ଧରାବୀ ବସ୍ତିକୁ ନୂଆ ରୂପ ଦେବ ଆଗାନୀ ଗ୍ରୁପ, ଡିଏଲଏଫକୁ ପଛରେ ପକାଇ ହତେଇଲା ପ୍ରୋଜେକ୍ଟ
29/11/2022 at 8:29 PM

ନୂଆଦିଲ୍ଲୀ: ମୁମ୍ୱାଇର ଧରାବୀ ଏସିଆର ସହୁଠୁ ବଡ଼ ବସ୍ତି ଅଞ୍ଚଳରେ ସାମିଲ । ଏବେ ଏହାର ବିକାଶ କାମ ଏସିଆର ସବୁଠୁ ବଡ଼ ଧନୀ ବ୍ୟକ୍ତି ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପକୁ ମିଳିଛି । ବହୁ ବଡ଼ କମ୍ପାନିକୁ ପଛରେ ପକାଇ ଆଦାନୀ ରିୟଲ୍ଟି ଧରାବୀ ସ୍ଲମର ରୂପାନ୍ତରଣ ପାଇଁ ରିଡେଭଲପମେଣ୍ଟ ପ୍ରୋଜେକ୍ଟ ନିଲାମୀ ଜିତି ନେଇଛି ।
ରିପୋର୍ଟ ଅନୁସାରେ, ମହାରାଷ୍ଟ୍ର ସରକାର ମଙ୍ଗଳବାର ଧରାବୀ ରିଡେଭଲପମେଣ୍ଟ ପ୍ରୋଜେକ୍ଟର ପାଇଁ ପାଇଥିବା ବିଡ୍ସ ଖୋଲିଛନ୍ତି । ପ୍ରୋଜେକ୍ଟର ସିଇଓ ଏସବିଆର ଶ୍ରୀନିବାରଙ୍କ ଅନୁସାରେ, ଏଥିପାଇଁ ତିନି କମ୍ପାନି ବିଡ୍ ଦାଖଲ କରିଥିଲେ । ଏଥିରୁ ନମନ ଗ୍ରୁପର ବିଡିଂ କ୍ୱାଲିଫାଏ କରିପାରି ନଥିଲା । ଏହାପରେ ଆଦାନୀ ରିୟଲ୍ଟି ଏବଂ ଡିଏଲଏଫର ବିଡ୍ ଖୋଲାଯାଇଥିଲା ।
ସିଇଓ କହିଛନ୍ତି, ଗୌତମ ଆଦାନୀଙ୍କ ନେତୃତ୍ୱାଧିନ ଆଦାନୀ ଗ୍ରୁପ ପକ୍ଷରୁ ଏହି ପ୍ରୋଜେକ୍ଟ ପାଇଁ ଡିଏଲଏଫର ବିଡ୍ ଠାରୁ ଦୁଇ ଗୁଣା ଅଧିକ ବୋଲି ଲଗାଯାଇଥିଲା । ରିପୋର୍ଟରେ କୁହାଯାଇଛି ଯେ, ଆଦାନୀ ଗ୍ରୁପର ବିଡ୍ ୫,୦୬୯ କୋଟି ଟଙ୍କା ଥିଲା, ଅନ୍ୟପଟେ ଡିଏଲଏଫ ୨,୦୨୫ କୋଟି ଟଙ୍କାର ବିଡ୍ ଦାଖଲ କରିଥିଲା । ଉଲ୍ଲେଖଯୋଗ୍ୟ ଯେ, ସରକାର ୧୭ ବର୍ଷରେ ଧରାବୀ ସ୍ଲମର ରିଡେଭଲପମେଣ୍ଟ କାମ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ଧରାବୀ ବିକାଶ ପାଇଁ ମହାରାଷ୍ଟ୍ର ସରକାର ଯେଉଁ ପ୍ଲାନ ପ୍ରସ୍ତୁତ କରିଛନ୍ତି, ତାହା ଅନୁସାରେ କୌଣସି ଘରୋଇ କମ୍ପାନି ସହ ଚୁକ୍ତି କରି ବସ୍ତିର ରୂପରେଖ ବଦଳାଇବେ ।