ଭାରତର ପ୍ରଥମ ଆନ୍ତର୍ଜାତୀୟ ବିଦ୍ୟୁତ ପ୍ରକଳ୍ପ ଆରମ୍ଭ କଲେ ଗୌତମ ଆଦାନୀ, ବାଂଲାଦେଶ ହେବ ବିଦ୍ୟୁତ୍ ରପ୍ତାନୀ

Published By : Prameya-News7 Bureau | July 15, 2023 IST

ଢାକା: ବିଦ୍ୟୁତ ପ୍ରକଳ୍ପର ଶୁଭାରମ୍ଭ ନେଇ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟି ଆଲୋଚନା କଲେ ଶିଳ୍ପପତି ଗୌତମ ଆଦାନୀ। ଝାଡ଼ଖଣ୍ଡ ଗୋଡ୍ଡାରେ ତିଆରି ୧୬୦୦ ମେଗାୱାଟ୍ ଅଲ୍ଟ୍ରା ସୁପର କ୍ରିଟିକାଲ ଗୋଡ୍ଡା ପାୱାର ପ୍ଲାଣ୍ଟର ବାଲଂଦେଶକୁ ବିଦ୍ୟୁତ ରପ୍ତାନୀ ନେଇ ଆଲୋଚନା କରିଛନ୍ତି।

ଏନେଇ ଆଦାନୀ ଟ୍ୱିଟ୍ କରି ଲେଖିଛନ୍ତି “୧୬୦୦ ମେଗାୱାଟ ଅଲଟ୍ରା ସୁପର କ୍ରିଟିକାଲ ଗୋଡା ପାୱାର ପ୍ଲାଣ୍ଟର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଆରମ୍ଭ ଏବଂ ହସ୍ତାନ୍ତରଣ ଉପରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟି ସମ୍ମାନିତ ମନେ କରୁଛି। ମୁଁ ଭାରତ ଓ ବାଂଲାଦେଶର ଉତ୍ସର୍ଗୀକୃତ କର୍ମଚାରୀଙ୍କୁ ଅଭିବାଦନ ଜଣାଉଛି, ଯେଉଁମାନେ କୋଭିଡ୍ ସମୟରେ ବି ସାଢ଼େତିନି ବର୍ଷର ରେକର୍ଡ ସମୟରେ ପ୍ଲାଣ୍ଟକୁ ସମ୍ପୂର୍ଣ୍ଣ କରିବାରେ ସାହସ ଦେଖାଇଛନ୍ତି।”

ଏକ ଟ୍ରାନ୍ସମିସନ ଲାଇନ ଜରିଆରେ ବାଂଲାଦେଶ ଶକ୍ତି ବିକାଶ ବୋର୍ଡ (ବିପିଡିବି)କୁ ଉତ୍ପାଦିତ ଶକ୍ତି ଯୋଗାଇବା ପାଇଁ ଆଦାନୀ ପାୱାର ଝାଡ଼ଖଣ୍ଡର ଗୋଡାରେ ୧୬୦୦ ମେଗାୱାଟ ତାପଜ ବିଦ୍ୟୁତ୍ ସ୍ଥାପନ କରିଛି। ଜୁନ ମାସରେ ଗୋଡା ପ୍ଲାଣ୍ଟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି କମ୍ପାନୀ ପୂର୍ବରୁ ସୂଚନା ଦେଇଥିଲା।

ପଢ଼ନ୍ତୁ-ଏସିଆର ସବୁଠୁ ବଡ଼ ବସ୍ତି ‘ଧାରାଭି’କୁ ନୂଆ ରୂପ ଦେବ ଆଦାନୀ ଗ୍ରୁପ, ମହାରାଷ୍ଟ୍ର ସରକାର ଦେଲେ ମଞ୍ଜୁରୀ

ଆଦାନୀ ପାୱାର ଝାଡ଼ଖଣ୍ଡ ଲିମିଟେଡ୍(ଏପିଜେଏଲ୍) ଆଦାନୀ ପାୱାର ଲିମିଟେଡ୍‌ର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ସହାୟକ କମ୍ପାନୀ। ଝାଡ଼ଖଣ୍ଡ ଲିମିଟେଡ୍ (ଏପିଜେଏଲ୍) ଏହାର ୨x ୮୦୦ ମେଗାୱାଟ ଗୋଡା ଅଲଟ୍ରା ସୁପରକ୍ରିଟିକାଲ୍ ଥର୍ମାଲ୍ ପାୱାର୍ ପ୍ଲାଣ୍ଟ (ଗୋଡା USCTPP) ର ଦ୍ୱିତୀୟ ୟୁନିଟ୍ର ବ୍ୟବସାୟିକ କାର୍ଯ୍ୟ ଆରମ୍ଭ କରିଛି।

ଏଥିରେ କୁହାଯାଇଛି ଯେ ଗୋଡା ପାୱାର ପ୍ଲାଣ୍ଟର ଦ୍ୱିତୀୟ ୟୁନିଟର ବାଣିଜ୍ୟିକ ଅପରେସନ୍ ପରୀକ୍ଷା ସହିତ ନିର୍ଭରଯୋଗ୍ୟ କାର୍ଯ୍ୟକ୍ଷମର ପରୀକ୍ଷା, BPDB ଏବଂ ପାୱାର ଗ୍ରୀଡ୍ କର୍ପୋରେସନ୍ ଅଫ୍ ବାଂଲାଦେଶ (PGCB) ଅଧିକାରୀଙ୍କ ଉପସ୍ଥିତିରେ ଜୁନ୍ ୨୫ ରେ ହୋଇଥିଲା।

୮୦୦ ମେଗାୱାଟ କ୍ଷମତା ବିଶିଷ୍ଟ ପାୱାର ପ୍ଲାଣ୍ଟର ପ୍ରଥମ ୟୁନିଟ୍ ଚଳିତ ବର୍ଷ ଏପ୍ରିଲରେ ଏହାର COD(ବାଣିଜ୍ୟିକ କାର୍ଯ୍ୟକ୍ଷମ ତାରିଖ) ହାସଲ କରିଥିଲା।

ଗୋଡା USCTPP ରୁ ବାଂଲାଦେଶର ଗ୍ରୀଡକୁ ବିଦ୍ୟୁତ୍ ଯୋଗାଣ ବାଂଲାଦେଶରେ ଶକ୍ତି ସୁରକ୍ଷାକୁ ଆହୁରି ବଢ଼ାଇବ ବୋଲି କମ୍ପାନୀ କହିଛି। ସୂଚନା ଥାଉକି ଆଦାନୀ ଗତ ବର୍ଷ ସେପ୍ଟେମ୍ବରରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟିଥିଲେ। ତାଙ୍କର ଭାରତ ଗସ୍ତ ସମୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ଆଦାନୀ।

ପଢ଼ନ୍ତୁ-ଗ୍ୟାସ ସେକ୍ଟରରେ ୨୦ ହଜାର କୋଟି ନିବେଶ କରିବ ଆଦାନୀ ଗ୍ରୁପ୍‌, ମୁକେଶ ଅମ୍ବାନୀଙ୍କ ସହ ହେବ ଟକ୍କର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.