ଅଭିନେତ୍ରୀ ରିୟାଙ୍କୁ ଗୁଳି କରି ହତ୍ୟା, ପୋଲିସ୍‌ କରୁଛି ଯାଞ୍ଚ

Published By : Prameya-News7 Bureau | December 29, 2022 IST

ମୁମ୍ଵାଇ ୨୯।୧୨: ନିକଟରେ ତୁନିଶା ଶର୍ମାଙ୍କ ମୃତ୍ୟୁର ଝଟକାରୁ ଲୋକମାନେ ସମ୍ପୂର୍ଣ୍ଣ ରୂପେ ବାହାରି ପାରି ନାହାନ୍ତି। ବର୍ତ୍ତମାନ ଆଉ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ବାସ୍ତବରେ ଝାଡଖଣ୍ଡର ପ୍ରସିଦ୍ଧ ଅଭିନେତ୍ରୀ ରିୟା କୁମାରୀଙ୍କୁ ହତ୍ୟା କରାଯାଇଛି। ରିୟା ଟିଭି ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ନାମ ଏବଂ ଚେହେରା ଥିଲେ। କୁହାଯାଉଛି ଯେ କିଛି ବଦମାସ ଅଭିନେତ୍ରୀଙ୍କୁ ଲୁଟିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏଥିରେ ବିଫଳ ହେବା ପରେ ସେମାନେ ରିୟା କୁମାରୀଙ୍କୁ ରାଗରେ  ସର୍ବସାଧାରଣ ସ୍ଥାନରେ ଗୁଳି ମାରିଥିଲେ। ଯେଉଁଥିରେ ସେ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ।

ଏହି ଘଟଣାଟି ପଶ୍ଚିମବଙ୍ଗର ରାଜପଥରେ ଘଟିଛି। ରିୟା ତାଙ୍କ ସ୍ୱାମୀ ପ୍ରକାଶ କୁମାର ଏବଂ ୨ ବର୍ଷର ଝିଅ ସହିତ କାରରେ ଯାତ୍ରା କରୁଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଡିସେମ୍ବର ୨୮ରେ ସକାଳେ ପ୍ରାୟ ୬ଟା ସମୟରେ ବାଗନାନ ମହେଶ ଖେଡା ବ୍ରିଜ୍‌ ନିକଟରେ ଅଭିନେତ୍ରୀଙ୍କ ସ୍ଵାମୀ କାରକୁ ଅଟକାଇ ଥିଲେ। ଏହି ସମୟରେ କିଛି ଦୁର୍ବୁତ୍ତ ସେମାନଙ୍କୁ ଲୁଟ୍‌ପାଟ କରିଥିଲେ। ତା’ପରେ ଅଭିନେତ୍ରୀ ମଝିରେ ଆସି ଦୁର୍ବୁତ୍ତଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ । ଏହା ଦେଖି ସେମାନେ ରାଗି ଯାଇଥିଲେ ସେମାନଙ୍କ ଉପରେ ଗୁଳି ଚଳାଇ ଦେଇଥିଲେ । ଯେଉଁଠାରେ ରିୟାଙ୍କର ମୃତ୍ୟୁ ହୋଇଥିଲା ।

ଖବର ଅନୁଯାୟୀ, ରିୟା ହ୍ଵାଓଡ ହୋଇ କୋଲକାତା ଯାଉଥିଲେ। ତାଙ୍କ ସ୍ୱାମୀ କାର ଚଳାଉଥିଲେ। ଏହି ଘଟଣା ପରେ ମଧ୍ୟ ତାଙ୍କୁ ସାହାଯ୍ୟ କରିବାକୁ କେହି ଆସି ନଥିଲେ, ପ୍ରକାଶ କୁମାର ନିଜେ ଗାଡି ଚଳାଇବା ସମୟରେ ରାଜପୁର ପୋଲିସ ଷ୍ଟେସନ ପିର୍ତାଲାରେ ପହଞ୍ଚି ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ। ବର୍ତ୍ତମାନ ପୋଲିସ ରିୟା କୁମାରୀଙ୍କ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସେହି ଅଞ୍ଚଳର ସିସିଟିଭି ଫୁଟେଜକୁ ମଧ୍ୟ ପୋଲିସ ତୀକ୍ଷ୍ଣ ଯାଞ୍ଚ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.