ଆବୁଧାବୀ IHCଙ୍କ FPOନିବେଶ ଫେରସ୍ତ କଲେ ଆଦାନୀ ଏଣ୍ଟରପ୍ରାଇଜର୍ସ
2/02/2023 at 9:22 PM

ଆବୁଧାବୀ ୨।୨: ଆଦାନୀ ଏଣ୍ଟରପ୍ରାଇଜର୍ସଙ୍କ ଫଲୋଅନ ପବ୍ଲିକ୍ ଅଫର (ଏଫପିଓ)ରେ ନିବେଶ କରିଥିବା ଆବୁଧାବୀସ୍ଥିତ ଇଣ୍ଟରନ୍ୟାସନାଲ ହୋଲ୍ଡିଂ କୋ(ଆଇଏଚସି)ଙ୍କୁ ତାଙ୍କ ନିବେଶ ବାବଦ ଅର୍ଥ ଫେରସ୍ତ ପାଇଯାଇଛନ୍ତି। ଆଇଏଚସି ଗୁରୁବାର ଆବୁଧାବୀ ସିକ୍ୟୁରିଟି ଏକ୍ସଚେଞ୍ଜଙ୍କୁ ଏହି ସୂଚନା ଦେଇଛନ୍ତି। ଏ ବାବଦେ ସୂଚୀଭୁକ୍ତ ସଂସ୍ଥା (ଆଦାନୀ ଏଣ୍ଟରପ୍ରାଜର୍ସ) ଅଧିକାରୀକ ଭାବେ ସୂଚନା ଦେଇଥିଲେ ଯେ ଆମେ ସବସ୍କ୍ରାଇବ କରିଥିବା ସେୟାର ବଜାରରୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛନ୍ତି। ସେହି ଅନୁସାରେ ପାଣ୍ଠି ଫେରସ୍ତ ହୋଇଥିବା ବେଳେ ତାହା ଆଇଏଚସିଙ୍କ ବ୍ୟାଙ୍କକୁ ଟ୍ରାନ୍ସଫର ହୋଇଯାଇଛି।
ଆଇଏଚସି ଆଦାନୀ ଏଣ୍ଟରପ୍ରାଇଜର୍ସଙ୍କ ୨୦ ହଜାର କୋଟି ଟଙ୍କାର ଏଫପିଓରେ ୧.୪ ବିଲିୟନ ଏମିରେଟି ଦିରହମ( ପାଖାପାଖି ୪୦୦ ମିଲିୟନ ଡଲାର ବ ୩,୨୬୦ କୋଟି ଟଙ୍କା ) ନିବେଶ କରିଥିଲେ। ତେବେ ଏଫପିଓ ପ୍ରତ୍ୟାହାର ହୋଇ ସାରିଥିବାରୁ ଆଦାନୀ ଏଣ୍ଟରପ୍ରାଇଜର୍ସ ଘୋଷଣା ମୁତାବକ ନିବେଶ ରାଶି ଫେରସ୍ତ କରିଥିବା ବେଳେ ତାହା ଆକାଉଣ୍ଟକୁ ଫେରି ଆସିଥିବା ଆଇଏଚସି କହିଛନ୍ତି। ଆଦାନୀ ଏଣ୍ଟରପ୍ରାଇଜର୍ସ ନିବେଶକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ଅଫରରୁ ଓହରି ଯାଉଥିବା ବୁଧବାର ଘୋଷଣା କରିଥିଲେ।