଦାରୀ ଲାଗି ଆବେଦନ କରିପାରିବେ।

ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଏବେ ପିପିପି ମଡେଲର ଗୋଟିଏ ବସ୍ ଷ୍ଟାଣ୍ଡ ରହିଛି। ସାଲିମାର ଗ୍ରୁପ ଆଲମବାଗ୍ ବସ୍ ଷ୍ଟେସନକୁ ପିପିପି ମଡେଲରେ ନିର୍ମାଣ କରିଛି। ଏହି ବସ୍ ଷ୍ଟେସନଟି ବେଶ୍ ସୁନ୍ଦର ହୋଇଛି। ଏଣୁ ବିଭିନ୍ନ ରାଜ୍ୟର ପରିବହନ ବିଭାଗ ଅଧିକାରୀମାନେ ଏହି ବସ୍ ଷ୍ଟେସନର ଷ୍ଟଡି କରିଯାଇଛନ୍ତି।  

   Related Posts