ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ସିନେଶିଳ୍ପର ସ୍ପଷ୍ଟବାଦିନୀ ଅଭିନେତ୍ରୀ, ପ୍ରତି ଘଟଣାରେ ଖୋଲନ୍ତି ମୁହଁ

16/11/2022 at 11:50 AM

ମୁମ୍ୱାଇ ୧୬/୧୧: ସ୍ୱରା ଭାସ୍କର ହିନ୍ଦୀ ସିନେଶିଳ୍ପର ଜଣେ ପ୍ରତିଭାମୟୀ ଅଭିନେତ୍ରୀ । ଅନେକ ସଫଳ ଫିଲ୍ମରେ ନଜର ଆସିଛନ୍ତି ସ୍ୱରା । ସ୍ୱରା ଅଭିନୟ କରିଥିବା ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ‘ଗୁଜାରିଶ୍‌’, ‘ତନୁ ୱେଡ୍‌ସ ମନୁ’, ‘ରାଞ୍ଝଣା’, ‘ତନୁ ୱେଡ୍‌ସ ମନୁ ରିଟର୍ଣ୍ଣସ୍‌’, ‘ପ୍ରେମ ରତନ ଧନ ପାୟୋ’, ‘ନିଲ୍‌ ବଟ୍ଟେ ସନ୍ନାଟା’ ଓ ‘ବୀରେ ଦ ୱେଡିଂ’ । ଅଭିନୟ ସହିତ ସ୍ୱରା ମଧ୍ୟ ଜଣେ ସାମାଜିକ କର୍ମୀ ।

ବର୍ତ୍ତମାନ ସମାଜରେ ଘଟୁଥିବା ନାନା ଅଘଟଣ, ଅସୁବିଧା, ସମସ୍ୟା ଉପରେ ସେ ନଜର ରଖନ୍ତି ଓ ଦୃଢ଼ ଭାବରେ ସ୍ୱର ଉତ୍ତୋଳନ କରିଥାନ୍ତି । ଏହି ସ୍ୱାଧୀନଚେତା ସ୍ୱଭାବ ପାଇଁ ଅନେକଥର ସମାଲୋଚିତ ହୋଇଛନ୍ତି ସ୍ୱରା । ତଥାପି ସେଥିରେ ବିଚଳିତ ନ ହୋଇ ନିର୍ଭୀକ ଭାବରେ ନିଜ ମତ ରଖିଆସିଥାନ୍ତି ସେ । ନିକଟରେ ଦିଲ୍ଲୀରେ ରହୁଥିବା ଜଣେ ଯୁବକ ତା’ର ଲିଭ୍‌ଇନ୍‌ ପାର୍ଟନର ଶ୍ରଦ୍ଧାକୁ ୩୫ ଖଣ୍ଡ କରି କାଟିବା ଓ ସେଗୁଡ଼ିକୁ ଫ୍ରିଜ୍‌ରେ ରଖି ସେଥିରୁ କିଛି କିଛି ନେଇ ରାତିଅଧରେ ବାହାରେ ଫୋପାଡ଼ିବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଏ ଘଟଣାରେ ଅବା କିଭଳି ଚୁପ୍‌ ରହିପାରିବେ ସ୍ୱରା! ସବୁଥର ପରି ଏ ଘଟଣା ବାବଦରେ ବି ମୁହଁ ଖୋଲିଛନ୍ତି ସେ । ଜଣେ ସାମ୍ବାଦିକଙ୍କ ଟ୍ୱିଟ୍‌ରେ ରିଟ୍ୱିଟ୍‌ କରି ସ୍ୱରା ଲେଖିଛନ୍ତି ଏହି ମାମଲା ଅତ୍ୟନ୍ତ ଭୟାନକ ଓ ଦୁଃଖଦ । ଏହି ଅମାନୁଷିକ ଘଟଣାକୁ ଯେତେ କଡ଼ା ଭାଷାରେ ନିନ୍ଦା କଲେ ମଧ୍ୟ ତାହା ଯଥେଷ୍ଟ ହେବ ନାହିଁ । ସମ୍ପୃକ୍ତ ଯୁବକକୁ କଠିନ ଦଣ୍ଡ ଦିଆଯିବା ଉଚିତ ।

   Related Posts