ପାୟଲ ରୋହତଗୀ କହିଲେ ୟେସ୍ ବ୍ୟାଙ୍କରେ ଫସିଛି ମୋ ବାପାଙ୍କ ୨କୋଟି , ମୋଦିଙ୍କୁ ଆକ୍ଷେପ…ଟ୍ବିଟ୍ ହଟାଇବା ପରେ ବି ଟ୍ରୋଲ୍

Published By : Prameya-News7 Bureau | March 07, 2020 IST

ଅହମଦାବାଦ ୭/୩ : ଆରବିଆଇ ୟେସ୍ ବ୍ୟାଙ୍କରୁ ଟଙ୍କା ଉଠାଣ ପରିମାଣ ଉପରେ ଅଙ୍କୁଶ ​ଘୋଷଣା କରିବା ପରେ ଲକ୍ଷ ଲକ୍ଷ ଗ୍ରାହକ ଚିନ୍ତାରେ ପଡ଼ିଯାଇଛନ୍ତି। ଏଥିରେ ଫିଲ୍ମ ଏବଂ ଟିଭି ଅଭିନେତ୍ରୀ ପାୟଲ ରୋହତଗୀଙ୍କ ବାପା ଶଶାଙ୍କ ରୋହତଗୀଙ୍କ ନାଁ ମଧ୍ୟ ସାମିଲ ରହିଛି। ଅହମଦାବାଦର ସୁଭାଷ ଚୌକ ୟେସ୍ ବ୍ୟାଙ୍କ ବ୍ରାଞ୍ଚରେ ତାଙ୍କର ପାଖାପାଖି ୨କୋଟି ଟଙ୍କା ଫସି ରହିଛି।

wp:core-embed/twitter {"url":"https://twitter.com/Payal_Rohatgi/status/1235879902936731648?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1235879902936731648\u0026ref_url=https%3A%2F%2Fwww.amarujala.com%2Fphoto-gallery%2Fentertainment%2Fbollywood%2Factress-payal-rohatgi-viral-tweets-as-her-father-money-being-stuck-in-yes-bank","type":"rich","providerNameSlug":"twitter","className":""}
https://twitter.com/Payal_Rohatgi/status/1235879902936731648?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1235879902936731648&ref_url=https%3A%2F%2Fwww.amarujala.com%2Fphoto-gallery%2Fentertainment%2Fbollywood%2Factress-payal-rohatgi-viral-tweets-as-her-father-money-being-stuck-in-yes-bank
/wp:core-embed/twitter

ଘୋଷଣା ପରେ ପାୟଲ୍ ଏକ ଟ୍ବିଟ୍ କରିଥିଲେ,କିନ୍ତୁ ଖୁବ୍ ଶୀଘ୍ର ଡିଲିଟ୍ କରି ଦେଇଥିଲେ। ପାୟଲ୍ ନିଜ ଟ୍ବିଟରେ ଲେଖିଥିଲେ ଯେ ,‘ରାମ ରାମ ଜୀ, ୟେସ୍ ବ୍ୟାଙ୍କ ଉପରେ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଦ୍ବାରା ଲାଗୁନାହିଁ ଯେ ଦେଶର ଅର୍ଥ ବ୍ୟବସ୍ଥା ଠିକ୍ ଅଛି। ଏହା ଦ୍ବାରା ତାଙ୍କ ବାପାଙ୍କ ଟଙ୍କା ମଧ୍ୟ ଫସି ରହିଛି।’

{"id":234291,"sizeSlug":"large"}

ପାୟଲ ରୋହତଗୀଙ୍କ ଏହି ଟ୍ବିଟ୍ ପରେ ଟ୍ରୋଲର୍ସ ମାନେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରି ଦେଇଥିଲେ। ଏହା ପରେ ତୁରନ୍ତ ପାୟଲ୍ ଏହାକୁ ଡିଲିଟ୍ କରିଦେଇଥିଲେ।

{"id":234293,"sizeSlug":"large"}

ଅହମଦାବାଦର ଏକ ଟିଭି ଚ୍ୟାନେଲ୍ ସହ କଥାବାର୍ତ୍ତାବେଳେ ପାୟଲ ରୋହତଗୀ କହିଛନ୍ତି ଯେ ବାପା ୧୧ବର୍ଷ ତଳେ ଗୁଡ଼ଗାଁଓରେ ୟେସ୍ ବ୍ୟାଙ୍କରେ ନିଜର ଆକାଉଣ୍ଟ ଖୋଲିଥିଲେ ଏବଂ ୭ବର୍ଷ ତଳେ ଏହାକୁ ଅହମଦାବାଦର ସେହି ବ୍ୟାଙ୍କର ବ୍ରାଞ୍ଚରେ ଟ୍ରାନ୍ସଫର କରାଇଥିଲେ। ଅବସର ପରେ ଅହଦାବାଦରେ ରହୁଥିବା ଶଶାଙ୍କ ରୋହତଗୀ କିଛି ବର୍ଷ ହେଲା କ୍ୟାନସର ଏବଂ ଗମ୍ଭୀର ରୋଗଗ୍ରସ୍ତ ଅଛନ୍ତି।

{"id":234296,"sizeSlug":"large"}

ପାୟଲ କହିଛନ୍ତି ଯେ ଏହି ଖବର ତାଙ୍କ ବାପାଙ୍କ ମନରେ ଦୁଃଖ ଆଣିଛି। କାରଣ ଶଶାଙ୍କ ଏବେ ରୋଗର ଚିକିତ୍ସା କରୁଛନ୍ତି ଏବଂ ଏବେ ତାଙ୍କୁ ଟଙ୍କା ଉଠାଇବା ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ପାୟଲ ମଧ୍ୟ କହିଥିଲେ ଯେ ନିକଟରେ ପାୟଲଙ୍କ ବାପା ବ୍ୟାଙ୍କରୁ ସବୁ ଟଙ୍କା ଉଠାଇ ଅନ୍ୟ ବ୍ୟାଙ୍କରେ ଜମା କରାଇବାକୁ ପ୍ରକ୍ରିୟା ଆରମ୍ଭ କରି ଦେଇଥିଲେ। କିନ୍ତୁ ୟେସ୍ ବ୍ୟାଙ୍କ ଯାଇ ଚେକ୍ ନେବା ପୂର୍ବରୁ ଆରବିଆଇର ଘୋଷଣା ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି।

{"id":234297,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.