ତମନ୍ନାଙ୍କ ବାପା-ମାଆ କରୋନାରେ ସଂକ୍ରମିତ : ଅଭିନେତ୍ରୀଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ
26/08/2020 at 5:13 PM

ମୁମ୍ବାଇ ୨୬/୮: ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ବାପା-ମାଆ କରୋନାରେ ସଂକ୍ରମିତ ହୋଇଛନ୍ତି। ଘରର ବାକି ସଦସ୍ୟ,କର୍ମଚାରୀ ଏବଂ ତମନ୍ନାଙ୍କ ରିପୋର୍ଟ କିନ୍ତୁ ନେଗେଟିଭ ଆସିଛି। ତମନ୍ନା ଇନଷ୍ଟାଗ୍ରାମରେ ଏହାର ସୂଚନା ଦେଇଛନ୍ତି।
ତମନ୍ନା ଲେଖିଛନ୍ତି ଯେ,‘ ତାଙ୍କ ବାପା-ମାଆଙ୍କଠାରେ ସପ୍ତାହ ଶେଷରେ ସାମାନ୍ୟ କୋଭିଡ-୧୯ର ଲକ୍ଷଣ ଦେଖାଯାଇଥିଲା। ସୁରକ୍ଷା ପାଇଁ ଘରର ସମସ୍ତ ସଦସ୍ୟଙ୍କ ଟେଷ୍ଟ କରାଯାଇଥିଲା। ଏବେ ରିପୋର୍ଟ ଆସିଛି। ଦୁର୍ଭାଗ୍ୟବଶତଃ ତାଙ୍କ ବାପା ମାଆ କରୋନାରେ ସଂକ୍ରମିତ ହୋଇଛନ୍ତି। ଅଧିକାରୀଙ୍କୁ ତାଙ୍କ ସ୍ଥିତି ବିଷୟରେ ଅପଡେଟ୍ ଦିଆଯାଇଛି। ସେମାନେ ସମସ୍ତେ ନିୟମର ପାଳନ କରୁଛନ୍ତି। ବାକି ପରିବାର ସଦସ୍ୟ,କର୍ମଚାରୀ ଏବଂ ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ଭଗବାନଙ୍କ କୃପାରେ ସେମାନେ ଏହା ସହ ଲଢ଼ୁଛନ୍ତି। ଆପଣ ସମସ୍ତଙ୍କ ପ୍ରାର୍ଥନା ଏବଂ ଆଶୀର୍ବାଦ ତାଙ୍କୁ ଠିକ୍ କରିବାରେ ସାହାଯ୍ୟ କରିବ।’

ତମନ୍ନା ଭାଟିଆ ସୋସିଆଲ୍ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ଲକଡାଉନ୍ ସମୟରେ ସେ ନିଜ ଡେଲି ରୁଟିନ୍ ଆକ୍ଟିଭିଟି ସେୟାର କରୁଥିଲେ। ସେ ଲକଡାଉନରେ ନିଜ ଫିଟନେସ୍ ଉପରେ ଫୋକସ୍ କରୁଥିଲେ। ସେ ଯୋଗ କରୁଥିବାବେଳେ ନିଜର ଏକ ଭିଡିଓ ସୋସିଆଲ୍ ମିଡିଆରେ ସେୟାର କରିଥିଲେ।
