LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଅଯୋଧ୍ୟାରେ ମସଜିଦ ନିର୍ମାଣ ପ୍ରୋଜେକ୍ଟକୁ ମଞ୍ଜୁରୀ ଦେଲା ଏଡିଏ, ୨ ବର୍ଷ ଧରି ଚାଲିଥିଲା ବିଚାର

4/03/2023 at 6:05 PM

ଲକ୍ଷ୍ନୌ: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ କାମ ଜୋରସୋରରେ ଚାଲିଛି। ଅନ୍ୟପଟେ ମସଜିଦ୍ ନିର୍ମାଣ ପାଇଁ ମଧ୍ୟ ପ୍ରସ୍ତୁତି ଜାରି ରହିଛି। ଏହି କ୍ରମରେ ଶୁକ୍ରବାର ଅଯୋଧ୍ୟା ବିକାଶ ପ୍ରାଧିକରଣ(ଏଡିଏ) ମସଜିଦ ନିର୍ମାଣର ନକ୍ସା ବା ପ୍ରୋଜେକ୍ଟକୁ ମଞ୍ଜୁରୀ ଦେଇଛି। ବାବ୍ରି-ମସଜିଦ ଜନ୍ମଭୂମି ଶୁଣାଣିରେ ସୁପ୍ରିମକୋର୍ଟ ରାମ ମନ୍ଦିର ପରି ଭବ୍ୟ ମସଜିଦ ଅଯୋଧ୍ୟା ଜିଲ୍ଲାର  ଧନ୍ନିପୁର ଗାଁରେ ନିର୍ମାଣ କରାଯିବ ବୋଲି ରାୟ ଦେଇଥିଲେ। ତେବେ ନକ୍ସାଟି ଦୁଇ ବର୍ଷ ଜମା ରହିବା ପରେ ଏଡିଏ ଏହାକୁ ମଞ୍ଜୁରୀ ଦେଇଛି।

ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଅଯୋଧ୍ୟାରେ ମସଜିଦ ନିର୍ମାଣ କରାଯାଉଛି। ଇଣ୍ଡୋ ଇସଲାମିକ କଲଚର ଫାଉଣ୍ଡେସନ(IICF)ର ତତ୍ଵାବଧାନରେ ମସଜିଦ ଏବଂ ଏହାର ଆଖପାଖର ବିକାଶ ପାଇଁ ଟ୍ରଷ୍ଟକୁ କାର୍ଯ୍ୟ ଦିଆଯାଇଛି।

୨୦୨୧ ମେରେ ଟ୍ରଷ୍ଟ ମସଜିଦ ନିର୍ମାଣ ପାଇଁ ନକ୍ସା ଏବଂ ଢାଞ୍ଚାର ଯୋଜନା ଏଡିଏକୁ ଦେଇଥିଲା। ୨୦୧୯ ନଭେମ୍ବର ୯ ତାରିଖରେ ସୁପ୍ରିମକୋର୍ଟ ଅଯୋଧ୍ୟା ବାବ୍ରି- ରାମ ଜନ୍ମଭୂମି ବିବାଦର ଶୁଣାଣି କରି ମୁସଲିମ ପକ୍ଷଙ୍କୁ ମସଜିଦ ନିର୍ମାଣ ପାଇଁ ୫ ଏକର ଜମି ପ୍ରଦାନ କରିବାକୁ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହାରି ଆଧାରରେ ୟୁପି ସରକାର ସୁନ୍ନି କେନ୍ଦ୍ରୀୟ ଓ୍ଵାକଫ ବୋର୍ଡକୁ ଅଯୋଧ୍ୟା ଆକ୍ଟ ୧୯୯୩ ଆଧାରରେ ଅଯୋଧ୍ୟାଠୁ ୨୫ କିମି ଦୁର  ଧନ୍ନିପୁର ଗାଁରେ  ମସଜିଦ ନିର୍ମାଣ ପାଇଁ ୫ ଏକର ଜମି ପ୍ରଦାନ କରିଥିଲେ। ତେବେ ଅଯୋଧ୍ୟା ଡିଭିଜନାଲ କମିସନର ଏବଂ ଅଯୋଧ୍ୟା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ଗୌରଭ ଦୟାଲ ଶୁକ୍ରବାର ମସଜିଦର ପ୍ରୋଜେକ୍ଟ ନକ୍ସାକୁ ଅନୁମତି ଦେଇଛନ୍ତି। ଏହାର କିଛି ଦିନ ପରେ ଅନୁମୋଦିତ ମ୍ୟାପକୁ ଇଣ୍ଡୋ ଇସଲାମିକ କଲଚରାଲ ଫାଉଣ୍ଡେସନକୁ  ପ୍ରଦାନ କରାଯିବ ବୋଲି ଅଧିକାରୀ କହିଛନ୍ତି।

   Related Posts