ଜଳବାୟୁର ପରିବର୍ତ୍ତନ ଯୋଗୁ ଦୁଇଗୁଣ ବଢିଛି ଭୋକିଲା ଲୋକଙ୍କ ସଂଖ୍ୟା; ଅକ୍ସଫାମ ରିପୋର୍ଟ

Published By : Prameya-News7 Bureau | September 16, 2022 IST

ନୂଆଦିଲ୍ଲୀ: ବାରମ୍ବାର ପ୍ରାକୃତିକ ଦୁର୍ବିପାକର ଶିକାର ହେଉଥିବା କିଛି ଦେଶରେ ଅବସ୍ଥା ସଂକଟାପନ୍ନ ହୋଇଛି। ଗତ ଦଶନ୍ଧିରେ ଏହି ଦେଶଗୁଡ଼ିକରେ ଭୋକିଲା ଲୋକଙ୍କ ସଂଖ୍ୟା ଏତେ ମାତ୍ରାରେ ଦେଖାଦେଇଛି ଯେ ଲୋକେ ଭୋକ ଉପାସରେ ଜୀବନ ହାରୁଛନ୍ତି। ଅକ୍ସଫାମର ଏକ ଗବେଷଣା ରିପୋର୍ଟରେ ଏହି ସୂଚନା ମିଳିଛି।

କେବଳ ସେତିକି ନୁହେଁ, ବିକାଶୀଳ ଦେଶଗୁଡ଼କ ଏହି ଦେଶକୁ ଦେଉଥିବା ସହଯୋଗରେ ମଧ୍ୟ କାଟ କରିଛନ୍ତି। ଫଳରେ ଗତ ୬ ବର୍ଷରେ ଏହି ଦେଶଗୁଡ଼ିକରେ ଭୋକର ସ୍ଥିତି ଗମ୍ବୀର ହୋଇଛି ବୋଲି ଅକ୍ସଫାମ ରିପୋର୍ଟେର ଦର୍ଶାଇଛି। ଆଉ ଏହିସବୁର କାରଣ ପଛରେ ରହିଛି ପାଣିପାଗଜନିତ ସମସ୍ୟା। ଯାହା ପ୍ରଦୂଷିତ ରାଷ୍ଟ୍ରଗୁଡିକ ଦ୍ୱାରା ହେଉଛି। ଶିଳ୍ପସମ୍ଭଳିତ ବିକଶିତ ରାଷ୍ଟ୍ରଗୁଡିକ ଅଧିକ ପ୍ରଦୃଷଣ କରୁଛନ୍ତି। ହେଲେ ଏହାର ପରିଣାମ ଭୋଗୁଛନ୍ତି କମ୍ ପ୍ରଦୂଷିତ ଗରିବ ରାଷ୍ଟ୍ର।  

ଏ ନେଇ ଅକ୍ସଫାମ ପକ୍ଷରୁ ହୋଇଥିବା ଗବେଷଣା ‘ହଙ୍ଗର ଇନ୍‌ ଏ ହିଟିଂ ୱାର୍ଲ୍ଡ’ ରିପୋର୍ଟରେ ଦର୍ଶାଯାଇଛି। ରିପୋର୍ଟ ଅନୁସାରେ, ପ୍ରାକୃତିକ ବିପର୍ଯ୍ୟୟ ଓ ବିକାଶଶୀଳ ଦେଶଗୁଡିକର ସହାୟତା କାଟ ଯୋଗୁ ଗତ ୬ ବର୍ଷରେ ୧୦ଟି ଦେଶରେ ୧୨୩ ପ୍ରତିଶତ ଖଦ୍ୟାଭାବ(ଭୋକିଲାଙ୍କ ସଂଖ୍ୟା) ଦେଖାଦେଇଛି।

ଏହି ଦେଶଗୁଡ଼ିକ ମଧ୍ୟରେ ସୋମାଲିଆ, ହାଇତି, ଜିବୁତି, କେନିଆ, ନାଇଜେରିଆ, ଆଫଗାନିସ୍ତାନ,ଗ୍ୱାଟେମାଲା, ମାଡାଗାସ୍କା, ବୁର୍କିନା ଫାସୋ ଏବଂ ଜିମ୍ବାୱେ ରହିଛି। ଏହି ଦେଶଗୁଡ଼ିକ ଗତ ଦୁଇ ଦଶନ୍ଧିରେ ପ୍ରକୃତିର ଅତି ଭୟଙ୍କର ରୂପ ଦେଖିଛନ୍ତି।  

ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଅର୍ଥାତ୍ ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମର ଦ୍ୱାରା ସଂକଳିତ ଏକ ହିସାବ ଅନୁସାରେ, ଏହି ଦେଶଗୁଡ଼ିକରେ ୪୮ ମିଲିୟନ ଲୋକେ ଭୟଙ୍କର ଭୋକର ଶିକାର ହୋଇଛନ୍ତି। ଯାହା ୨୦୧୬ରେ ୨୧ ମିଲିୟନ ଥିଲା ଓ ୧୮ ମିଲିୟନ ଭୋକରେ ପ୍ରାଣ ହରାଇବା ସ୍ଥିତିରେ ଥିଲେ।    

ପାଣିପାଗରେ ପରିବର୍ତ୍ତନ ସମସ୍ୟା ଯୋଗୁ ଜୀବନ ଓ ଜୀବୀକା ବଞ୍ଚାଇବାରେ ସମସ୍ୟାକୁ ନେଇ ତୀବ୍ର ଭୋକର ଅର୍ଥ ନିର୍ଦ୍ଧାରଣ କରାଯାଇଛି। ଏହି ଦେଶଗୁଡ଼ି ପୂର୍ବରୁ ହିଁ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଆସୁଛନ୍ତି ବୋଲି ଅକ୍ସଫାମ ଆମେରିକାର ବରିଷ୍ଠ ମାନବିକତା ନୀତି ଉପଦେଷ୍ଟା ଲିଆ ଲିଣ୍ଡସେ ଏଫ୍‌ପି ମିଡିଆକୁ କହିଛନ୍ତି। ତେବେ କୋଭିଡ୍ ଯୋଗୁ ବିବାଦ ଓ ଅର୍ଥନୀତି ପ୍ରଗତିରେ ବାଧା ସୃଷ୍ଟି ହେବା ବୈଶ୍ୱିକ ଭୋକର ମୁଖ୍ୟ କାରଣ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ଭୟଙ୍କର ନୂଆ ପ୍ରାକୃତିକ ବିପଦ କମ ଆୟ ଥିବା ଦେଶର ବିଶେଷ କରି ଗରିବ ଲୋକମାନଙ୍କର ରୋଜଗାର ଛଡାଇ ନେଇଛି।

ଉଦାହରଣ ସ୍ୱରୁପ ସୋମାଲିଆ। ଏଠାରେ ଭୟଙ୍କର ମରୁଡ଼ି ପଡ଼ିଥିବାର ଅନେକ ଲୋକ ଘର ଛାଡ଼ି ଚାଲିଯିବାକୁ ବାଧ୍ୟ ହେଉଛନ୍ତି। ପାଖାପାଖି ଏକ ମିଲିୟନ ଲୋକ ଘର ଛାଡ଼ିଥିବା ସୂଚନା ମିଳିଛି। ତା ଛଡ଼ା ଅତ୍ୟଧିକ ଗରମ ଓ ବନ୍ୟା ମଧ୍ୟ ଭଳି ଦୁର୍ବିପାକ ମଧ୍ୟ ଖାଦ୍ୟସଂକଟ ସୃଷ୍ଟି କରିଛି। ଉଦାହରଣରେ ପାକିସ୍ତାନକୁ ନିଆଯାଇପାରେ। ପାକିସ୍ତାନରେ ଆସିଥିବା ଭୟଙ୍କର ବନ୍ୟାରେ ଏଠାରେ ଲୋକମାନଙ୍କର ପସଲ ଉଜାଡ଼ି ଦେବା ସହ ପାକିସ୍ତାନର ଅର୍ଥନୀତିକୁ ଦୁର୍ବଳ କରିଦେଇଛି।   

ଗ୍ୱାଟେମାଲାରେ ବି ସ୍ଥିତି ସଂଗୀନ ରହିଛି। ପାଣିପାଗ ସମସ୍ୟା ଯୋଗୁ ଏଠାରେ ୮୦ ପ୍ରତିଶତ ମକା ଚାଷ ନଷ୍ଟ ହୋଇଛି। ଏହା ବାଦ ଏହି ଦେଶରେ କଫି ଫସଲ ନଷ୍ଟ ହେବା ଯୋଗୁ ଲୋକ ଅଧିକ କ୍ଷତି ସହିଛନ୍ତି। ଫଳରେ ସେମାନେ ଦେଶ ଛାଡ଼ି ଆମେରିକା ପଳାଇଯିବାକୁ ପସନ୍ଦ କରଛନ୍ତି।  

ତେବେ ପରିବେଶ ସମସ୍ୟା ଯୋଗୁ ବିଶ୍ୱରେ ଖାଦ୍ୟ ଗମ୍ଭୀର ସଂକଟ ଉପୁଜୁଛି। ଏହା ବିଶ୍ୱ ଅସମାନତାର ପ୍ରମୁଖ କାରଣ ବୋଲି ଅକ୍ସଫାମ କହିଛି। କଳକାରଖାନା ଓ ଅନ୍ୟାନ୍ୟା ପ୍ରଦୂଷଣ ପାଇଁ ଯେଉଁ ଦେଶଗୁଡ଼ିକ ଅଧିକ ଦାୟୀ ନୁହଁନ୍ତି ସେମାନେ କିନ୍ତୁ ପ୍ରକୃତିର ଅଧିକ ତାଡ଼ନା ସହୁଛନ୍ତି ବୋଲି ଗବେଷଣାରେ କୁହାଯାଇଛି।

ପ୍ରଦୂଷିତ ଶିଳ୍ପବିକଶିତ ରାଷ୍ଟ୍ର ଯଥା ଜି-୨୦ ଦେଶଗୁଡ଼ିକ ବିଶ୍ୱର ମୋଟ କାର୍ବନ ନିର୍ଗତରୁ ତିନି-ତୃତୀୟଂଶରୁ ବି ଅଧିକ କାର୍ବନ ନିର୍ଗତ କରୁଛନ୍ତି। ତେବେ ପ୍ରାକୃତିକ ଦୁର୍ବିପାକ ସହୁଥିବା ୧୦ଟି ଦେଶ ବିଶ୍ୱ ଅଙ୍ଗାରକାମ୍ଳ ନିର୍ଗମନର ମାତ୍ର ୦.୧୩ ପ୍ରତିଶତ ଯୋଗଦାନ ରହିଛି। ତେଣୁ ପ୍ରଦୂଷିତ ରାଷ୍ଟ୍ରଗୁଡ଼ିକରେ ନେତାମାନେ ଅଙ୍ଗାରକାମ୍ଳନ ନିର୍ଗମନରେ କାଟ କରିବା ନେଇ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେଥିରେ କାର୍ଯ୍ୟା କରିବା ଆବଶ୍ୟକ ବୋଲି ଅକ୍ସଫାମ ଇଣ୍ଟରନ୍ୟାସ୍‌ନାଲ ଏକ୍ସିକ୍ୟୁଟିଭ୍ ଡାଇରେକ୍ଟର ଗାବ୍ରିଏଲା ବୁଚର କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.