oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ଗୌତମ ଆଦାନୀ ଓ ମୁକେଶ ଅମ୍ବାନୀଙ୍କ ମଧ୍ୟରେ ହୋଇଛି ‘ନୋ ପୋଚିଂ’ ଏଗ୍ରିମେଣ୍ଟ, ଜାଣନ୍ତୁ କ’ଣ?

23/09/2022 at 2:28 PM

ଏସିଆର ଦୁଇ ଶ୍ରେଷ୍ଠ ଧନିକ ଗୌତମ ଆଦାନୀ ଓ ମୁକେଶ ଅମ୍ବାନୀ ପରସ୍ପର ମଧ୍ୟରେ  ‘ନୋ ପୋଚିଂ’ ଏଗ୍ରିମେଣ୍ଟ କରିଛନ୍ତି। ଏହି ରାଜିନାମା ଅନୁସାରେ ଆଦାନୀ ଗ୍ରୁପର କର୍ମଚାରୀଙ୍କୁ ରିଲାଏନ୍ସ ଇଣ୍ଡଷ୍ଟ୍ରିରେ ଚାକିରୀ  ମିଳିବନି କି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଆଦାନୀ ଗ୍ରୁପରେ କାମ କରିଥିବା କର୍ମଚାରୀଙ୍କୁ ଚାକିରୀରେ ରଖିବେନି। ଏହି ଏଗ୍ରିମେଣ୍ଟ ଚଳିତବର୍ଷ ମେ ମାସରୁ ଲାଗୁ ହୋଇଥିବା ବେଳେ ଏହା ଉଭୟ କମ୍ପାନୀଙ୍କ ସବୁ କାରବାର ଲାଗି ପ୍ରଜୁଯ୍ୟ।

ରିପୋର୍ଟ ଅନୁସାରେ ଆଦାନୀ ସମୂହ ଅଥବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଏଗ୍ରିମେଣ୍ଟ ସମ୍ପର୍କିତ ପ୍ରଶ୍ନର ଜବାବ ଦିଆଯାଇ ନାହିଁ।  ନୋ ପୋଚିଂ ଏଗ୍ରିମେଣ୍ଟ ଏହିକାରଣରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ଆଦାନୀ ସମୂହ ଏବେ ସେହି ସବୁ କ୍ଷେତ୍ରକୁ ପ୍ରବେଶ କରୁଛନ୍ତି ଯେଉଁ କ୍ଷେତ୍ରରେ ଏକଦା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଆଧିପତ୍ୟ ଥିଲା। ଗତବର୍ଷ ଆଦାନୀ ସମୂହ ‘ଆଦାନୀ ପେଟ୍ରୋକେମିକାଲସ’ ସହିତ ପେଟ୍ରୋ କେମିକାଲ କ୍ଷେତ୍ରକୁ ପ୍ରବେଶ ଘୋଷଣା କରିଥିଲା। ଏହି କ୍ଷେତ୍ରରେ ରିଲାଏନ୍ସର ସବୁଠୁ ଅଧିକ ଉପସ୍ଥିତି ରହିଛି।

ସେହିପରି ଟେଲିକମରେ ମଧ୍ୟ ପ୍ରବେଶ ଲାଗି ଆଦାନୀ ସମୂହ ଏବେ ପାଦ ବଢାଇଛନ୍ତି। ନିକଟରେ ଆଦାନୀ ଫାଇଭ-ଜି ସ୍ପେକ୍ଟ୍ରମର ନିଲାମରେ ଅଂଶଗ୍ରହଣ କରିଥିଲେ। ସେହିପରି ଗ୍ରିନ ଏନର୍ଜି କ୍ଷେତ୍ରରେ ଉଭୟ କମ୍ପାନୀ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି। ମୁକେଶ ଅମ୍ବାନୀଙ୍କ ପରେ  ମିଡିଆକୁ ଆଦାନୀଙ୍କ ପ୍ରବେଶ ହୋଇଛି। ତେବେ ଏହି ଏଗ୍ରିମେଣ୍ଟ ଏବେ ଉଭୟ କମ୍ପାନୀଙ୍କ କର୍ମଚାରୀଙ୍କୁ ପ୍ରଭାବିତ କରିଛି।

ନୋ ପୋଚିଂ ଏଗ୍ରିମେଣ୍ଟ ଯୋଗୁ ରିଲାଏନ୍ସ ଓ ଆଦାନୀ ସମୂହଙ୍କ ଲକ୍ଷଲକ୍ଷ କର୍ମଚାରୀଙ୍କ ଲାଗି ଉଭୟ ସଂସ୍ଥାରେ ନିଯୁକ୍ତିର ରାସ୍ତା ବନ୍ଦ ହୋଇଯାଇଛି। ରିଲାଏନ୍ସରେ୩.୮୦ ଲକ୍ଷରୁ ଅଧିକ କର୍ମଚାରୀ କାମ କରୁଛନ୍ତି। ସେହିପରି ଆଦାନୀ ସମୂହଙ୍କ ହଜାର ହଜାର କର୍ମଚାରୀ ଏବେ ମୁକେଶ ଅମ୍ବାନୀଙ୍କ କୌଣସି କମ୍ପାନୀରେ କାମ କରିପାରିବେ ନାହିଁ। ଏମିତିରେ ନୋ ପୋଚିଂ ଏଗ୍ରିମେଣ୍ଟ ଭାରତରେ ଏପର୍ଯ୍ୟନ୍ତ ଏକ ପ୍ରଥା ହୋଇ ନାହିଁ। ତେବେ ଧିରେ ଧିରେ ପ୍ରଚଳନ ଆରମ୍ଭ ହୋଇ ଗଲାଣି।

ଟାଲେଣ୍ଟ ୱାର ଓ ସାଲାରୀ ହାଇକ୍‌ ଯୋଗୁ କମ୍ପାନୀମାନେ ନୋ ପୋଚିଂ ଏଗ୍ରିମେଣ୍ଟ ଉପରେ ଏବେ ଅଧିକ ଗୁରୁତ୍ୱ ଦେଉଛନ୍ତି। କର୍ମଚାରୀଙ୍କ ବେତନ ଦାବି ଏବେ କମ୍ପାନୀମାନଙ୍କ ଲାଗି ନୂଆ ରିସ୍କ ପାଲଟିଛି। ଖାସ କରି ଯେଉଁ କ୍ଷେତ୍ରରେ ଟାଲେଣ୍ଟ କମ ସେ କ୍ଷେତ୍ରରେ କର୍ମଚାରୀଙ୍କ ଉଚ୍ଚ ବେତନ ଦାବି ଓ ନ ମଳିଲେ ପ୍ରତିଦ୍ୱନ୍ଦ୍ୱୀକମ୍ପାନୀଙ୍କୁ ଚାଲିଯିବାର ପ୍ରଚଳନ ଏବେ ବଢିବାରେ ଲାଗିଛି।

   Related Posts