ଆଇପିଓ ନୁହେଁ ଏଫପିଓ ଜରିଆରେ ଅର୍ଥ ଏକାଠି କରିବ ଆଦାନୀ ଗ୍ରୁପ, ୨୦୦୦୦ କୋଟିର ଯୋଜନା

Published By : Prameya-News7 Bureau | November 25, 2022 IST

ନୂଆଦିଲ୍ଲୀ: ଗତ ଫେବ୍ରୁଆରୀ ମାସରେ ବିଲେନିୟର ଗୌତମ ଆଦାନୀଙ୍କ କମ୍ପାନି ଆଦାନୀ ୱିଲମାରର ଆଇପିଓ ଲଞ୍ଚ ହୋଇଥିଲା । ଏବେ ଗ୍ରୁପର କମ୍ପାନି ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ ଫଲୋ-ଅନ୍ ପବ୍ଲିକ ଅଫର(ଏଫପିଓ) ଜରିଆରେ ୨୦,୦୦୦ କୋଟି ଟଙ୍କା ସଂଗ୍ରହ କରିବାର ଲକ୍ଷ୍ୟ ରଖିଛି ।

ଏହି ଏଫପିଓରୁ ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡକୁ ସହାୟତା ମିଳିବ । ଏହା ଗ୍ରୁପର ଏକ ପ୍ରମୁଖ କମ୍ପାନି ଏବଂ ବର୍ତ୍ତମାନ ସମୟରେ ଏହା ବେସାମରିକ ବିମାନ ଚଳାଚଳଠୁ ଆରମ୍ଭ କରି ଡାଟା କେନ୍ଦ୍ରରେ ବ୍ୟବସାୟ କରୁଛି । ଉଲ୍ଲେଖଯୋଗ୍ୟ ଯେ, ଆଇପିଓ ଏବଂ ଏଫପିଓ ମଧ୍ୟରେ ଭିନ୍ନତା ରହିଥାଏ । ଏଫପିଓ ଜରିଆରେ ବଜାରରେ ପୂର୍ବରୁ ଲିଷ୍ଟେଡ୍ ପବ୍ଲିକ କମ୍ପାନି ନିଜ ସେୟାର ଜାରି କରି ଅର୍ଥ ଯୋଗାଡ କରିଥାଏ ।

କମ୍ପାନି ନିକଟରେ ବର୍ତ୍ତମାନ ସମୟରେ ଆଦାନୀ ଏଣ୍ଟରପ୍ରାଇଜେସ ମିଲିଟେଡର ୭୨.୬୩ ପ୍ରତିଶତ ସେୟାର ରହିଛି । ଏହାଛଡା ୨୭.୩୭ ପ୍ରତିଶତ ଅଂଶ ପ୍ରାୟ ୨୦ ପ୍ରତିଶତ ବିମା କମ୍ପାନି ଏବଂ ବିଦେଶୀ ପୋର୍ଟଫୋଲିଓ ନିବେଶକଙ୍କ ନିକଟରେ ରହିଛି ।

ଉଲ୍ଲେଖଯୋଗ୍ୟ ଯେ, ଆଦାନୀ ଗ୍ରୁପର ଏହି କମ୍ପାନିର ପ୍ରତି ସେୟାର ମୂଲ୍ୟ ୩୯୦୩.୩୫ ଟଙ୍କା ରହିଛି । ଗ୍ରୁପର ଏହି କାରବାର ବନ୍ଦର, ଉର୍ଜାରୁ ଆରମ୍ଭ କରିଛି ସିମେଣ୍ଟ ଉଦ୍ୟୋଗ ଯାଏଁ ବ୍ୟାପିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.