ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଆତ୍ମହତ୍ୟା, ଘରୁ ମିଳିଲା ଝୁଲନ୍ତା ମୃତଦେହ

Published By : Prameya-News7 Bureau | October 16, 2022 IST

ମୁମ୍ଵାଇ ୧୬।୧୦: ଟେଲି ଇଣ୍ଡଷ୍ଟ୍ରିରୁ ଏକ ଆଶ୍ଚର୍ଯ୍ୟଜନକ ତଥା ଦୁଃଖଦ ଖବର ଆସିଛି । ଅଭିନେତ୍ରୀ ବୈଶାଳୀ ଠାକୁର ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣା ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରେ ଘଟିଛି । ଏହି ମାମଲାରେ ତେଜାଜୀ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଏମଏସ ହସ୍ପିଟାଲକୁ ପଠାଇ ଦେଇଛି । ଘଟଣାର ତଦନ୍ତ ଆରମ୍ଭ କରିଛି।

wp:html
/wp:html

ଦୀର୍ଘ ବର୍ଷ ଧରି ଇନ୍ଦୋରରେ ରହୁଥିବା ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କର ନିଜ ଇନ୍ଦୋର ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ମୃତ୍ୟୁ କାରଣ ଜଣାପଡିନାହିଁ । ହେଲେ ବର୍ତ୍ତମାନ ଏକ ସୁଇସାଇଡାଲ୍‌ ନୋଟ୍‌ ମିଳିଛି । ଅନୁସନ୍ଧାନରେ ପ୍ରେମ ସମ୍ପର୍କରୁ ସେ ଏପରି ଚରମ ନିଷ୍ପତ୍ତି ସାମ୍ନାକୁ ଆସିଛି। ସେ ଏଥିରେ ତାଙ୍କର ପୂର୍ବ ବୟଫ୍ରେଣ୍ଡ୍‌ଙ୍କ ନାମ ଉଲ୍ଲେଖ କରିଥିବା ଜଣାପଡ଼ିଛି । ଏ ମାମଲାରେ ଅଧିକ ପଚରାଉଚୁରା କରୁଛି ପୋଲିସ୍‌ ।

ବୈଶାଳୀ ଷ୍ଟାର୍ ପ୍ଲସ୍ ସିରିଏଲ୍ ୟେ ରିସ୍ତା କ୍ୟା କେହଲତା ହୈ’ରେ କ୍ୟାରିଅର୍ ଆରମ୍ଭ କରିଥିଲେ । ଏଥିରେ ସଞ୍ଜନାଙ୍କ ଚରିତ୍ରରେ ଅଭିନୟ କରିଥିଲେ। ଯାହା ପରେ ବହୁତ ଲୋକପ୍ରିୟ ହୋଇଥିଲେ। ଏ ହୈ ଆଶିକୀ, ସସୁରାଲ୍‌ ସିମରକା ସୁପର ମିଷ୍ଟର, ଲାଲ୍‌ ଇଶ୍କରେ ନଜର ଆସିଥିଲେ। ତାଙ୍କୁ ନେଗେଟିଭ୍‌ ରୋଲ୍‌ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଗୋଲ୍ଡେନ୍ ପେଟାଲ୍ ଆୱାର୍ଡ ମିଳିଥିଲା । ଟେଲିଭିଜନ ବ୍ୟତୀତ ବୈଶାଳୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.