ଲୁଚିଛପି ବିବାହ କଲେ ଅଭିନେତ୍ରୀ ସୋନାଲି ସେଗଲ, ୩୪ ବର୍ଷରେ ସାଜିଲେ କନିଆ
7/06/2023 at 2:19 PM

ମୁମ୍ଵାଇ ୦୭।୦୬: ‘ପ୍ୟାର କା ପଞ୍ଚନାମା ‘ ଫେମ୍ ସୋନାଲି ସେଗଲ। ବର୍ତ୍ତମାନ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବଡ ଖବର ସାମ୍ନାକୁ ଆସୁଛି । ସୋନାଲି ତାଙ୍କର ଦୀର୍ଘ ସମୟର ପ୍ରେମିକ ଆଶିଷ ସଜନାନୀଙ୍କୁ ଆଜି ଅର୍ଥାତ୍ ୭ ଜୁନ୍ ରେ ବିବାହ କରିବେ । ସୋନାଲି ଏବଂ ଆଶିଷ ଗତ ୬ ବର୍ଷ ଧରି ଏକ ରିଲେଶନଶିପ୍ରେ ଥିଲେ। ହେଲେ ଉଭୟ ନିଜ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବରେ ଜଣାଇ ନଥିଲେ।
ରିପୋର୍ଟ ଅନୁଯାୟୀ ସୋନାଲି ସେଗଲ ଖୁବ୍ ଶୀଘ୍ର ତାଙ୍କ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି। ସୋନାଲି ଆଶିଷଙ୍କୁ ଦୀର୍ଘ ଦିନ ଧରି ଡେଟ କରୁଥିଲେ। ଆଶିଷ ଜଣେ ବ୍ୟବସାୟୀ। ତାଙ୍କର ଅନେକ ହୋଟେଲ ଅଛି । ଦୀର୍ଘ ସମୟ ଧରି ଡେଟିଂ କରିବା ପରେ ଦୁହେଁ ନିଜ ସମ୍ପର୍କକୁ ଆଗକୁ ନେବାକୁ ଚିନ୍ତା କରିଛନ୍ତି । ୭ ଜୁନ୍ ଅର୍ଥାତ୍ ବୁଧବାର ଉଭୟ ବ୍ୟକ୍ତିଗତ ସମାରୋହରେ ସାତ ଫେରା ନେବେ।
ସୋନାଲି ଏବଂ ଆଶିଷଙ୍କ ସହ ଜଡିତ ଏକ ସୂତ୍ର କହିଛି ଯେ ଅପରାହ୍ନରେ ଉଭୟ ବିବାହ କରିବେ। ଏହି ବିବାହରେ କେବଳ ଘନିଷ୍ଠ ବ୍ୟକ୍ତି ଯୋଗଦେବେ। ସେମାନଙ୍କର ବିବାହ ପୂର୍ବରୁ ସମସ୍ତ ସେଲିବ୍ରେସନ ହୋଇଥିଲା । ତାଙ୍କର ମେହେନ୍ଦି ୨ ଜୁନ୍ରେ ଥିଲା। ଖବର ଅନୁଯାୟୀ, ସୋନାଲି ବିବାହ ପରେ ମଧ୍ୟ ଗଣମାଧ୍ୟମ ସହ କିମ୍ବା ତାଙ୍କ ସମ୍ପର୍କ ବିଷୟରେ କାହାକୁ କହିବାକୁ ଚାହାଁନ୍ତି ନାହିଁ। ସେ ତାଙ୍କ ବିବାହକୁ ସିକ୍ରେଟ୍ ରଖିବାକୁ ଚାହୁଁଛନ୍ତି । କାହିଁକି ନା ସେମାନଙ୍କ ଚାହାଁନ୍ତି ନାହିଁ ଯେ ତାଙ୍କ ସମ୍ପର୍କ ବିଷୟରେ ଆଲୋଚନା ହେଉ ।