ମୁମ୍ଵାଇ ୨୭।୦୮: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଏହା ଭିତରେ ୩ ବର୍ଷ ବିତିଗଲାଣି। ହେଲେ ଏବେ ବି ଲୋକଙ୍କ ମନରେ ସେ ଘର କରି ରହିଛନ୍ତି। ସୁଶାନ୍ତ ମୃତ୍ୟୁ ପରେ ତାଙ୍କ ଘର ସେମିତି ଖାଲି ପଡିଛି । ହେଲ ଏବେ ଖବର ଆସିଛି କି ତାଙ୍କ ଘର ଅଭିନେତ୍ରୀ ଅଦା ଶର୍ମା କିଣିଛନ୍ତି ।
‘ଦ କେରଳ ଷ୍ଟୋରୀ’ ଫିଲ୍ମ ଜରିଆରେ ପ୍ରତ୍ୟେକ ଘରେ ଲୋକପ୍ରିୟ ପାଲଟିଥିବା ଅଭିନେତ୍ରୀ ଅଦା ଶର୍ମାଙ୍କ ବିଷୟରେ ଏବେ ଏକ ବଡ଼ ଖବର ଆସିଛି । ମିଡିଆ ରିପୋର୍ଟ ଅନୁଯାୟୀ କିଛିଦିନ ପୂର୍ବେ ଅଦା ମୁମ୍ବାଇରେ ଘର କିଣିଥିବା ଶୁଣିବାକୁ ମିଳିଥିଲା। ଏବେ ସେ ସୁଶାନ୍ତ ରହୁଥିବା ଘରକୁ କିଣିଥିବା ସ୍ପଷ୍ଟ ହୋଇଛି। ୨୦୨୦ରେ ଅଭିନେତା ଆତ୍ମହତ୍ୟା କରିଥିଲେ। ସେବେଠାରୁ ଫ୍ଲାଟ୍ଟି ଖାଲି ପଡ଼ିଥିଲା। ତିନି ବର୍ଷ ପରେ ଅଦା ଏହାକୁ କିଣିଛନ୍ତି।
wp:html/wp:html
ବର୍ତ୍ତମାନ ଅଦା ଶର୍ମା ମଧ୍ୟ ଏହି ଖବରକୁ ନିଶ୍ଚିତ କରିଛନ୍ତି। ତେବେ ସେ କେବେ ସେଠାରେ ରହିବେ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସେହି ଆପାର୍ଟମେଣ୍ଟରେ ଘରର ମୂଲ୍ୟ ବେଶ ଅଧିକ ରହିଥିଲା। ଅନେକ ଲୋକ ଉକ୍ତ ଫ୍ଲାଟକୁ କିଣିବାକୁ ଆଗ୍ରହୀ ଥିଲେ। ଏବେ ଶେଷରେ ଘରଟି ଅଦା ଶର୍ମାଙ୍କ ହାତକୁ ଆସିଛି।
wp:embed {"url":"https://www.prameyanews7.com/poojas-jhalwa-at-the-box-office-the-film-raised-half-of-its-production-cost-in-just-2-days/","type":"wp-embed","providerNameSlug":"prameya-news-7"} /wp:embed