ଅଭିନେତାଙ୍କ ଚିକିତ୍ସା ପାଇଁ ସହାୟତା ମାଗିଲେ ରାନୀ,ଯାତ୍ରା ଦେଖିବାକୁ ଆସିଥିବା ଦର୍ଶକଙ୍କୁ କଲେ ନିବେଦନ
7/02/2023 at 10:26 AM

ଭୁବନେଶ୍ୱର ୦୭/୦୨: ପିଣ୍ଟୁ ନନ୍ଦଙ୍କ ପାଇଁ ସହାୟତା ମାଗିଲେ ରାନୀ ପ୍ରିୟଦର୍ଶିନୀ ସାହୁ । ମଙ୍ଗଳବାର ଜଗତସିଂହପୁରର ଦଣ୍ଡାବେଦିରେ ଦୁର୍ଗାଶ୍ରୀ ଗଣନାଟ୍ୟ ମଞ୍ଚ କାର୍ଯ୍ୟକ୍ରମରୁ ଯୋଗାଡ କରିଥିବା ଟଙ୍କା ମଧ୍ୟ ସେ ପିଣ୍ଟୁଙ୍କୁ ସହଯୋଗ ଆକାରରେ ଦେଇଛନ୍ତି ।
ଆହୁରି ମଧ୍ୟ ସେ ବିମାନବନ୍ଦରରେ ସେ ଭିକ୍ଷାବୃତ୍ତି କରି ଟଙ୍କା ଯୋଗାଡ କରିଛନ୍ତି। ଏହା ପୂର୍ବରୁ ରାଣୀ ୧୦ ହଜାର ଟଙ୍କା ଦେଇଥିବା ବେଳେ ଆଗକୁ ଆହୁରି ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ସୂଚନା ଥାଉକି, ଅଭିନେତା ପିଣ୍ଟୁ ନନ୍ଦ ଲିଭର ସିରିଓସିସ ରୋଗରେ ପୀଡିତ ଅଛନ୍ତି । ଅଧିକ ଚିକିତ୍ସା ପାଇଁ ସେ ଦିଲ୍ଲୀ ସ୍ଥିତ ଆଇଏଲ୍ ବିଏସ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଭୁବନେଶ୍ୱର ବିମାନବନ୍ଦରରୁ ସେ ଦିଲ୍ଲୀ ଯାଇଛନ୍ତି ।
ସେପଟେ ପିଣ୍ଟୁ ନନ୍ଦଙ୍କୁ ବିଭିନ୍ନ ଆଡୁ ଆର୍ଥିକ ସହାୟତା ମିଳୁଛି । ଏପିରିକି ଅଭିନେତା ପିଣ୍ଟ ନନ୍ଦ ମଧ୍ୟ ମେଡିକାଲ ଯାଇ ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ବୁଝୁଛନ୍ତି ।