ହଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀ ସୁଜାନେଙ୍କ ପରଲୋକ, ଶୋକରେ ବୁଡିଲା ଇଣ୍ଡଷ୍ଟ୍ରି

Published By : Prameya-News7 Bureau | November 20, 2023 IST

ମୁମ୍ଵାଇ ୨୦।୧୧: ହଲିଉଡ ଚଳଚ୍ଚିତ୍ରରେ ମାଆ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ସୁଜାନେ ଶେଖରଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା । ସେ 'ଗୁଡଫେଲସ୍' ଏବଂ 'ସୋପ୍ରାନୋସ୍'ରେ ଜଣେ ମାଆ ଭୂମିକାରେ ଅଭିନୟ କରିଥିଲେ। ଏନେଇ ଆମେରିକାର ମିଡିଆ ଏହା ନିଶ୍ଚିତ କରିଛି। ଅଭିନେତ୍ରୀଙ୍କ ଦେହାନ୍ତ ହେତୁ ସିନେମା ଜଗତରେ ଶୋକର ଲହରୀ ଖେଳିଯାଇଛି।

suzanne shepherd

ସୁଜାନେ ଶେଖର ହଲିଉଡରେ ମାଆ ଭୂମିକାରେ ଅଭିନୟ କରିବା ପାଇଁ ଜଣାଶୁଣା । ସେ 'ଆଡ୍‌', 'ଲ ଆଣ୍ଡ ଅର୍ଡର' ଏବଂ 'ବ୍ଲୁ ବ୍ଲଡ୍‌ସ 'ରେ କାମ କରିଛନ୍ତି। ୧୯୯୦ ଦଶକରେ ଶେଫର୍ଡ 'ଗୁଡଫେଲସ୍'ରେ ଏବଂ HBO ର' ମାଆ ଭୂମିକା ପାଇଁ ବେଶ ଜଣାଶୁଣା। ଶେଫର୍ଡ ତାଙ୍କର ଅଭିନୟ କ୍ୟାରିୟର ବ୍ୟତୀତ ପ୍ରେକ୍ଷାଳୟରେ ନିର୍ଦ୍ଦେଶନା ଦେଇଥିଲେ ଏବଂ ଚାରି ଦଶନ୍ଧିରୁ ଅଧିକ ସମୟ ପର୍ଯ୍ୟନ୍ତ ନ୍ୟୁୟର୍କର ତାଙ୍କ ଷ୍ଟୁଡିଓରେ କାର୍ଯ୍ୟନିର୍ବାହୀ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ ।

wp:embed {"url":"https://www.prameyanews7.com/jacqueline-fernandez-ott-debut-with-web-series/","type":"wp-embed","providerNameSlug":"prameya-news-7"}
https://www.prameyanews7.com/jacqueline-fernandez-ott-debut-with-web-series/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.