Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ଦେଶର ସ୍ୱାର୍ଥ ରକ୍ଷା ଏବଂ ଜାତୀୟତାବାଦ ଆଢୁଆଳରେ ଜାଲିଆତିକୁ ଲୁଚା ଯାଇ ପାରିବ ନାହିଁ; ଆଦାନୀ ଗ୍ରୁପକୁ ହିଣ୍ଡେନବର୍ଗର ଜବାବ

30/01/2023 at 5:33 PM

ନୂଆଦିଲ୍ଲୀ: ଆଦାନୀ ଗ୍ରୁପକୁ ନେଇ ହିଣ୍ଡେନବର୍ଗର ରିପୋର୍ଟ ପରେ ସେୟାର ବଜାରରେ ଜାରି ଅସ୍ଥିରତା ଥମିବାର ନାଁ ଧରୁ ନାହିଁ । ରିପୋର୍ଟର ପ୍ରଭାବ ଏପରି ହୋଇଛି ଯେ ଆଦାନୀ ଗ୍ରୁପର ବିଭିନ୍ନ ସେୟାରର ମୂଲ୍ୟ ୨୦-୨୫ ପ୍ରତିଶତ ଯାଏ କମ ହୋଇସାରିଛି । ରବିବାର ଆଦାନୀ ଗ୍ରୁପ ହେଣ୍ଡନବର୍ଗର ରିପୋର୍ଟ ଉପରେ ୪୧୩ ପୃଷ୍ଠାରେ ନିଜର ଜବାବ ରଖିଥିଲା । ଏହାପରେ ହିଣ୍ଡେନବର୍ଗ ପୁଣି ଥରେ ଏହା ଉପରେ ଜବାବ ରଖି ଆଦାନୀ ଗ୍ରୁପକୁ ନିଶାନା କରିଛି ।

ହିଣ୍ଡେନବର୍ଗର ରିପୋର୍ଟକୁ ଆଦାନୀ ଗ୍ରୁପ ଭାରତ ଉପରେ ଆକ୍ରମଣ ବୋଲି ରବିବାର କହିଥିଲା । ଏହାର କିଛି ଘଣ୍ଟା ପରେ ଆମେରିକୀୟ ରିସର୍ଚ୍ଚ ଫାର୍ମ ଏହା ଉପରେ ଜବାବ ରଖି କହିଛି,’ଆଦାନୀ ଗ୍ରୁପ ଭାରତର ଭବିଷ୍ୟତକୁ ପଛକୁ ଠେଲୁଛି । ବ୍ୟବସ୍ଥିତ ମାଧ୍ୟମରେ ଦେଶକୁ ଲୁଟିବା ପାଇଁ ଗ୍ରୁପ ନିଜକୁ ଭାରତୀୟ ପାତାକାରେ ଲୁଚାଉଛି । ଆଦାନୀ ଗ୍ରୁପ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଧ୍ୟାନ ହଟାଇବା ପାଇଁ ଉଦ୍ୟମ କରୁଛି । ଏହାସହ ଆମ ରିପୋର୍ଟ ଭାରତ ଉପରେ ଆକ୍ରମଣ ବୋଲି ଏକ ଧାରଣା ସୃଷ୍ଟି କରିବାକୁ ଚାହୁଁଛି’ ।

ଏଜେନ୍ସି କହିଛି, ‘ବିଶ୍ୱର ଜଣେ ସବୁଠୁ ବିତ୍ତଶାଳୀ ବ୍ୟକ୍ତି ଯଦି କୌଣସି ଜାଲିଆତି କରନ୍ତି ତେବେ ତାହାକୁ ମଧ୍ୟ ଆମେ ଜାଲିଆତି ବୋଲି ବିଶ୍ୱାସ କରୁ’ । ଆଦାନୀ ଗ୍ରୁପର ଅଭିଯୋଗ ଉପରେ ଜବାବ ରଖି ଏଜେନ୍ସି କହିଛି, ‘ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ, ଭାରତ ହେଉଛି ଏକ ସ୍ୱର୍ଣ୍ଣିମ ଭବିଷ୍ୟତ ଥିବା ଉଦୀୟମାନ ମହାଶକ୍ତି, ଏହାସହ ଏହାର ଜୀବନ୍ତ ଗଣତନ୍ତ୍ରରେ ଆମେ ବିଶ୍ୱାସ ରଖୁ’ ।

ହିଣ୍ଡେନବର୍ଗ କହିଛି ଯେ ୪୧୩ ପୃଷ୍ଠାର ଜବାବରେ ଆଦାନୀ ଗ୍ରୁପ କେବଳ ଆମର ୩୦ ପୃଷ୍ଠାର ରିପୋର୍ଟ ଉପରେ ଫୋକସ ଦେଇଛି । ଆଦାନୀ ଗ୍ରୁପ ପକ୍ଷରୁ ଜାରି ଜବାବରେ ୩୩୦ ପୃଷ୍ଠାର କୋର୍ଟ ରେକର୍ଡ, ୫୩ ପୃଷ୍ଠାର ହାଇ-ଲେଭଲ ଫାଇନାନସିଆଲ, ସାମକ୍ୟ ସୂଚନା ଏବଂ ଅନ୍ୟ ଅନାବଶ୍ୟକୀୟ ସୂଚନା ଦିଆଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ଗତ ଜାନୁଆରୀ ୨୪ରେ ଆମେରିକୀୟ ଫାର୍ମ ହିଣ୍ଡେନବର୍ଗ ଏକ ୧୦୬ ପୃଷ୍ଠାର ରିପୋର୍ଟ ପ୍ରକାଶ କରିଥିଲା । ଏଥିରେ ଆଦାନୀ ଗ୍ରୁପ ବିରୋଧରେ ଜାଲିଆତି ଅଭିଯୋଗ ଆଣିଥିଲା । ଏହି ରିପୋର୍ଟ ପରେ ଆଦାନୀ ଗ୍ରୁପର ବିଭିନ୍ନ ସେୟାର ମୂଲ୍ୟ ହ୍ରାସ ପାଇଥିଲା । ବିବାଦ ନଥମିବାରୁ ରବିବାର ଆଦାନୀ ଗ୍ରୁପ ୪୧୩ ପୃଷ୍ଠାର ଏକ ଜବାବରେ ହିଣ୍ଡେନବର୍ଗର ରିପୋର୍ଟକୁ ଭାରତ ଉପରେ ଆକ୍ରମଣ ବୋଲି କହିଥିଲା ।

   Related Posts