ମୁମ୍ବାଇ ୧୮|୧୦: ବମ୍ବେରୁ ଗୋଆ ବୁଲୁଛି ମି ଠୁ ଝଡ। ଯୁଆଡେ ଯୁଆଡେ ଯାଉଛି ନୂଆ ନୂଆ ନାଁ ସାମ୍ନାକୁ ଆସୁଛି। ଗତକାଲି କେନ୍ଦ୍ରମନ୍ତ୍ରୀ ଏମ.ଜେ. ଆକବର ତାଙ୍କ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଆଉ ଏବେ ଏହି ବାତ୍ୟା ଉଗ୍ରରୂପ ଧାରଣ କରିଛି। ତେବେ ଆଜି କିଏ, ଏ ପ୍ରଶ୍ନ ଆପଣ ଭାବୁଥିବା ବେଳେ ତାର ଉତ୍ତର ହେଲା ଆଜି ଭାଇଜାନ ସଲମାନ ଖାନଙ୍କୁ ଛୁଇଁଛି ବାତ୍ୟା।

ମି ଠୁ ଫାଶରେ ଦବଙ୍ଗ ବୟ । ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ନାଁରେ ମି ଠୁ ଅଭିଯୋଗ । ନେଟ୍ ଦୁନିଆରେ ଲେଟେଷ୍ଟ ଅପଲୋଡ଼ ହୋଇଥିବା ଏକ ଭିଡିଓର ଟାର୍ଗେଟ ଭାଇଜାନ ସଲମାନ ଖାନ ଓ ତାଙ୍କ ଭାଇମାନଙ୍କ ଆଡକୁ। ସଲମାନ ଖାନ୍, ଭାଇ ଅରବାଜ୍ ଖାନ୍ ଓ ସେ।ହେଲ ଖାନ୍ ଙ୍କ ନାଁରେ ସେ ଆଣିଛନ୍ତି ଦୁଷ୍କର୍ମ ଅଭିଯେ।ଗ । ତେବେ ଏହି ମହିଳା କିଏ। ଏ ହେଉଛନ୍ତି ମଡେଲ ପୂଜା ମିଶ୍ରା ।

ଇଷ୍ଟାଗ୍ରାମରେ ଅପଲୋଡ ହେ।ଇଥିବା ଭିଡିଓରେ ପୂଜା ବଖାଣିଛନ୍ତି ତାଙ୍କ ସହ କଣ କଣ ଘଟିଛି। ଆଉ ସଲମାନ, ଅରବାଜ ଓ ସେ।ହେଲ ତାଙ୍କୁ କେମିତି ଏକ୍ସପ୍ଲଏଟ କରିଛନ୍ତି । ଏହାସହ ପୂଜା ମଧ୍ୟ ଶତ୍ରୁଘ୍ନ ସିହ୍ନା ଓ ତାଙ୍କ ପରିବାରକୁ ନିଶାନା କରିଛନ୍ତି। ସିହ୍ନା ପରିବାର ତାଙ୍କୁ ହଟେଇ ସଲମାନଙ୍କ ଫିଲ୍ମରେ ସୋନାକ୍ସି ସିହ୍ନାଙ୍କୁ କୁଆଡେ ଲଞ୍ଚ କରିଦେଲେ। ଆଉ ତାଙ୍କୁ ବେହୋସ କରି ଖାନ୍ ବ୍ରଦର୍ସ ଦୁଷ୍କର୍ମ କରିଥିଲେ ବୋଲି ସେ କହିଛନ୍ତି।

ଖାଲି ସେତିକି ନୁହେଁ ତାଙ୍କୁ କୁଆଡେ ଗୁଣି ଗାରେଡି କରାଯାଇଥିବା ବଖାଣିଛନ୍ତି ପୂଜା ମିଶ୍ରା। ସଲମାନଙ୍କ ବିରେ।ଧରେ ମି ଠୁ ଅଭିଯୋଗ ପରେ ବିଭିନ୍ନ ସ୍ଥାନରୁ ଆସିଛି ମିଶ୍ର ପ୍ରତିକ୍ରିୟା । କିଛି ପୂଜାଙ୍କୁ ପାଗଳୀ ବେ।ଲି କହୁଥିବାବେଳେ ଆଉ କିଛି ତାଙ୍କୁ ଧୋକେବାଜ ବୋଲି କହିଛନ୍ତି । ସେପଟେ ଆଉ କିଛି କହିଛନ୍ତି ପୂଜା ମିଶ୍ରାଙ୍କ କଥାରେ କିଛି ତ ଦମ୍ ଅଛି। ତେବେ ଖାନ୍ ବ୍ରଦର୍ସ ଓ ସିହ୍ନା ଫ୍ୟାମିଲି ଏଥିରେ ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି।