ସମ୍ପତ୍ତି ଦୌଡରେ ଅମ୍ବାନୀଙ୍କୁ ପଛରେ ପକାଇଲେ ଆଦାନୀ, ଜାଣନ୍ତୁ ଉଭୟଙ୍କ ବୟସ, କାରବାର ଓ ଆୟର ବିସ୍ତୃତ ବିବରଣୀ

Published By : Prameya-News7 Bureau | May 24, 2022 IST

ନୂଆଦିଲ୍ଲୀ ୨୪।୫: ବିଶ୍ୱର ଶୀର୍ଷ ଧନପତି କୁବେରଙ୍କ ତାଲିକାର ଶୀର୍ଷରେ ଥିବା ଭାରତର ଦୁଇ ଧନିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜଙ୍କ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଓ ଆଦାନୀ ସମୂହଙ୍କ ଚେୟାରମ୍ୟାନ ଗୌତମ ଆଦାନୀଙ୍କ ମଧ୍ୟରେ ସମ୍ପତ୍ତି ଦୌଡ ବେଶ ସମୟରୁ ଲାଗି ରହିଛି। ଦେଶରେ କରୋନା ଭାଇରସ ମହାମାରୀ ପୂର୍ବରୁ ଅମ୍ବାନୀ  ଟପ-୧୦ ଧନିକଙ୍କ ସୂଚୀର ଆଗ ଧାଡିରେ ଥିବା ବେଳେ ଏବେ କରୋନା ପ୍ରକୋପ ଥମିବା ପରେ ଆଦାନୀ ଲଗାତାର ଲମ୍ବ ଡିଆଁ ଡେଇଁ ଅମ୍ବାନୀଙ୍କୁ ପଛରେ ପକାଇ ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା ଦେଶର ଦୁଇ ଦିଗ୍ଗଜ ଉଦ୍ୟୋଗପତିଙ୍କ ବୟସ, ଆୟ ଓ ବ୍ୟବସାୟ ସମ୍ପର୍କରେ ସବୁ କିଛି।

{"id":633522,"width":838,"height":656,"sizeSlug":"full","linkDestination":"none"}

କରୋନା ମହାମାରୀ କାଳର ପୂର୍ବ ସମୟ ଉପରେ ଆଖି ପକାଇଲେ ଦେଶରେ ମୁକେଶ ଅମ୍ବାନୀଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା। ସେ ଲଗାତାର ଶୀର୍ଷ ୧୦ ବିଲିୟନେୟରଙ୍କ ସୂଚୀରେ ନିଜର ସ୍ଥାନ ପକ୍କା କରୁଥିଲେ। ସମ୍ପତ୍ତି ଓ ପ୍ରତିପତ୍ତିର ଏହି ଦୌଡରେ ୬୫ ବର୍ଷ ବୟସ୍କ ଅମ୍ବାନୀ ସବୁ ଦିଗ୍ଗଜଙ୍କୁ ପଛରେ ପକାଇ ନୂଆ ନୂଆ କିର୍ତ୍ତିମାନ ସ୍ଥାପନା କରୁଥିଲେ। ହେଲେ ଏବେକା ସମୟରେ ଗୌତମ ଆଦାନୀ ଉପର୍ଜନର ଯେଉଁ ବେଗ ଧରିଛନ୍ତି ଏଥିରେ ବିଶ୍ୱର ସବୁଠୁ ଧନୀକ ବି ତାଙ୍କ ପଛକୁ ରହି ଗଲେଣି।

ଏକ ରିପୋର୍ଟ ଅନୁସାରେ ୨୦୨୨ର ଉପାର୍ଜନ ପ୍ରସଙ୍ଗରେ ଆଦାନୀ ଏପର୍ଯ୍ୟନ୍ତ ସମସ୍ତଙ୍କ ଠାରୁ ଆଗରେ ଅଛନ୍ତି। ଏଥିରେ ଅମ୍ବାନୀଙ୍କୁ ଖୋଜିଲେ ଟପ୍-୧୦ ଅରବ ପତିଙ୍କ ସୂଚୀର ନବମ ସ୍ଥାନରେ ମିଳୁଛନ୍ତି। ତେବେ ଟପ ୧୦ ସୂଚୀରୁ ଅମ୍ବାନୀ ଏବେବି ବାହାରକୁ ଯାଇ ନାହାନ୍ତି। ୫୯ ବର୍ଷ ବୟସ୍କ ଗୌତମ ଆଦାନୀ ବିଶ୍ୱର ସବୁଠୁ ଧନିକ ୬ ଜଣଙ୍କ ମଧ୍ୟରେ ନିଜକୁ ସ୍ଥାନିତ କରିପାରିଥିବା ବେଳେ ଚଳିତବର୍ଷ ଆୟରେ ସମସ୍ତଙ୍କ ଠାରୁ ଆଗରେ ଅଛନ୍ତି। ସେ ୨୦୨୨ ଆରମ୍ଭ ତାରିଖରୁ ଏ ପର୍ଯ୍ୟନ୍ତ ତାଙ୍କ ମୋଟ ସମ୍ପତ୍ତିରେ ୩୦ ବିଲିୟନ ଡଲାର ବୃଦ୍ଧି କରିବାରେ ସେ ସଫଳ ହୋଇଛନ୍ତି।

{"id":633523,"width":840,"height":839,"sizeSlug":"full","linkDestination":"none"}

ବିଲିୟୋନେୟର ଇଣ୍ଡକ୍ସର ତାଜା ଟେବୁଲ ଉପରେ ନଜର ପକାଇଲେ ଆଦାନୀଙ୍କ ମୋଟ ନେଟୱର୍ଥ ୧୦୪ ବିଲିୟନ ଡଲାରକୁ ପହଞ୍ଚି ଯାଇଛି। ଏହି ଅନୁସାରେ ବିଶ୍ୱର ସବୁଠୁ ଧନିକଙ୍କ ମୋଟ ସମ୍ପତ୍ତିରୁ ତାଙ୍କ ସମ୍ପତ୍ତିର ପରିମାଣ ମାତ୍ର ୧୦୦ ବିଲିୟନ ଡଲାର ପଛରେ ରହିଛି। ଏହି ମାମଲାରେ ଟେସଲା ଓ ସ୍ପେସ୍ ଏକ୍ସ କମ୍ପାନୀ ମାଲିକ ଏଲନ ମସ୍କଙ୍କ ମୋଟ ସମ୍ପତ୍ତି ୨୦୪.୫ ବିଲିୟନ ଡଲାର ରହିଛି। ଉଲ୍ଲେଖ ଯୋଗ୍ୟ ଯେ ବର୍ଷର ଆଜିର ଦିନ ସୁଦ୍ଧା ଆଦାନୀ ମୁକେଶ ଅମ୍ବାନୀଙ୍କ ଠାରୁ ଅଧିକ ୧୦ ବିଲିୟନ ଡଲାର ଆୟ କରିବାରେ ସଫଳ ହୋଇଛନ୍ତି।

ରିପୋର୍ଟ ଅନୁସାରେ ଆଦାନୀ ତାଙ୍କ ବ୍ୟବସାୟକୁ ଲଗାତାର ସମ୍ପ୍ରସାରଣ କରିବାରେ ଲାଗିଛନ୍ତି। ନିକଟରେ ସେ ସିମେଣ୍ଟ କାରବାରରେ ପାଦ ଥାପିଥିବା ବେଳେ ଏହି ସେକ୍ଟରରେ ସେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ଆଦାନୀ ୧୦.୫ ବିଲିୟନ ଡଲାରରେ ହୋଲସିମ୍ ଲିମିଟେଡଙ୍କ ଭାରତୀୟ କାରବାରକୁ ହାତେଇ ନେବାରେ ସଫଳ ହୋଇଛନ୍ତି। ହୋଲସିମ ଭାରତରେ ଏସିସି ଓ ଅମ୍ବୁଜା ବ୍ରାଣ୍ଡର ସିମେଣ୍ଟ କାରବାର କରୁଥିଲେ। ଏଣୁ ସିମେଣ୍ଟ କ୍ଷେତ୍ରରେ ପ୍ରବେଶ ସହ ଅଡାଣୀ ଦେଶର ଦ୍ୱିତୀୟ ସର୍ବବୃହତ୍ତ ସିମେଣ୍ଟ ନିର୍ମାତା ପାଲଟିଛନ୍ତି।

{"id":633524,"sizeSlug":"full","linkDestination":"none"}

ଏହା ଛଡା ଆଦାନୀ ଗତ ୧ ବର୍ଷରେ ୧୭ ବିଲିୟନ ଡଲାରର ନିବେଶ ସହ ୩୨ ଅଧିଗ୍ରହଣ କରିଛନ୍ତି। ଏହା ବାଦେ ବି ତାଙ୍କର ବେଗ ଧିମା ପଡିବାର ଦେଖାଯାଉ ନାହିଁ। ତାଙ୍କର ସବୁ ଲିଷ୍ଟେଡ କମ୍ପାନୀଙ୍କ ମୋଟ ଋଣ ୨୦ ବିଲିୟନ ଡଲାରକୁ ପହଞ୍ଚିସାରିଲାଣି। ସେୟାର ବଜାରରେ ଗୌତମ ଆଦାନୀଙ୍କ ୭ଟି କମ୍ପାନୀ ଲିଷ୍ଟେଡ ରହିଛି। ଏଥିରୁ ୬ଟିର ମାର୍କେଟ କ୍ୟାପିଟାଲ  ୧ ଲକ୍ଷ କୋଟି ଟଙ୍କାରୁ ମଧ୍ୟ ଅଧିକ ରହିଛି। ନିକଟରେ ଆଦାନୀ ପାୱାରର ବଜାରର ପୁଞ୍ଜିକରଣ ୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା।

ଏଥିରେ ମୁକେଶ ଅମ୍ବାନୀଙ୍କ କାରବାରର ହିସାବ କଲେ ତାଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ନିକଟରେ ୧୯ଲକ୍ଷ କୋଟି ବଜାର ପୁଞ୍ଜିର ଦେଶର ୧ ନମ୍ବର କମ୍ପାନୀରେ ପରିଣତ ହୋଇଥିଲା। ଆଦାନୀଙ୍କ କାରବାର ପୋର୍ଟରୁ ଆରମ୍ଭ କରି ଲୋକଙ୍କ ଘରର ରୋଷେଇ ଶାଳ ପର୍ଯ୍ୟନ୍ତ ବ୍ୟପ୍ତ ରହିଛି। ଏଥିରେ ଅମ୍ବାନୀ ଟେଲିକମ ସେକ୍ଟରରୁ ରିଟେଲ ସେକ୍ଟର ପର୍ଯ୍ୟନ୍ତ ବ୍ୟାପୀ ରହିଛନ୍ତି। ୨୦୨୦ କରୋନା ଭାଇରସ ମହାମାରୀ ଓ ଏହା ଯୋଗୁ ସୃଷ୍ଟି ହୋଇଥିବା ଆହ୍ୱାନ ଲାଗି ସବୁଦିନେ ମନେ ରହିବ। ସାରା ଦେଶ କରୋନା ଯୋଗୁ ଘରେ ବନ୍ଦୀ ହୋଇ ରହିଥିବା ବେଳେ ମୁକେଶ ଅମ୍ବାନୀ ତାଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜକୁ ଋଣମୁକ୍ତ କରିବାରେ ସଫଳ ହୋଇଥିଲେ।

{"id":633525,"sizeSlug":"full","linkDestination":"none"}

ଏଥିରେ ମୁକେଶ ଅମ୍ବାନୀଙ୍କ ଆଗାମୀ ଯୋଜନା ଉପରେ ଆଖି ପକାଇଲେ ଚଳିତମାସ ଶେଷ ସୁଦ୍ଧା ରିଲାଏନ୍ସ ଏକ ବଡ ଡିଲ କରିବାକୁ ଯାଉଛି। ରିଲାଏନ୍ସ ବ୍ରିଟେନର ମେଡିକାଲ ରିଟେଲ ଚେନ ‘ବୁଟସ୍ ୟୁକେ’ ଲାଗି ବୋଲି ଲଗାଇବାକୁ ପ୍ରସ୍ତୁତ ହେଉଛି। ହୁଏତ ଏହି ଡିଲ ୧୦ ବିଲିୟନ ଡଲାରରୁ ବି ଅଧିକ ହୋଇପାରେ। ଏଥିଲାଗି ଅମ୍ବାନୀ ଆପଲୋ ଗ୍ଲୋବାଲ ମ୍ୟାନେଜମେଣ୍ଟ ଇଂକ ସହ ଭାଗିଦାରୀ କରିଛନ୍ତି। ରିପୋର୍ଟ ଅନୁସାରେ ଯଦି ଏହି କାରବାରରେ ଅମ୍ବାନୀ ସଫଳ ହୁଅନ୍ତି ତେବେ ଦେଶ ବାହାରେ ଏହା ତାଙ୍କର ସବୁଠୁ ବଡ ଡିଲ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.