LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସୁପ୍ରିମକୋର୍ଟରେ ପହଞ୍ଚିଲା ହିଣ୍ଡନବର୍ଗ ମାମଲା: ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ନିବେଶକଙ୍କୁ କ୍ଷତି ପୂରଣ ଦାବି

3/02/2023 at 6:26 PM

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍‌ ବିଷୟରେ ରିସର୍ଚ୍ଚ ରିପୋର୍ଟ ଦେଇଥିବା ଆମେରିକାର ଗବେଷଣା ସଂସ୍ଥା ହିଣ୍ଡନବର୍ଗ ବିରୋଧରେ ସୁପ୍ରିମକୋର୍ଟରେ ମାମଲା। ବରିଷ୍ଟ ଓକିଲ ଏମ୍‌ଏଲ୍‌ ଶର୍ମା କମ୍ପାନୀ ବିରୋଧରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି।

କମ୍ପାନୀର ସଂସ୍ଥାପକ ନାଥନ ଆଣ୍ଡର୍ଶନ ଓ କମ୍ପାନୀ ବିରୋଧରେ ତଦନ୍ତ ଦାବି କରି ତାଙ୍କ ବିରୋଧରେ ଥାନାରେ ମାମଲା କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଆବେଦନରେ ଦର୍ଶାଇଛନ୍ତି ଶ୍ରୀ ଶର୍ମା। କେବଳ ସେତିକି ନୁହେଁ, କ୍ଷତି ସହିଥିବା ନିବେଶକଙ୍କୁ ଆଣ୍ଡର୍ଶନ କ୍ଷତିପୂରଣ ଦିଅନ୍ତୁ ବୋଲି ଆବେଦନରେ ଦର୍ଶାଯାଇଛି।

ଏପଟେ ଆଦାନୀ ଗ୍ରୁପ୍‌ର ସେୟାରରେ ହ୍ରାସ ଘଟିବାରେ ଲାଗିଛି। ୨୪ ଜାନୁଆାରୀରେ ହିଣ୍ଡେନବର୍ଗର ଏକ ରିସର୍ଚ୍ଚ ରିପୋର୍ଟ ସାମ୍ନାକୁ ଆସିବା ପରେ ମାତ୍ର ୭ ଦିନରେ ଆଦାନୀ ଗ୍ରୁପ୍‌ର ଅନେକ କମ୍ପାନୀର ସେୟାର ପ୍ରାୟ ୫୦% ହୋଇଛି। ଆଜି ମଧ୍ୟ ଆଦାନୀ ଗ୍ରୁପ୍‌ର ସବୁ ସେୟାର ନିମ୍ନମୁଖୀ ରହିଛନ୍ତି। ସବୁଠୁ ଅଧିକ ପ୍ରଭାବିତ ହୋଇଛି ଆଦାନୀ ଏଣ୍ଟରପ୍ରାଇଜେସ୍। ଆଦାନୀ ଏଣ୍ଟରପ୍ରାଇଜେସ୍ ସେୟାରରେ ରେକର୍ଡ ହ୍ରାସ ହୋଇଛି। ଆଜି ଶୁକ୍ରବାର ଆଦାନୀ ଏଣ୍ଟପ୍ରାଇଜ୍‌ ଶେୟାର ୩୦ ପ୍ରତିଶତ ଖସି ୧୦୯୫.୩୦ ଟଙ୍କାରେ ପହଞ୍ଚିଛି। ଯାହାକି ଏପର୍ଯ୍ୟନ୍ତର ସବୁଠୁ କମ୍ ସ୍ତର।

ସୂଚନାଯୋଗ୍ୟ, ଗତ ତିନି କାର୍ଯ୍ୟ ଦିବସରେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ଶେୟାର ପ୍ରାୟ ୮୩% ଖସିଛି। ଫେବୃଆରୀ ୧ ରେ କମ୍ପାନୀ ଶେୟାର ଇଣ୍ଟ୍ରା ଡେ ଟ୍ରେଡିଂରେ ଏହାର ସବୁଠୁ ଉଚ୍ଚ ସ୍ତରରୁ ୩୫% ପର୍ଯ୍ୟନ୍ତ ଖସିଥିଲା। ଏହା ପରେ ୨ ଫେବୃଆରୀରେ ଆଦାନୀ ଏଣ୍ଟରପ୍ରାଇଜ୍‌ର ଶେୟାର ୨୭% ପର୍ଯ୍ୟନ୍ତ ଖସିଥିଲା। ଆଜି ୩ ଫେବୃଆରୀ ଏହି ଶେୟାର ୩୦% ପର୍ଯ୍ୟନ୍ତ ଖସିଥିଲା। କମ୍ପାନୀର ମାର୍କେଟ କ୍ୟାପ୍ ପ୍ରାୟ ଅଧା ୧,୨୪,୮୬୪ କୋଟି ଟଙ୍କା ହୋଇଛି। ସେହିଭଳି, ଆଦାନୀ ଗ୍ରୁପର ସବୁ ତାଲିକାଭୁକ୍ତ କମ୍ପାନୀ ମାର୍କେଟ କ୍ୟାପ୍ ଗତ ୨୪ ଘଣ୍ଟାରେ ୧୦୮ ବିଲିୟନ ଡଲାର ହୋଇଛି।

   Related Posts