ଅଭିନେତ୍ରୀ ମୋଦିଙ୍କୁ କାନ୍ଦି କାନ୍ଦି କଲେ ଗୁହାରୀ , 'ମୋତେ ବଞ୍ଚାଇ ଦିଅନ୍ତୁ ନହେଲ ମରିଯିବି',ଦେଖନ୍ତୁ ଭିଡିଓ

Published By : Prameya-News7 Bureau | October 13, 2019 IST

ନୂଆଦିଲ୍ଲୀ୧୩|୧୦: ଭୋଜପୁରୀ ଅଭିନେତ୍ରୀ ନେହା ବନସଲ ଫେସବୁକ୍‌ରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓକୁ ଶେୟାର କରିବା ପାଇଁ ସବୁ ଫେସବୁକ୍‌ ୟୁଜର୍ସଙ୍କୁ ଅନୁରୋଧ  କରିଛନ୍ତି। ଯେଉଁ ଭିଡିଓରେ ସେ ପ୍ରଧାନମନ୍ତ୍ରୀଙ୍କୁ ଗୁହାରୀ କରୁଛନ୍ତି। ସେ ଭିଡିଓରେ କହୁଛନ୍ତି ଯେ ତାଙ୍କୁ ବଞ୍ଚାଓ ନହେଲେ ସେ ମରିଯିବେ।ଏହି ଭିଡିଓରେ ଭୋ ଭୋ ହୋଇ କାନ୍ଦି ନିଜ ଜୀବନ ଭିକ୍ଷା କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିବାହର ମାତ୍ର ୬ ମାସ ପରେ ତାଙ୍କ ସ୍ବାମୀ ଛାଡି ଚାଲିଯାଇଛନ୍ତି।

ଏହି ଭିଡିଓରେ ନେହା କହୁଛନ୍ତି ଯେ ‘ପ୍ଳି୍ଜ ମୋତେ ସାହାଯ୍ୟ କର, ଭୋକ ଉପାସରେ ଦିନି ଦିନ ହେବ ଥାନା ଚାରି ପଟେ ଘୂରି ବୁଲୁଛି। ହେଲେ କେହି ତାଙ୍କୁ ସାହାଯ୍ୟ କରୁ ନାହାନ୍ତି। ଆମେରିକାରେ ତାଙ୍କ ସ୍ବାମୀ ରହନ୍ତି। ଛଅ ମାସ ତଳେ ସେମାନଙ୍କ ବିବାହ ହୋଇଥିଲା। ନେହା କହିଛନ୍ତି ଯେ ତାଙ୍କ ମାଆ-ବାପା ନାହାନ୍ତି। ସେ ବହୁତ ପରିଶ୍ରମ କରି ଟଙ୍କା ରୋଜଗାର କରି ନିଜେ ବିବାହ ହୋଇଥିଲେ। ବିବାହ ପରଠାରୁ ନେହାଙ୍କୁ ତାଙ୍କ ସ୍ବାମି ମାରପିଟ କରୁଥିଲେ। ତାଙ୍କ ସ୍ବାମୀ ଆମେରିକାର ନାଗରିକ ହୋଇଥିବା ଯୋଗୁଁ ଭାରତ ପୋଲିସ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି। ତାଙ୍କ ସ୍ବାମୀ ନେହାଙ୍କୁ ବି ଧମକ ଦେଇ କହିଛନ୍ତି, ମୁଁ ଆମେରିକାର ନାଗରିକ ତାଙ୍କର ଭାରତ ପୋଲିସ କିଛି କରି ପାରିବେ ନାହିଁ।

wp:core-embed/facebook {"url":"https://www.facebook.com/neha.bansal.589/videos/10221029036378905/","type":"video","providerNameSlug":"facebook","className":""}
https://www.facebook.com/neha.bansal.589/videos/10221029036378905/
/wp:core-embed/facebook

ଭିଡିଓରେ ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କର ଏତିକି ଭୁଲ ଯେ ସେ ଭାରତରେ ଜନ୍ମ ହୋଇଛନ୍ତି। ଭାରତ ଛାଡି ଆମେରିକା ଚାଲିଗଲେ ତାଙ୍କର ଭାରତ ପୋଲିସ କିଛି କରି ପାରିବେ ନାହିଁ । ପ୍ଲିଜ୍ ପ୍ଲିଜ୍ ଆମେରିକା ଯିବା ପୂର୍ବରୁ ତାଙ୍କୁ ଅଟକାଉନ୍ତୁ ବୋଲି ନେହା ଭିଡିଓରେ କହନ୍ତି। ଯଦି ସେ ଆମେରିକା ଚାଲି ଯାଅନ୍ତୁ ତେବେ ତାଙ୍କର ଆତ୍ମହତ୍ୟା କରିବା ଛଡ଼ା କୌଣସି ରାସ୍ତା ନାହିଁ ବୋଲି ନେହା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.